ଜିଲ୍ଲା ପରିକ୍ରମା

ଧର୍ମଶାଳାରେ ମାନବ ଅଧିକାର ଆଇନ ସଚେତନତା ଶିବିର

ଯାଜପୁର, ୧୪/୦୧(ଓଡିଆ ପୁଅ/ମାନସ ରାଉତ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ଭବାନୀପୁର ପଂଚାୟତର ଅରଖପଦା ଠାରେ ମାନବ ଅଧିକାର ଆଇନ ସମ୍ପର୍କରେ ଆଜି ଅପରାହ୍ମନ ୩ ଘଟିକା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରକୁ ଓଡିଶା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ଗୟାଧର ପଣ୍ଡା ପରିଚାଳନା କରିଥିଲେ। ଧର୍ମଶାଳା ଅଂଚଳରେ ଗ୍ରାମଂଚଳର ନିଷ୍ପେସିତ, ଗରିବ, ଅସହାୟ ଜନସାଧାରଣ ସରକାରୀ ସ୍ତରର ବିଭିନ୍ନ ଆଇନଗତ ସହାୟତା ବିଷୟରେ ଅଜ୍ଞ ଥିବାରୁ ରାଜନେତା ଓ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଚାପରେ ଫସୁଛନ୍ତି। ଆଇନ ସଚେତନତା ଅଭାବରୁ ବିଭିନ୍ନ ଅନିତୀ ଓ ଦୁର୍ନୀଥି ବିରୁଦ୍ଧରେ ଲୋକମାନେ ସ୍ୱାର ଉତୋଳନ କରିବାକୁ ସାହାସ କରୁ ନାହାନ୍ତି। ସଚେତନ ନାଗରିକ ମାନେ ଏ କ୍ଷେତ୍ରରେ ଯଦି ଆଗକୁ ଆସିବେ ତେବେ ଦୁର୍ନୀତି ହଟିବା ସହିତ ଲୋକମାନେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ମୌଳିକ ଅଧିକାର ପାଇପାରିବେ। ଏହି।କର୍ଯ୍ୟକ୍ରମ ସବୁ ସମୟରେ ବିଭିନ୍ନ ଅଂଚଳରେ କରାଯିବ। ଜନସାଧାରଣଏଭଳୀ କାର୍ଯ୍ୟକ୍ରମରେ ସାମିଲି ହେଲେ ନିଜର ଅଧିକାର ବିଷୟରେ ବହୁତ କିଛି ଜାଣି ପାରିବେ। ଲୋକେ ସଚେତନ ହେଲେ ସରକାରି ଅଧିକାରୀ ଓ ରାଜନେତାଙ୍କ ସଶୋଣରୁ ରକ୍ଷା ପାଇବେ। ଏଭଳୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତ୍ୟେକ ନାଗରିକ ଉପସ୍ଥିତ ଓ ସହଯୋଗ କରିବାକୁ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରତାପ ଦାସ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ବରିଷ୍ଠ ଓକିଲ ହେମନ୍ତ କୁମାର ମହାପାତ୍ର ଜନସାଧାରଣକୁ ଆଇନଗତ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଆଧ୍ୟାତ୍ମିକ ଅନୁଷ୍ଠାନ ମିତ୍ରଶକ୍ତିର ପ୍ରତିଷ୍ଠାତା ଅଧ୍ୟାପକ ଗୋବିିନ୍ଦ ଭଗବାନ ମାନବ ସେବା ଉପରେ ଗୁରୁତ୍ୱାରୋପ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top