ଓଡ଼ିଶା

ଧାନର ସହାୟକ ମୂଲ୍ୟ ଦେବା ଦାବି ନେଇ ବିଜେଡି ଦଳ ପକ୍ଷରୁ ବିକ୍ଷୋଭ ଆରମ୍ଭ

ମାଲକାନଗିରି, ୭-୧ (ଓଡ଼ିଆ ପୁଅ) ଚାଷୀମାନଙ୍କ ଅମଳ ଧାନର ସହାୟକ ମୂଲ୍ୟ ଦାବି ନେଇ ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସାତଟି ବ୍ଳକରେ ବିକ୍ଷୋଭ ହେଵାକୁ ଯାଉଥିବାର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମାନସ ମାଡକାମୀ ସୂଚନା ଦେଇଛନ୍ତି।

ଓଡିଶା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଚଳିତ ମାସ ୮ ରୁ ୧୬ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରେ ଦଳ ପକ୍ଷରୁ ଗଣବିକ୍ଷୋବ ଓ ଧାରଣା ଦେବାର କାର୍ଯ୍ୟକ୍ରମ ରହିଥିବା ମାଲକାନଗିରି ବିଧାୟକ ତଥା ଜିଲ୍ଲା ସଭାପତି ମାନସ ମାଡକାମୀ ଏକ ପ୍ରସ୍ତୁତି ବୈଠକରେ ଦଳର ସମସ୍ତ କର୍ମକର୍ତ୍ତାମାନଙ୍କୁ ଜଣାଇଛନ୍ତି, ଏହି ବୈଠକରେ ପୌର ପରିଷଦ ଅଧ୍ୟକ୍ଷା ରାଜବନ୍ତ କୌର, ଜିଲ୍ଲା ପରିଷଦ ସଭ୍ୟା ଦହନା ତାଙ୍ଗୁଲ,  ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ଜିଲ୍ଲା ଯୁବ ସଭାପତି ନିରୋଧ ମିସ୍ତ୍ରୀ, ଜିଲ୍ଲା ଛାତ୍ର ସଭାପତି ସମେଶ ବାଘ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଶ୍ରୀ ନିବାସ ମୁଦୁଲି, ବ୍ଲକ ସଭାପତି ସର୍ବ ବିଶୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଜୟ ମାଡକାମୀ, ରମେଶ ପଟ୍ଟନାୟକ, ସତ୍ୟ ପାଣିଗ୍ରାହୀ ତଥା ବିଜୁ ଜନତା ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଓ ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top