ଓଡ଼ିଶା

ଧାନର ସର୍ବନିମ୍ମ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ବିଜେଡି ଦଳ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି, ୧୦ା୧ (ଓଡିଆ ପୁଅ ) ଚାଷୀମାନଙ୍କ ଅମଳ ଧାନର ସବ ର୍ନିମ୍ମ ସହାୟକ ମୂଲ୍ୟ ୨, ୯୩୦ ଟଙ୍କାକୁ ବୃଦ୍ଧି ଦାବିକରି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ସାତଟି ଯାକ ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ ଆରମ୍ଭ ହୋଇ ଯାଇଛି। ଚାଷୀଙ୍କ ଧାନର ସର୍ବନିମ୍ମ ମୂଲ୍ୟ ୨, ୯୩୦ଟଙ୍କାକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିଥିବାରୁ ଏହାର ପ୍ରତିବାଦରେ ଜିଲ୍ଲା ବେଜେଡି ଦଳ ପକ୍ଷରୁ ଜିଲ୍ଲା ସଭାପତି ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅଫିସ ଘରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ପରେ ବିଧାୟକ ଦ୍ୱୟ ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ଏହି ବିକ୍ଷୋଭରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଯ୍ୟୟ ମାଡକାମି, ବିଜେଡି ନେତା ରମେଶ ପଟନାୟକ, ସଦାନନ୍ଦ ଖରା, ସତ୍ୟ ପାଣିଗ୍ରାହୀ, ଆଇନ ଜୀବୀ ଲମ୍ବୋଧର ତୁର୍କୁ, ଦହନା ଟାଙ୍ଗୁଲ, ଅକ୍ଷୟ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ନିରୋଧ ମିସ୍ତ୍ରୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୋମେଶ ବାଗ, ଚିତ୍ରକୋଣ୍ଡା ନିବାର୍ଚନମଣ୍ଡଳୀ ଯୁବ ସଂଗଠକ ଶ୍ରୀ ନିବାସ ମୁଦୁଲି, ସବ ର୍ବିଷୋୟୀଙ୍କ ସହିତ ବିଜେଡି ଦଳର ବରିଷ୍ଟ ନେତେ ଓ କର୍ମୀମାନେ ଉପସ୍ଥିତ ଥିଲେ।ଏହି ବିକ୍ଷୋଭ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଇତି ମଧ୍ୟରେ ଖଇରପୁଟ, ମାଥିଲି, ଚିତ୍ରକୋଣ୍ଡା ବ୍ଲକରେ ଆନ୍ଦୋଳନ ସରିଥିବା ବେଳେ ପଡିଆ, କୋରକୁଣ୍ଡା, ମାଲକାନଗିରି, କାଲିମେଳା ବ୍ଲକ ଅଫିସ ସମ୍ମୁଖରେ ବିଭିନ୍ନ ଦିନରେ ବିକ୍ଷୋଭ ପ୍ରଦର୍ଶନ ସହିତ ଘୋରାଉ କରାଯିବା ପାଇଁ ନିଷ୍ପତି ନିଆଯାଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top