ଓଡ଼ିଶା

ଧର୍ମଶାଳା କଂଗ୍ରେସରେ ମିଶ୍ରଣ ପର୍ବରେ ବିଜେଡି ଓ ବିଜେପିର ବହୁ ନେତା କର୍ମୀ କଂଗ୍ରେସରେ ସାମିଲ

ଯାଜପୁର, ୫/୮ (ଓଡିଆ ପୁଅ/ମାନସ ରାଉତ) ରବିବାର ଦିନ ଧର୍ମଶାଳା କଂଗ୍ରେସର ଏକ ମିଶ୍ରଣ ପର୍ବ ଯୁବନେତା ତଥା ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଜାରାକାସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣପର୍ବରେ ସାମାଜିକ ନ୍ୟାୟ ଓ ସମତା ଅଭିଯାନର ଆବାହକ ସାମାଜିକ କର୍ମୀ ଦେବବ୍ରତ ରାଉତ, ପୂର୍ବତନ ସ୍ୱାଧୀନ ବିଧାୟକ ପାର୍ଥୀ ତଥା ନାଗରିକ ସୁରକ୍ଷା ମଂଚର ଆବାହକ ରବିନ୍ଦ୍ର କୁମାର ଧିର, ବିଜୁ ଜନତା ଦଳର ଯୁବନେତା ତଥା କଲଣ ଗ୍ରାମ ପଂଚାୟତର ପ୍ରାକ୍ତନ ସମିତିସଭ୍ୟ ଦିପକ କୁମାର ଦାଶ, ବିଜେପି ଯୁବନେତା ତଥା ପଟୁଣିଆ ଗ୍ରାମପଂଚାୟତର ପୂର୍ବତନ ସମିତିସଭ୍ୟ ଅଭିମନ୍ୟୁ ମଲିକ, ବିଜୁ ଜନତା ଦଳର ଯୁବନେତା ଇଂଜିନିୟର ସୁଧାଂଶୁ ଶେଖର ଧଳ, ଧର୍ମଶାଳା ମହାବିନ୍ୟାଳୟର ପୂର୍ବତନ ଛାତ୍ରନେତା ତଥା ଏକ୍ସ ଆର୍ମି ସୁବତ୍ର କୁମାର ଦାସ ସମେତ ଶତାଧିକ ବିଜେଡି ଓ କର୍ମୀ ଯୁବନେତା ଶ୍ରୀ ସାହୁ ଏବଂ କଂଗ୍ରେସର ନୀତି ଆର୍ଦଶରେ ଅନୁପ୍ରାଣୀତ ହୋଇ କଂଗ୍ରେସ ଦଳରେ ସାମଲି ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ଧର୍ମଶାଳା ମିଡିଆ ସେଲର ସଂଯୋଜକ ପ୍ରଫୁଲ୍ଲ କୁମାର ରାଉତ, ପୂର୍ବତନ ସମିତିସଭ୍ୟ ହିମାଂଶୁ ମହାପାତ୍ର, ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମୁନା ମହମ୍ମଦ, ଯୁବନେତା ଅକ୍ଷୟ କୁମାର ମଲିକ, ନୀଳମଣି ମହାନ୍ତି, ପ୍ରଶାନ୍ତ କୁମାର ଦାଶ, ଶ୍ରୀକାନ୍ତ ବିଶ୍ୱାଳ ନାରାୟଣ ରାମ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top