ଓଡ଼ିଶା

ଧର୍ମଶାଳାରେ ବିକାଶର ଚିତ୍ର: ଗୋଟିଏ ରାସ୍ତାରେ ଦୁଇଟି ବିଲ, ଉନ୍ନତି ନାମରେ ହରିଲୁଟ

ଯାଜପୁର, ୧୦/୦୫(ଓଡିଆ ପୁଅ/ମାନସ ରାଉତ)-ଧର୍ମଶାଳା ବିଧାନସଭା କ୍ଷେତ୍ରରେ ବିକାଶ ନାମରେ ବ୍ୟାପକ ହରିଲୁଟ ଚାଲିଛି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥରୁ ସାରୋଇ ପର୍ଯ୍ୟନ୍ତ ରାସ୍ତା ଗୋଟିଏ ହୋଇଥିବା ବେଳେ ଦୁଇଟି ଯୋଜନାରେ ବିଲ କରାଯାଇ ରାସ୍ତାରେ ସୂଚନା ଫଳକ ଲଗାଯାଇଥିବାର ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ସୂଚନା ଫଳକକୁ ହଟାଇ ୨୦୧୬-୧୭ ଦିଆଯାଇ ଥିଲା। ଠିକ ସେହିପରି ଘଟଣା ଏହି ବ୍ଲକ ଅନ୍ତର୍ଗତ କାଏମା ଠାରୁ ଅରେଇକଣା ରାସ୍ତା ନିର୍ମାଣରେ ଦେଖିବାକୁ ମିଳିଛି। ଏହି ଆର୍ଥିକ ବର୍ଷରେ ଗୋଟିଏ ରାସ୍ତାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଫଳକ ଲାଗିଥିବା ବେଳେ ଅନ୍ୟ ଗୋଟିଏ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅର୍ଥ ବ୍ୟୟ କରାଯାଇ ରାସ୍ତା ନିର୍ମାଣ କରାଯାଇଥିବା ଲଗାଯାଇଥିବା ସୂଚନା ଫଳକ ଦର୍ଶାଉଛି। ଏ ବାବଦରେ ଗୋଟିଏ ରାସ୍ତାରେ ଦୁଇଟି ଯୋଜନାରେ ଅନ୍ତଭୁକ୍ତ କରାଯାଇ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବାର ଗୁରୁତର ଅଭିଯୋଗ ହୋଇଛି। ଏହାକୁନେଇ ସାଧାରଣରେ ଘୋର ଉଦବେଗ ଦେଖାଦେଇଛି। ସୂଚନା ମୁତାବକ ଏହି ରାସ୍ତାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଥିବା ଫଳକରେ ଉଲ୍ଲେଖ ରହିଛି ଯେ, କାଏମା ଠାରୁ ଅରେଇକଣା ୧, ୫୦୦ ମିଟର ରାସ୍ତା ପାଇଁ ୬୬.୮୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୫ ବର୍ଷର ରକ୍ଷଣାବେକ୍ଷଣ ବାବଦରେ ୫.୬୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ କାର୍ଯ୍ୟ ଆରମ୍ବ ଓ ଶେଷ ତାରିଖ ଯଥାକ୍ରମେ ୬.୧୦.୧୬ ମଧ୍ୟରୁ ୭.୧୧.୭ ରହିଛି। ସେହିପରି ଏହି ରାସ୍ତାରେ ଭାରତ ନିର୍ମାଣ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତଭୁକ୍ତ କରାଯାଇ ୧.୫୦ କି.ମି ସିମେଂଟ କଂକ୍ରିଟ ରାସ୍ତା ପାଇଁ ୭୭.୨୭୯୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାସ୍ତାର ଗୋଟିଏ ବର୍ଷର ରକ୍ଷଣା ବେକ୍ଷଣ ମୂଲ୍ୟ ୫.୬୩ ଲକ୍ଷ ଟଙ୍କା ରହିଛି। ରାସ୍ତାର କାର୍ଯ୍ୟ ଆରମ୍ବ ଦିବସ ୭.୧୧.୧୬ ଏବଂ କାର୍ଯ୍ୟ ଶେଷ ତାରିଖ ୬.୧୦.୧୭ ପ୍ରର୍ଯ୍ୟନ୍ତ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଉଭୟ ରାସ୍ତା ଗୋଟିଏ ହୋଇଥିବା ବେଳେ ଉଭୟ କାମ ମଧ୍ୟ ଗୌରବ କନଷ୍ଟ୍ରକସନ ନାମରେ ଟେଣ୍ଡର ଦିଆଯାଇ କାର୍ଯ୍ୟ କରାଯାଇଛି। ଉଭୟ କାର୍ଯ୍ୟ ଜଣେ ଠିକାଦାରଙ୍କ ନାମରେ ଟେଣ୍ଡର ଚୁଡାନ୍ତ ହେବା ମଧ୍ୟ ବିଭାଗୀୟ ଅଧିକାରୀ ଏବଂ ଏହି କନଷ୍ଟ୍ରକସନ ମଧ୍ୟରେ ମଧୁଚନ୍ଦ୍ରିକାର ଜଳ ଜଳ ହୋଇ ଜଣାପଡୁଛି। ଏପରକି ଏହି ବିଭାଗର ଏବଂ କମ୍ପାନୀ ମଧ୍ୟ ଅନ୍ୟ ସ୍ଥାନରେ ଏଭଳି କରିଥିବାର ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନକ କାର୍ଯ୍ୟକରୁଥିବା କହି ଡିଡିମ ପିଟୁଥିବା ବେଳେ ବାସ୍ତବରେ ରାଜ୍ୟ ସରକାର କେବଳ ଠିକାଦରଙ୍କ ଦ୍ୱାରା ପରିଚାଳିତ ତାହା ସ୍ପଷ୍ଟ ଅନୁମେୟ ହେଉଛି। ହେଲେ ଉନ୍ନୟନ କାର୍ଯ୍ୟରେ ଧର୍ମଶାଳାରେ ନିୟମିତ ଏଭଳି ଦୁର୍ନିତି ଚାଲିବା ଏବଂ ସମସ୍ତ ଠିକାଦାରୀ କାର୍ଯ୍ୟରେ ନିର୍ଦ୍ଧିଷ୍ଟ ଆଙ୍ଗୁଠି ଗଣତି ଠିକାଦାରଙ୍କ ରାଜୁତି ନୀତି ବିରୋଧ କାର୍ଯ୍ୟରେ ପରିଣତ ହୋଇଛି। ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେତକ ଯୁବନେତା ଏବଂ ଜନସାଧରଣ ସମାଜସେବୀ ମାନେ ପ୍ରକାଶ କରିଛନ୍ତି। ଅନ୍ୟପଟରେ ରାସ୍ତା ନିର୍ମାଣରେ ମଧ୍ୟ ଅତିନିମ୍ନମାନର କରାଯାଇଥିବା ଯୋଗୁ କାମ ହେବାର କେଇଦିନ ମଧ୍ୟରେ ରାସ୍ତା ଶୋଚନୀୟ ହୋଇପଡିଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ତହସି ଭିଜିଲାନ୍ସ ବିଭାଗ ତଦନ୍ତ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top