ଧର୍ମଶାଳାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବହୁ ପକଳ୍ପର ଅନୁମୋଦନ

ଧର୍ମଶାଳା, ୨/୬ (ଓଡିଆପୁଅ/ଏମ୍ ରାଉତ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତର ବହୁ ଗ୍ରାମ ମାନଙ୍କରେ ବହୁ ପକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସିଧାସଳକ ଅନଲାଇନ ଭିଡିଓ ଜରିଆରେ ଧର୍ମଶାଳା ବାସୀଙ୍କ ସ୍ୱାଗତ କରି ଗ୍ରାମର ଅନୁମୋଦନ ହୋଇଥିବା ପକଳ୍ପକୁ ଶୀଘ୍ର କାର୍ଯ୍ୟ ସାରିବାକୁ ମଧ୍ୟ କହିଛନ୍ତି। ଆଜି ଏହି ଯୋଜନା ପାଇଁ ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସାକାଳ ସମୟରୁ ଏହି ଯୋଜନା ପାଇଁ ଜାରାକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ସାଂସଦ ରୀତା ତରାଇ, ଜିଲ୍ଲାପାଳ ରଂଜନ କୁମାର ଦାସ, ପକଳ୍ପ ନିର୍ଦ୍ଦେଶକ ବଜ୍ର ଗୋପାଳ ଆଚାର୍ଯ୍ୟ, ଧର୍ମଶାଳା ବିଡିଓ ଅମ୍ବିକା ପ୍ରଶାଦ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ, ହରିଦାସପୁର ସରପଂଚ ପ୍ରତିନିଧି ରୁପେଷ ଭଦ୍ର, ସୁନ୍ଦରିଆ ସରପଂଚ ଜୀବନାନନ୍ଦ ପରିଡା, ସମେତ ସମସ୍ତ ଗ୍ରାମପଂଚାୟତର ସରପଂଚ, ସମିତସଭ୍ୟ ଜିଲ୍ଲା ଏବଂ ବ୍ଲକର ସମସ୍ତ ଉଚ୍ଚଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଜନସାଧରଣ ଉପସ୍ଥିତ ରହି ଏହି ଯୋଜନାରେ କେଉଁ ଗ୍ରାମକୁ କେତେ ଟଙ୍କା ଅନୁମୋଦନ କରାଯାଇଛି ତାହା ସିଧାସଳକ ଜାଣିପାରିଥିଲେ। ପରେ ଉପସ୍ଥିତ ଜନସାଧରଣଙ୍କୁ ଜିଲ୍ଲାପାଳ, ବିଧାୟକ, ପଡି ଡିଆରଡିଏ, ବିଡିଓ ହିତାଧିକାରୀଙ୍କ ଭତ୍ତା, ବ୍ୟକ୍ତିଗତ ପାଇଖାନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଶୀଘ୍ର ନିର୍ଧାରିତ ସମୟ ମଧ୍ୟରେ ସାରିଥିବା ହିତାଧିକାରୀଙ୍କ ପ୍ରୋତ୍ସାହନ ରାଶି ଆଦି ବଂଟନ କରିଥିଲେ। ଏଥିରେ ଧର୍ମଶାଳାର ବହୁ ବିଶିଷ୍ଠ ଲୋକ ସାଧରଣ ଜନତା ଯୋଗଦେଇଥିଲେ।

ପୋଲିସ ସଜାଗ ନଥିବାରୁ ରାସ୍ତା ଜାମ, ଘଂଟାଏ ଖରାରେ ଫସିଲେ ଲୋକେ ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହଥିବା ବେଳେ ଧର୍ମଶାଳା ପୋଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ସଫଳ ହୋଇନଥିଲା। ବିଭିନ୍ନ ଛକ ବଜାରରେ ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ଜଗି ନଥିବାର ଜାରକା ମୁଖ୍ୟ ରାସ୍ତା ମାତ୍ରାଧିକ ଜାମ ହେବା ଫଳରେ ବହୁ ଲୋକ ଜାମରେ ଫସି ରହିଥିବାର ଦେଖିବାକୁ ମିଳିଥିଲା। ଏପରକି ଥାନାର କର୍ମଚାରୀ ମାନେ ବିଳମ୍ବରେ ପଂହଚି ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ସୁଧା ତାଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିବା କେତକ ଉଯୋଗୀ ଯୁବକ ମାନଙ୍କ ଥାନାର ଜଣେ କର୍ମଚାରୀ ଗାଳିଗୁଲଜ କରିଥିବା ଦେଖାଯାଇଥିଲା। ଏନେଇ ଏସପି ଦୃଷ୍ଟି ଦେବାକୁ ସାଧରଣ ଜନତା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *