ଜିଲ୍ଲା ପରିକ୍ରମା

ଧର୍ମଶାଳା ବିଜେଡି ପକ୍ଷରୁ ଛାତ୍ର ସମାବେଶ

ଯାଜପୁର, ୨୫/୯(ଓଡିଆ ପୁଅ/ମାନସ ରାଉତ) : ଧର୍ମଶାଳା ବିଜେଡି ପକ୍ଷରୁ ଏକ ଛାତ୍ର ସମାବେଶ ଗଡ଼ମଧୁପୁର ଇନ୍ଦ୍ର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଛାତ୍ର ବିଜେଡି ସଭାପତି ସୈାମ୍ୟପ୍ରକାଶ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କରୁଛନ୍ତି। ଗରୀବ ଛାତ୍ରଛାତ୍ରୀମାନେ ମେଧାବୃତ୍ତି ପାଇ ନିଜର ପାଠ୍ୟକ୍ରମରେ ସଫଳ ହୋଇ ଉଚ୍ଚ ଶିକ୍ଷିତ ହେଉଛନ୍ତି। ଯାଜପୁର ସାଂସଦ ରୀତା ତରାଇ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ବିଜେଡି ସଭାପତି ଅମ୍ରେଶ ପତ୍ରି, ମହିଳା ବିକାଶ ପରିଷଦ ସଭାପତି ଶ୍ରୀମୟୀ କର, ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୧୩ନଂ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ, ମମତା ଦଣ୍ଡପାଟ, ପ୍ରଣତୀ ଲେଙ୍କା, ସୁରେକ୍ଷା ନାୟକ, ମଧୁପୁରଗଡ ସରପଞ୍ଚ ଝୁମୁରୀ ନାୟକ, ଯୁବ ସଂଗଠକ ରାମଚନ୍ଦ୍ର ରାଉତ, ଜଗ୍ଦିଶ ଜେନାମଣି, ପ୍ରହଲ୍ଲାଦ ଲେଙ୍କା, ପ୍ରଦୀପ ପାଲ୍, ବିକାଶ ଦାସ, ଦିଲିପ ବଳ, ଜୟନ୍ତ ଜେନା ପ୍ରମୁଖ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top