ଧର୍ମଶାଳା ଯୁବ ବିଜେଡିର ପ୍ରଶିକ୍ଷଣ ଶିବିର; ଭାରତ ବର୍ଷର ରାଜନୀତି ଏକ ନୂଆ ସମୀକରଣ ସୃଷ୍ଟି ହୋବକୁ ଯାଉଛି ; ବିଧାୟକ ସଂଜୟ ଦାସବର୍ମା

ଯାଜପୁର-୫/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଳକ ଜାରକା ସ୍ଥିତ କଳ୍ପତରୁ ଦାସ ମିନିଷ୍ଟାଡିୟମ୍ ପରିସରରେ ବ୍ଲକ ଯୁବ ବିଜେଡି ସଭାପତି ପ୍ରସନ୍ନ କୁମାର ରାଉତଙ୍କ ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀସ୍ତରୀୟ ଯୁବ, ଛାତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଜେଡି ଦଳର ମୁଖପାତ୍ର ସସ୍ମିତ ପାତ୍ର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ପ୍ରଶିକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ଯୋଗଦେଇ ରାଜନୀତି ଭାରତବର୍ଷରେ ଏକ ସମୀକରଣ ହେବାକୁ ଯାଉଛି। ଏହି ସମକରଣରେ ଯୁବ ବିଜେଡି କର୍ମୀମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ। ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ଆମେ ପୂରଣ କରିବା ପାଇଁ ଓ ନବୀନ ବାବୁଙ୍କ ଭାବମୂତ୍ତିକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ଯୁବ ଛାତ୍ରମାନଙ୍କର ଗୁରୁଦାୟୀତ୍ୱ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ ସାହୁ ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଯୋଗ ଦେଇ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସମଗ୍ର ରାଜ୍ୟରେ ଏକ ଉଦାହରଣ ପାଲଟିଛି। ଆଗାମୀ ନିର୍ବାଚନ ଆଉ ୯ମାସ ପରେ ଅନୁଷ୍ଠିତ ହେବା ଆଶଂକା କରି ଯୁବଛାତ୍ର କର୍ମୀ ଓ ବିଜୁବାହିନୀ କର୍ମୀ ମାନେ ଜନସାଧାରଣଙ୍କର ସେବାରେ ସମୋୟୋଚିତ କାର୍ଯ୍ୟ କରିବା ଦିଗରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳାର ଯୁବଛାତ୍ର ବିଜେଡି କର୍ମୀମାନେ ଏହି ନିର୍ବାଚନ ମଣ୍ଡଳୀ ଜନସାଧାଣଙ୍କ ଭଲମନ୍ଦରେ ସାଥୀ ସବୁବେଳେ ରହିଆସିଛନ୍ତି। ଆଗାମୀ ନିର୍ବାଚନରେ ରାଜ୍ୟରେ ସର୍ବାଧିକ ଭୋଟ ପାଇ ଧର୍ମଶାଳାର ମାନ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରି ଯୋଗ ଦେଇ ଯୁବ ଜନତା ଦଳର ନେତୃମଣ୍ଡଳୀ ଓ ଯୁବକର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏଥିସହ ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କ ଯୋଜନା ଗୁଡିକୁ ଗାଁ ଗାଁରେ ପହଁଚାଇବାକୁ ଆହ୍ୱାନ ଦେଇଥିଲେ। ଏହି ଶିବିରରେ ଅନ୍ୟତମ ପ୍ରଶିକ୍ଷକ ଭାବେ ଡ. ହରପ୍ରସନ୍ନ ଦାସ ଯୋଗ ଦେଇ ନିଜର ନାଟକୀୟ ଶୈଳିରେ ଯୁବ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଶିବିରରେ ନିର୍ବାଚନ ମଣ୍ଡଳୀର ୫୪ଗୋଟି ପଞ୍ଚାୟତର ଯୁବ ଓ ଛାତ୍ର ଜନତା ଦଳର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ସମସ୍ତ ନିର୍ବାଚନ ମଣ୍ଡଳୀ ଗୁଡିକରେ ଏଭଳି ଭାବେ ପ୍ରଶିକ୍ଷଣ ଶିବିର ମାନ ଆୟୋଜିତ ହେବବୋଲି ବିଜୁ ଯୁବ ଜନତା ଦଳର ସଭାପତି ସୂଚନା ଦେଇଥିଲେ। ଯୁବ ବିଜେଡି ନିର୍ବାଚନ ମଣ୍ଡଳୀ ସଭାପତି ସବ୍ୟସାଚୀ ସୁନ୍ଦରରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ କ୍ଷୀତିଶ ଚନ୍ଦ୍ର ନାୟକ ଓ ପ୍ରତାପ ପ୍ରଧାନ, ମନୋଜ ଦାସ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *