ଧାନମଣ୍ଢଳ ପାଖରେ ଟ୍ରେନରୁ ଖସି ଯୁବକ ମୃତ

ଯାଜପୁର(ଓଡିଆପୁଅ/ମାନସ ରାଉତ):-ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ରେଳଷ୍ଟେସନର କୁମ୍ଭାର ସାହୀ ନିକଟରେ ଗୁରୁବାର ସକାଳୁ ରେଳଧାରଣାରେ ଜଣେ ଯୁବକର ମୃତଦେହ ଦେଖିବାକୁ ମିଳିଥିଲା । ଷ୍ଟେସନ ପକ୍ଷରୁ କଟକ ଜିଆରପି ପୋଲିସକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀରଖିଛି । ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନସ୍ଥ ଚରମ୍ପା ଡଗରସାହୀର ମହେଶ୍ୱର ବେହେରାଙ୍କ ମଧ୍ୟମପୁତ୍ର ଗଣେଶଚନ୍ଦ୍ର(୨୯) ଟ୍ରେନଯୋଗେ କଟକ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରେନରୁ ଖସି ପଡି ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜିଆରପି ପୁଲିସ କେସ ନମ୍ବର ୧୧/୧୮ରେ ଏକ ମକଦ୍ଦମା ରୁଜୁ କରିଥିବା ତଦନ୍ତକାରୀ ଅଧିକାରୀ ପରମାନନ୍ଦ ବେହେରା ପ୍ରକାଶ କରିଛନ୍ତି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *