ଧାନ ଅଭାବୀର ପରିଣତି ଜୀବନ ହାରିବା

-:ଜଗଦୀଶ ସୁନା:-

ଲୋକମାନଙ୍କ ସମସ୍ୟା ଉପୁଜିଲେ ନେତା ଅଫିସର ମାନେ ଅନେକ ନିର୍ଭର ପ୍ରତିଶୃତି ଦେଇଥାନ୍ତି କିନ୍ତୁ ବାସ୍ତବକୁ ଅନୁଧ୍ୟାନ କଲେ ତାହା ବିପରିତ ହୋଇଯାଇଥାଏ । ପ୍ରତିଶୃତି ବଦଳରେ ଅପେକ୍ଷାରେ ହିଁ ଦିନ ଗଡ଼ିଯାଇଥାଏ । ଅନ୍ୟପଟ ନେତା ଓ ଅଫିସରମାନେ ଦେଇଥିବା ପ୍ରତିଶୃତି କୁ ଭୁଲିଯାଇ ଅନ୍ୟ କର୍ମରେ ଲିପ୍ତ ହୋଇଯାଆନ୍ତି । ଘଟଣା ଟି ଗମ୍ଭୀର ହୋଇଥାଉ କି ସାଧାରଣ, ଉଭୟ ପାଇଁ ନେତା ଓ ଅଫିସର ମାନେ ସେମାନଙ୍କର ଦୃଷ୍ଟିରେ ସମାନ ଭାବିନେଇଥାନ୍ତି । ସେହି ଘଟଣା ଟି ଗମ୍ଭୀର କି ସାଧାରଣ ହୋଇଛି ତାହାପାଇଁ ତର୍ଜମା କରିନଥାନ୍ତି, ଫଳରେ ସାନନ୍ଦ କଠାରଙ୍କ ପରିବାର ଆଜିଯାଏ ସରକାରୀ ସହାୟତା ଓ ନେତାମାନଙ୍କ ଠାରୁ ପାଇଥିବା ନିର୍ଭର ପ୍ରତିଶୃତିର ସହଯୋଗ ଅପେକ୍ଷାରେ କେବେ ମିଳିବ ଚାହିଁ ରହିଛନ୍ତି ଆଜି ଯାଏ ।
ଏହି ଦୁଖଃଦ ଘଟଣା ଟି ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଦେବାହାଲ ଗାଁର ୨୦୧୫ ମସିହାର ଘଟଣା । ସାନନ୍ଦ ପରିବାରର ଲୋକଙ୍କ ଆଖିରୁ ପାଣି ଶୁଖିନାହିଁ, ସେହି ଚିନ୍ତା ଓ ସେହିବେଦନା ସହ ଦିନ ଅତିବାହିତ କରିଆସୁଛନ୍ତି ।
ସାନନ୍ଦ କଠାରଙ୍କ ବୟସ ଥିଲା ୪୭ । ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଦେବାହାଲ ଗାଁରେ ବସତି ସ୍ଥାପନ କରିଆସୁଥିଲେ । ଗତ ୨୦୧୫ ଜୁନ୍ ମାସ ୨୧ ତାରିଖ ସାନନ୍ଦ କଠାର ଚାଷକରି ଥିବା ଧାନ ବିକ୍ରି ହୋଇନପାରିବାରୁ ତା’ ଘରେ ବିଷ ପାନ କରି ଆତ୍ମହତ୍ୟା କରିଥିବା ଘଟଣା ତାଙ୍କ ଘର ଲୋକମାନଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା । ସେହି ଘଟଣା ଟି ସେହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଥରେଇ ଦେଇଥିଲା । କେନ୍ଦ୍ରରେ ଥିବା କଂଗ୍ରେସ ବିରୋଧି ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଏହି ଘଟଣାକୁ ଅନୁସନ୍ଧାନ କରିବା ପାଇଁ ଚାଳିଆସିଥିଲେ ଦେବାହାଲ ଗାଁ କୁ ଓ ତାଙ୍କ ଘରକୁ ଯାଇଥିଲେ । ଘଟଣାଟିର ସତ୍ୟାସତ୍ୟ ଅନୁସନ୍ଧାନ ମଧ୍ୟ କରିଥିଲେ । ଏବଂ ତାଙ୍କ ଗାଁ ଠାରୁ ୭ କିଲୋମିଟର ସ୍ଥିତ ଅତାବିରା ଗାଁ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଘଟଣା କୁ ନେଇ ଆଲୋଚନା ସମାଲୋଚନା ବିଭିନ୍ନ ମହଲରେ ଚାରିଦ୍ୱାର ଚାରିପାଖେ ଚର୍ଚ୍ଚା ହୋଇବସିଥିଲା । ସାନନ୍ଦ କଠାର ଓ ଈଶ୍ୱର କଠାର ଦୁହେଁ କୃଷ୍ଣ କଠାର ଙ୍କ ପୁଅ ଅଟନ୍ତି । କୃଷ୍ଣ କଠାରଙ୍କ ଜମିକୁ ତାଙ୍କ ଦୁହି ପୁଅ ତିନି ଏକର ଜମିକୁ ଦେଢ଼ ଏକର ଲେଖାଏଁ ଭାଗବଣ୍ଟନ କରି ଦୀର୍ଘ ବର୍ଷରୁ ଚାଷ କରିଆସୁଥିଲେ । ଏବଂ ସେହି ଜମିରୁ ଚାଷକରି ନିଜର ପରିବାର ପ୍ରତିପୋଷଣକରି ଆସୁଥିଲେ । ସାନନ୍ଦ କଠାରଙ୍କ ଗୋଟିଏ ପୁଅ ଓ ଦୁଇଟି ଝିଅ । ସେହି ସମୟରେ ପୁଅ କୁ ୨୦ ବର୍ଷ ହେଉଥିଲା । ସେ ମାଟି୍ରକ ପାସ୍ କରି ବରଗଡ଼ ଜିଲ୍ଲା ସ୍ଥିତ ନାରେନ୍ ପୁଲିରେ ଆଇ.ଟି.ଆଇ. ଫିଟର ଭାବେ ଅଧ୍ୟୟନ କରୁଥିଲେ । ସାନନ୍ଦ ଙ୍କ ବଡ଼ ଝିଅ ଜୟନ୍ତୀକୁ ପୂର୍ବରୁ ବିବାହ କରିଦେଇଥିବା ବେଳେ ତୃତୀୟ ଝିଅ ବାସନ୍ତୀ କଠାର ବି.ଏ. ପାସ କରି ଘରେ ଅଛନ୍ତି । ତାଙ୍କ ପରିବାରଙ୍କ କହିବା ମୁତାବକ୍ ତାଙ୍କ ଜମିରେ ଧାନ ଚାଷ ସାଙ୍ଗକୁ ପରିବା ଚାଷ କରି ସେତେବେଳେ ବେଶ୍ ଆନନ୍ଦରେ ଚଳୁଥିଲେ । ୨୦୧୫ ବର୍ଷ ଦୁର୍ଦ୍ଧିନ ସମୟ ଥିଲା ସାନନ୍ଦ ଧାନ ଚାଷ କରି ୧୭୦ ପକେଟ ପାଇଥିଲେ । ଘରେ ଆର୍ଥିକ ସ୍ଥିତି ଉପୁଜିବା ସାଙ୍ଗକୁ ପୁଅ ଝିଅଙ୍କ ପାଠପଢ଼ା ପାଇଁ ବାଧ୍ୟ କଲା ପାଇଥିବା ଧାନକୁ ବିକ୍ରୟ କରିବା ପାଇଁ । ସେ ବିଭିନ୍ନ ବଜାର ସ୍ଥିତ ମଣ୍ଡିମାନଙ୍କୁ ଧାନ ବିକ୍ରୟ କରିବା ପାଇଁ ନେଇକି ଯାଇଥିଲେ । ହେଲେ ଧାନ ଠିକ୍ ଦରରେ ବିକ୍ରି ହୋଇପାରିନଥିଲା । ଫଳରେ ନିରାଶ ହୋଇ ଘରକୁ ଫେରିଥିଲେ । ଏପରିକି ଆର୍ଥିକ ଅଭାବ ଯୋଗୁଁ ଚାଷୀ କାର୍ଡ଼ ମଧ୍ୟ ସେ ତିଆରି କରିପାରିନଥିଲେ, ଫଳରେ ଧାନ ବିକ୍ରୟ କରିବା ପାଇଁ ସମସ୍ୟା ଦ୍ୱିଗୁଣିତ ହୋଇଯାଇଥିଲା । ଅନ୍ୟ ପଟେ ପୁଅ ଝିଅ ଙ୍କ ପାଠ ପଢ଼ା ଖର୍ଚ୍ଚ ସାଙ୍ଗକୁ ଘର ଚଳେଇବା ପାଇଁ ଦିନକୁ ଦିନ ସମସ୍ୟା ଜଟିଳ ହେବାକୁ ଲାଗିପଡ଼ିଥିଲା । ଧାନ ବିକ୍ରି ଠିକ୍ ଦରରେ ହୋଇନପାରିବାରୁ ଶେଷକୁ ଘରେ ଥିବା ଗାଈ ତିନି ଗୋଟିକୁ ବିକ୍ରୟ କରିବା ପାଇଁ ସ୍ଥାନୀୟ ବଜାରକୁ ନେଇଥିଲେ । ତାହା ମଧ୍ୟ ବିକ୍ରୟ ହେଲା ନାହିଁ । ନିରାଶ ହୋଇ ଘରକୁ ଫେରିଥିଲେ । ସେହି ସମୟ ଥିଲା ଗ୍ରୀଷ୍ମ ମାସ, ପ୍ରବଳ ଖରା ଜୀବନ ଆଉଟୁ ପାଉଟୁ ହେଉଥିଲା । ଶେଷକୁ କୌଣସି ଉପାୟ ନ ପାଇ ଘରେ ତୁନି ହୋଇ ବସିପଡ଼ି ତା ମନକୁ ଭିନ୍ନ ଭିନ୍ନ ଚିନ୍ତା ଘାରିଥିଲା । ଶେଷକୁ ବିଷ ଖାଇ ଦେଇଥିବା ଘଟଣା ପରିବାର ଲୋକେ କହିଥିଲେ । ଘଟଣାଦିନ ଥିଲା ଶନିବାର ୨୦ ତାରିଖ ଜୁନ୍ ମାସ ୨୦୧୫ ମସିହା । ତାଙ୍କୁ ସାଙ୍ଗେ ସାଙ୍ଗେ ବୁର୍ଲା ହସ୍ପିଟାଲକୁ ଚିକିସôା କରିବାକୁ ନିଆଯାଇଥିଲା । ଚିକିସôିତ ଅବସ୍ଥାରେ ତାଙ୍କର ମୃତୁ୍ୟ ବରଣ ହୋଇଗଲା । ବିତିଯାଇଥିବା ଏହିସବୁ ଘଟଣା ଗୁଡ଼ିକୁ ବର୍ଣ୍ଣନା କରି କହିବସିଥିଲେ ସାନନ୍ଦଙ୍କ ଝିଅ ବାସନ୍ତି କଠାର । ପୁଣି ତା ଝିଅ ଦୁଖଭାବରେ କହିବସିଥିଲେ ଦେଢ଼ ଏକର ଜମି ସାଙ୍ଗକୁ ଭାଗ ଚାଷ ମଧ୍ୟ ଦେଢ଼ ଏକର ଜମି ନେଇ ଚାଷ କରିଥିଲେ । କ୍ଷେତ ମରାମତି ବାବଦକୁ ଟ.୬୦,୦୦୦/-ହଜାର ଟଙ୍କା ଓ ଗୋଟିଏ ପଟ ଗାଈ ଋଣ ବାବଦକୁ ଉକôଳ ଗ୍ରାମିଣ ବ୍ୟାଙ୍କ ଠାରୁ ଋଣ ନେଇଥିଲେ । ତାହା ସେ ସୁଝି ପାରିନଥିଲେ । ଫଳରେ ଘରକୁ ବାରମ୍ବାର ନୋଟସି ଆସୁଥିଲା ଓ ଲୋକେ ମଧ୍ୟ ଟଙ୍କା ମାଗିଆସୁଥିଲେ । ପୁଣି ସେବା ସମବାୟ ବ୍ୟାଙ୍କ ଠାରୁ ଚାଷ ପାଇଁ ଟ.୫୦,୦୦୦/-ଙ୍କା ଋଣ ନେଇଥିଲେ, ଏହି ଟଙ୍କା ତାଙ୍କ ବାପା ଙ୍କ ନାମରେ ଆଣିଥିଲେ । ଯେହେତୁ ତାଙ୍କ ବାପା ସେହି ସମୟରେ ଜୀବିତ ଥିଲେ । ୨୦୧୭ ଅକ୍ଟୋବର ମାସ ୧ ତାରିକ ଦିନ ସାନନ୍ଦଙ୍କ ବାପା ମୃତୁ୍ୟବରଣ କରିଥିଲେ । ସେହି ସମୟରେ ସାନନ୍ଦଙ୍କ ଝିଅ କୁ ମାତ୍ର ୨୦ ବର୍ଷ ହେଉଥିବା ବେଳେ ପୁଅକୁ ୧୭ ବର୍ଷ ହେଉଥିଲା । ସାନନ୍ଦ କଠାରଙ୍କ ମୃତୁ୍ୟପରେ ପରିବାର ପ୍ରତିପୋଷଣ ପାଇଁ ଘୋର ଚିନ୍ତା ଘାରିଥିଲା ତାଙ୍କ ସ୍ତ୍ରୀଙ୍କ ଉପରେ । ତା’ ପୁଅ ବହୁ କଷ୍ଟେମଷ୍ଟେ ଫିଟର ପାଠ ଅଧ୍ୟୟନ ସାରି ବର୍ତ୍ତମାନ ତାମିଲନାଡ଼ୁ ସ୍ଥିତ ଗୋଟିଏ ଘରୋଇ କମ୍ପାନୀରେ ଦୀର୍ଘ ଦୁଇବର୍ଷ ହେଲାଣି କାମକରି ପରିବାର ପ୍ରତିପୋଷଣ କରିଆସୁଅଛି । ତାଙ୍କ ଘରେ ଥିବା ଜମିକୁ ତାଙ୍କ ବଡ଼ ଝିଅର ସ୍ୱାମୀ ରକ୍ଷଣା ବେକ୍ଷଣା କରିଆସୁଛନ୍ତି । ବର୍ତ୍ତମାନ ମୃତ ସାନନ୍ଦ ୭୦ ବର୍ଷର ମାଁ ଧୀରା କଠାର ପୁଅ କଥାକୁ ଭାବି ଭାବି ବେଳେ ବେଳେ କାନ୍ଦିବସିଥାଏ । ପ୍ରକାଶ ପାଉକି ଯେଉଁ ଦିନ ସାନନ୍ଦ କଠାର ଆତ୍ମହତ୍ୟା କରିଥିଲେ ତାହାର ପରଦିନ ଘରେଥିବା ସମସ୍ତ ପକେଟ ଧାନକୁ ସରକାରୀ ଦରରେ ସରକାରୀ କର୍ମୀମାନେ ସାଙ୍ଗେ ସାଙ୍ଗେ ବିକ୍ରୟ କରି ଦେଇସବୁତକ ଟଙ୍କା ତା ପରିବାରକୁ ଦେଇଥିଲେ । ପୁଅ ଓ ଝିଅ କୁ ଚାକିରି ଏବଂ ଅର୍ଦ୍ଧନିର୍ମିତ ହୋଇପଡ଼ିଥିବା ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଗାଢ଼ ପ୍ରତିଶୃତି ମିଳିଥିଲା ଜିଲ୍ଲା ପ୍ରଶାସନଠାରୁ । ମାନ୍ୟବାର ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ପରିବାରଙ୍କର ଉପସ୍ଥିତିରେ ପୁଅ ଝିଅକୁ ଚାକିରି ଦେବାପାଇଁ କହିଥିଲେ । କିନ୍ତୁ ତାହା ପ୍ରତିଶୃତି ହୋଇ ରହିଗଲା, ବର୍ତ୍ତମାନ ତାଙ୍କ ପରିବାରକୁ ସରକାର ଙ୍କ ପକ୍ଷରୁ କିମ୍ବା କଂଗ୍ରେସ ଦଳ ପକ୍ଷରୁ ଏ ଯାଏ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ, କେବଳ ସରକାରି ଅନୁଦାନ ହରିଶ୍ଚନ୍ଦ୍ର ଯୋଜନାରେ କେବେଳ ୨୦୦୦ ଟଙ୍କା ଓ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସରକାରଙ୍କ ସହାୟତା ରାଶି ମିଳିଥିଲା । ତାହା ମଧ୍ୟ ମୃତୁ୍ୟ ସମୟ ପରେ ପରେ । ଅନେକ ସାମ୍ବାଦିକ ଓ ବିଭାଗୀୟ ଅଧିକାରୀ ମାନେ ଘରକୁ ଆସି ବାରମ୍ବାର ଲେଖି ଯାଉଛନ୍ତି ହେଲେ କୌଣସି ପରିବର୍ତ୍ତନ ଆଜିଯାଏ ହୋଇପାରିନାହିଁ ବୋଲି ତାଙ୍କ ପରିବାର ଲୋକେ କହିବସନ୍ତି ।
ଘରର ଅଭାବୀ, ପୁଅ ଝିଅ ଙ୍କ ପାଠପଢ଼ା ନେଇ ଧାନ ବିକି୍ରକରିବାକୁ ଚାହୁଁଥିଲେ ତାହା ବିକ୍ରି ହେଲା ନାହିଁ, ପୁଣି ଘରେ ଥିବା ଗାଈ କୁ ମଧ୍ୟ ବଜାରକୁ ନେଇଥିଲେ ତାହା ମଧ୍ୟ ବିକ୍ରି ହୋଇନଥିଲା, ଶେଷରେ ନିରୁପାୟ ହୋଇ ଏପରି କାଣ୍ଡ ଭିଆଇ ଥିଲେ ବୋଲି ମୃତ ସାନନ୍ଦଙ୍କ ଦାଦା ଈଶ୍ୱର କଠାର ଓ ତାଙ୍କ ଝିଅ ବାସନ୍ତି କହିବସନ୍ତି ।
ସେହି ଗାଁର ଭୌଗୋଳିକ ସ୍ଥିତି କହେ, ଦେବାହାଲ ଗାଁ ଚାରି ୱାର୍ଡ଼ ବିଶିଷ୍ଟ । କେବଳ ଦେବାହାଲ ଉପରପଡ଼ା ତିନି ନମ୍ବର ୱାର୍ଡ଼ ଅଟେ । ତାହା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଜହ୍ନାପଡ଼ା ଗ୍ରାମ ପଞ୍ଚାୟତ ଅଟେ ।
ଏହି ବରଗଡ଼ ଜିଲ୍ଳାରେ ଘଟୁଥିବା ଚାଷୀ ଆତ୍ମହତ୍ୟା ସଂପର୍କରେ ବରଗଡ଼ ଜିଳ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କହନ୍ତି ଯେ ଏହା ଚାଷ ସମ୍ବନ୍ଧୀୟ ନୁହେଁ, ଅନେକ କାରଣ ଜନିତ ସମସ୍ୟା ନେଇ ସେମାନେ ମରୁଛନ୍ତି । ଉପଯୁକ୍ତ ତଦନ୍ତ କଲେ ତାହା ଜଣାପଡ଼ିବ ବୋଲି କହିବସନ୍ତି ।

ନେସ୍ନାଲ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ, ମିଡ଼ିଆ ଫେଲୋସିପ୍

Leave a Reply

Your email address will not be published. Required fields are marked *