ଓଡ଼ିଶା

ଧର୍ମଶାଳା: କରଜ ବୋଝ, ରଶି ଲଗାଇ ଚାଷୀଙ୍କ ଆତ୍ମହତ୍ୟା

ଯାଜପୁର, ୨୬/୯(ଓଡିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଭୟପୁର ପଂଚାୟତ ମଙ୍ଗରାଜପୁର ଗ୍ରାମରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଜୟୀରାମ ବଳଙ୍କ ପୁଅ ଗୌରାଙ୍ଗ ବଳ (୪୭) ନିଜ ଚାଷ କାର୍ଯ୍ୟ ପାଇଁ ବିଭିନ୍ନ ଆଡୁ ଅନେକଟଙ୍କା ଧାର କରଜ କରିଥିଲା। ତଥାପି ପୂର୍ବବର୍ଷର ଟଙ୍କା ପରିଶୋଧ କରିପାରିନଥିବା ବେଳେ ପୁଣି ଚଳିତ ବର୍ଷ ଚାଷ ପାଇଁ ମାଇକ୍ରୋ ପାଇନାସ୍, ଏଚ.ଡିଏଫ ଏବଂ ଅନ୍ୟମାନଙ୍କ ଠାରୁ ଧାର କରଜ କରିବାକୁ ପଡିଲା। ଅନ୍ୟପଟରେ ଘର ଚଳାଇବ ପାଇଁ ଅର୍ଥ ଅଭାବ ହେଉଥିଲା।

କରଜଦାତା ମାନେ କରଜ ପରିଶୋଧ କରିବା ନିମନ୍ତେ ଚାପ ପକାଉଥିବା ବେଳେ ଗୌରାଙ୍ଗ ମାନସିକ ବିଶାସଗ୍ରସ୍ତ ହୋଇପଡିଥିଲା। ଫଳରେ ଗତକାଲି ବିଳମ୍ବିତ ରାତିରେ ନିଜ ବାରି ପଛ ଆଡେ ଥିବା ଆମ୍ବ ଗଛରେ ରଶି ଦେଇ ଆତ୍ମ ହତ୍ୟା କରିଥିଲା। ଖବର ପାଇଁ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ତାଙ୍କ ୨ଟି ଝିଅ ଗୋଟିଏ ପୁଅ ଏବଂ ସ୍ମୀ ରହିଥିବା ବେଳେ ସେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଏଭଳି ବିୟୋଗରେ ପରିବାର ବେସାହାର ହୋଇପଡିଛି।

ବିଲରେ ସାର େଔଷଧ୍ୟ ପାଇଁ ଟଙ୍କା ନଥିବାରୁ ଭାରସ୍ୟମ ହରାଇ ବସିଥିଲା ବେଳେ ଏଭଳି କରିଥବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ତାଙ୍କ ପରିବାର ସରକାରୀ ସହାୟତା ଦେବା ପାଇଁ ଗ୍ରାମବାସୀଙ୍କ ସମେତ ଧର୍ମଶାଳା ବିକାଶ କରିଷଦ ସଭାପତି ଶ୍ରୀକାନ୍ତ ସାହୁ, କଂଗ୍ରେସ ସୋସିଆଲ ମିଡିଆ ସଭାପତି ପ୍ରଫୁଲ୍ଲ କୁମାର ରାଉତ, ସାମଜିକ କର୍ମୀ ଦେବବତ୍ର ରାଉତ, ଅନିରୁଦ୍ଧ ସାମନ୍ତରାୟ, ପଂଚାୟତର ସରପଂଚ ପ୍ରମୁଖ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top