ଧାନରେ ରୋଗ ,କୃଷି ବିଭାଗରେ ଔଷଧ ନାହିଁ

ଖଡିଆଳ/ନୂଆପଡା-୦୬.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ଗତ ୩ ବର୍ଷର ଲଗାତାର ମରୁଡି ସାଙ୍ଗକୁ ଚଳିତ ବର୍ଷ ମଧ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଧାନ ଗଛ ମରିବାକୁ ବସିଥିବା ବେଲେ କିଛି ଧାନ ଗଛକୁ ପାଣି ମଡାଇ ଚାଷୀ ବଞ୍ଚାଇବାକୁ ଚେଷ୍ଟା କରିଛି । ହେଲେ ଏହି ଧାନକୁ ମଧ୍ୟ ପୋକ ଲାଗି ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଛି । କାରଣ ଜୁଲାଇ ମାସ ପଯ୍ୟନ୍ତ ବର୍ଷା ଆବଶ୍ୟକ ମୁତାବକ ହୋଇନଥିଲା । କିନ୍ତୁ ଅଗଷ୍ଟ ମାସରେ ୨ଥର ଲଘୁଚାପ ବର୍ଷା ହେବାଫଳରେ ଚାଷୀ ମାନେ ବିଳମ୍ବ ରେ ଚାଷ କରିଥିଲେ । ଗତ କିଛି ଦିନ ହେଲା ଚାଷୀ ମାନେ ରୁଆ ବେଉଷା କରୁଥିବା ବେଲେ ଧାନ ଚାଷରେ ଆରମ୍ବରୁ ଷ୍ଟ୍ରିଟ ବ୍ଲାଇଟ ରୋଗ ଲାଗିଯାଇଥିବା ଦେଖିବାକୁ ମିଳିଛି । ବୁଧବାର ଚନାବେଡା ଗ୍ରାମ ପଂଚାୟତ ବରପଦାର ଗୁଣସାଗର ବେହେରା ,ତୁକୁଲା ଗ୍ରାମ ପଚାଂୟତ ନରସିଙ୍ଗପୁର ଗ୍ରାମର ଇଶ୍ୱର ବଗର୍ତି ଓ ଖୁଦପେଜ ଗ୍ରାମ ପଂଚାୟତର ଚାଷୀ ମାନେ ଖଡିଆଳ ଜିଲ୍ଲା କୃଷି ବିଭାଗ (ଡିଏଓ )ଜିଲ୍ଲା କୃଷି ଅଧିକାରୀ ନରୋତମ ବେହେରା ଙ୍କୁ ରୋଗ ଲାଗିଥିବା ଧାନ ଗଛ ମାନଙ୍କୁ ନେଇ ଦେଖାଇ ଥିଲେ । କୃଷି ଅଧିକାରୀ ଧାନକୁ ଦେଖିଲା ପରେ ଷ୍ଟ୍ରୀଟ ବ୍ଲାଇଟ ରୋଗ ହୋଇଛି ବୋଲି କହିବା ସହିତ ଚାଷୀ ମାନଙ୍କୁ ଔଷଧ ଲେଖିଦେଥିଲେ । ଔଷଧ କିଣି ଧାନରେ ଛିଚଂଣ କରିବା ପାଇଁ ଚାଷୀ ମାନଙ୍କୁ କହିଥିଲେ । ସୂଚନା ଥାଉକି ଧାନ ଚାଷରେ ରୋଗ ହେଲେ ଚାଷୀ ମାନଙ୍କୁ ରାଜ୍ୟ ସରକାର ରିହାତି ଅଧା ମୁଳ୍ୟରେ ଔଷଧ ଯୋଗାଇ ଦେଇଥାନ୍ତି । କୃଷି ବିଭାଗ ଠାରୁ ଅଧା ମୁଳୟରେ ଔଷଧ କିଣି ଚାଷୀ ମାନେ ଔଷଧ ନେଇ ଥାନ୍ତି । କିନ୍ତୁ ଧାନ ଚାଷରେ ରୋଗ ଲାଗିଳା ସମୟରେ କୃଷ ବିଭାଗରେ ଔଷଧ ମିଲୁନଥିବାରୁ ବାଧ୍ୟ ହୋଇ ବାହାରେ ଚଢାଦରରେ ଔଷଧ କିଣୁଥିବା ଦେଖିବାକୁ ମିଲିଛି । ଏବିଷୟରେ ଖଡିଆଳ କୃଷି ଜିଲ୍ଲା ଅଧିକାରୀ ନରୋତମ ବେହେରା ଙ୍କୁ ଯୋଗାଯୋଗ କରାଯିବା ରୁ ସରକାର ଔଷଧ ଯୋଗଉ ନାହାନ୍ତି ଆମେ କଣ କରିବୁ ବୋଲି ହାତ ଟେକି ଦେଇଥିଲେ । ସେପଟେ ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଥିବା ଯେତେ ଡିଣ୍ଡିମ ପିଟୁଥିଲେ ବି ଚାଷି ମାନେ ଠିକ ସମୟରେ ସରକାରୀ ପ୍ରୋସ୍ôାହନ ପାଉନଥିବା ଅଭିଯୋଗ ହେଉଛି । ସରକାର ତୁରନ୍ତ ଚାଷୀ ମାନଙ୍କୁ ଔଷଧ ଯୋଗାଇଦେବା ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *