ଧାନର ଅଭାବ ବିକ୍ରି ଏବଂ କ୍ୱିଣ୍ଟାଲ ପିଛା ୬ କେ.ଜି କାଟି ରଖୁ ଥିବା ନେଇ ବି.ଜେ.ପି କୃଷକ ମୋର୍ଚ୍ଚା ତରଫରୁ କେନ୍ଦେଇ ପଶି ଲ୍ୟାମ୍ପସ୍ ସମ୍ମୁଖରେ ଧାରଣା

ତୁରୁମୁଙ୍ଗା ୪-୧ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶିଠାରେ କେନ୍ଦୁଝର ଜିଲ୍ଲା ବି.ଜେ. ପି କୃଷକ ମୋର୍ଚ୍ଚା ତରଫରୁ ଧାନର ଅଭାବି ବକ୍ରି ଏବଂ କ୍ୱିଣ୍ଟାଲ ପିଛା ୬ କେ.ଜି କାଟିବାକୁ ନେଇ କେନ୍ଦେଇ ପଶି ଲ୍ୟାମ୍ପସ୍ ପ୍ରତିବାଦ କରାଯାଇଛି। ବି.ଜେ. ପି ରାଷ୍ଟ୍ରିୟ କୃଷକ ମୋର୍ଚ୍ଚା ଉପ ସଭାପତି ମହେଶ୍ବର ସାହୁଙ୍କ ନେତୃତ୍ୱରେ ଶହ ଶହ କୃଷକ ଏକ ଶୋଭା ଯାତ୍ରାରେ କେନ୍ଦେଇ ପଶି ହନୁମାନ ଛକ ନିକଟରୁ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି କେନ୍ଦେଇ ପଶି ଲ୍ୟାମ୍ପସ୍ ସମ୍ମୁଖରେ ଧାନରେ ଅଭାବି ବିକ୍ରି ଓ କ୍ୱିଣ୍ଟାଲ ପିଛା ୬ କେ.ଜି କାଟି ରଖି ବାକୁ ନେଇ ଧାରଣା ଦେଇ ଥିଲେ। ଏହି ଧାରଣାରେ କେନ୍ଦୁଝର ଜିଲ୍ଲା ବି.ଜେ.ପି ସଭାପତି ରାଧାକାନ୍ତ ମହାନ୍ତ,  ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ସାହୁ,  ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ଦାସମତି ଚାତାର,  ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି,  ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ,  ଯୁବ ନେତା ସତ୍ୟବ୍ରତ ନାଏକ ଦିବ୍ୟଲୋଚନ ସାହୁ,  ୨୨ ନଂ ଜିଲ୍ଲା ପରିଷଦ ସଦସ୍ୟା ଡଲି ପାତ୍ର,  ଭବାନୀ ଶଙ୍କର ନାଏକ, ମମିତା ନାଏକ ଉପସ୍ଥିତ ରହି ଏହାର ପ୍ରତିବାଦ କରିଥିଲେ। ଅପର ପକ୍ଷେ ପାଟଣା ଲ୍ୟାମ୍ପସ୍ ର ଏମ ଡି ସୁବ୍ରତ ପରିଡା ଏହି ଅଭଯୋଗକୁ ଖଣ୍ଡନ କରିଥିଲେ।

Leave a Reply

Your email address will not be published. Required fields are marked *