ଜଗତସିଂହପୁର

ଧର୍ମପ୍ରାଣା ଶୁକଲତାଙ୍କ ସ୍ମୃତି ଉଦେଶ୍ୟରେ ପାଠଚକ୍ର

ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- -ତିର୍ତ୍ତୋଲ ବ୍ଲକ୍ ଉକୁସାହୀ ଗ୍ରାମର ପ୍ରମୁଖ ଧର୍ମପ୍ରାଣା ଶୁକଲତା ନାୟକଙ୍କୁ ତାଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ତାଙ୍କ ସ୍ମୃତି ଚାରଣ ସହ ମହାନ ଯୋଗୀ ଶ୍ରୀ ମା’ ଶ୍ରୀ ଅରବିନ୍ଦ ଦର୍ଶନ ସମ୍ବଳିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଅରବିନ୍ଦ ପାଠଚକ୍ରର ସଂଗଠନର କୁଜଙ୍ଗ ବ୍ଲକ୍ ସଂଯୋଜକ ତଥା ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ବାସୁଦେବ ନାୟକଙ୍କ ସଂଯୋଜନାରେ ହୋଇଥିବା ଏହି ପାଠ ଚକ୍ରରେ ଶ୍ରୀ ଅରବିନ୍ଦରଙ୍କ ବାଣୀ ‘ଅଥବା ପାରହୁଏ ଅନାତ୍ମା, ଆତ୍ମା, ଶୂନ୍ୟତ୍ମା’, ସତ୍ୟର ବିଗ୍ରହ ସଚେତନ ରହସ୍ୟର ମୁର୍ତ୍ତୀ, ‘ଗଢିଛି ମୂର୍ତ୍ତୀ ଏକ ନାମ ହେଉଛି ଭଗବାନ୍’ ସମ୍ପର୍କରେ କୁଜଙ୍ଗ ଅବନା ଘରର ପ୍ରତିଷ୍ଠାତା ତଥା ଶ୍ରୀ ଅରବିନ୍ଦ ଦର୍ଶନର ମହାନ ପ୍ରବକ୍ତା ଡ. ଗିରିଧାରୀ ସାହୁ,  ମନସୀ ସମାନ୍ତରାୟ, ସୁଲୋଚନା ବେହେରା, ଅନୁ ଦାସ, କ୍ରିଷ୍ଣା ଅପା ପ୍ରମୁଖ ବହୁ ବୁଦ୍ଧିଜୀବ ତଥା ଶ୍ରୀ ଅରବିନ୍ଦଙ୍କ ଅନୁଗାମୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇ ଏହି ବକ୍ତବ୍ୟ ଦେବା ସହ ଶୁକଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଡା. ସାହୁ ତାଙ୍କର ସରଗର୍ଭକ ଭାଷଣରେ ଅତିମାନସ ଶକ୍ତିର ବ୍ୟତିରକେ ପୃଥିବୀ ଚଳିବା ଏକ ବୃଥା ଅଷ୍ଫାଳନ ବୋଳି ମତଦେବା ସହ ମୁନୁଷ୍ୟର ମୃତ୍ୟୁ ପରେ ତାଙ୍କର ଆତ୍ମାର ଗତି ଓ ସ୍ୱରୂପ ବିଷୟରେ ବହୁ ଗୁଢ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଶୁକଲତାଙ୍କ ପୁତ୍ର ପୁରୁଷୋତ୍ତମ ନାୟକ,  ବିଚିତ୍ରାନନ୍ଦ ସ୍ୱାଇଁ, ବୈକୁଣ୍ଠ ଗୋଛାୟତ ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top