ଓଡ଼ିଶା

ଧର୍ମାନ୍ତରୀକରଣ ସାଜିଲା ବାଧକ:ଶବକୁ ମିଳିଲା ନାହିଁ ଗାଁ ମଶାଣିରେ ଜାଗା: ୩୦ ଘଣ୍ଟା ପଡିରହିଲା ଶବ

କେନ୍ଦୁଝର, ୨୩-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ ) ଶବ ସତ୍କାର ପାଇଁ ଧର୍ମାନ୍ତରୀକରଣ ସାଜିଲା ବାଧକ। ଧର୍ମ ପରିବର୍ତ୍ତନ ଯୋଗୁଁ ଗାଁ ମଶାଣିରେ ମିଳିଲା ନାହିଁ ଜାଗା। ସାହି ଭାଇ ଆସିଲେ ନାହିଁ କି କାନ୍ଧ ଦେଲେ ନାହିଁ। ଖାଲି ମଶାଣି ନୁହଁ ଏପରିକି ଗାଁ ମଧ୍ୟରେ କେଉଁ ସ୍ଥାନରେରେ ବି ଶବ ପୋତିବାକୁ ଦେବେ ନାହିଁ ବୋଲି ଅଡି ବସିଲେ ଗାଁ ଲୋକ। ଏପରି ବିବାଦ ମଧ୍ୟରେ ୩୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପଡି ରହିଲା ମୃତ ଦେହ। ଶେଷରେ ଖବର ପହଁଚିଲା ପୁଲିସ ନିକଟରେ। ପୁଲିସ ହସ୍ତକ୍ଷେପ ପରେ ଶେଷରେ ମୃତକଙ୍କ ବାଡିରେ ମୃତଦେହ ପୋତାଗଲା। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ସଦରବ୍ଲକ ଅନ୍ତର୍ଗତ ମହାଦେଇଯୋଡା, ରନ୍ଥମରା ସାହିରେ।

କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ଗ୍ରାମ ପନ୍ଚାୟତର ରନ୍ଥମରା ସାହୀର ବାସିନ୍ଦା ପର୍ଶୁରାମ ହାଇବୁର। ପର୍ଶୁରାମଙ୍କ ପରିବାର ସମେତ ଗ୍ରାମର ୧୫ଟି ପରିବାର ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ, ଧର୍ମ ପରିବର୍ତ୍ତନ କରିଥିଲେ। ଡାଇବିଡିଟସ୍ ଓ କିଡନୀ ରୋଗରେ ପୀଡିତ ପର୍ଶୁରାମ ଗତ ଶୁକ୍ରବାର ସକାଳେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଧର୍ମ ପରିବର୍ତ୍ତନ କାରଣରୁ ପର୍ଶୁରାମଙ୍କ ମୃତଦେହକୁ ଗାଁ ମଣାଣିରେ ସତ୍କାର କରିବାକୁ ଗ୍ରାମବାସୀ ବାରଣ କରିଥିଲେ। ଧର୍ମ ପରିବର୍ତ୍ତନ କରିଥିବା ମୃତକ ପର୍ଶୁରାମ ଗାଁର ସାମାଜିକ କାମରେ ସହେଯାଗ କରୁ ନଥିବା ଗ୍ରାମ ଲୋକମାନେ ଅଭିଯୋଗ କରିବା ସହ ଗ୍ରାମ ମଧ୍ୟରେ କୌଣସି ସ୍ଥାନରେ ଶବ ସତ୍କାର କରାଇଦେବେ ନାହିଁ ବୋଲି ଅଡି ବସିଥିଲେ। ଏହି କାରଣରୁ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ପାଖରେ ପହଞ୍ଚିଲା ପରେ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ। ପରେ କିଛି ସାମାଜିକ କର୍ମୀ ଏବଂ ପୁଲିସର ଉଦ୍ୟମରୁ ଶେଷରେ ମୃତକଙ୍କ ନିଜ ବାଡିରେ ମୃତଦେହ ପୋତା ଯିବାକୁ ନିଷ୍ପତି ହୋଇଥିଲା। ଏଥିପାଇିଁ ପର୍ଶୁରାମ ଙ୍କ ମୃତଦେହକୁ ପ୍ରାୟ ୩୦ ଘଂଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଶବ ସତ୍କାର ପରେ ମଧ୍ୟ ଗ୍ରାମରେ ଉତେଜନା ଲାଗି ରହିଛି। ମୃତକ ର ପରିବାର ଗାଁ ଲୋକ ଙ୍କ ସହ ମିଶି କରି ରହିଲେ ଗାଁ ଲୋକେ ତାଙ୍କୁ ଆପଣାଇ ନେବାକୁ ପ୍ରସ୍ତୁତ ଅଛନ୍ତି ନଚେତ ତାଙ୍କୁ ବିରୋଧ କରାଯିବ ବୋଲି ଗାଁ ଲୋକ ରୋକଠୋକ ଶୁଣାଇ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top