ଧର୍ମପାରାୟଣ ମହିଳାଙ୍କ ପରଲୋକ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତ ତାଳପଦା ଗ୍ରାମର ଯୋଗେନ୍ଦ୍ରନାଥ ମହାନ୍ତିଙ୍କ ପତ୍ନୀ ଶିଶିରପ୍ରଭା ମହାନ୍ତି (୮୨)ଙ୍କ ଗତକାଲି ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବେଳେ ଗତକାଲି ଭୁବନେଶ୍ୱରସ୍ଥିତ ବାସଭବନ ଠାରେ ତାଙ୍କର ପରଲୋକ ହୋଇଛି। ସେ ଏକାଧାରାରେ ଧର୍ମପାରାୟଣ ମହିଳା ଓ ସମାଜସେବାରେ କ୍ଷେତ୍ରରେ ଅବଦାନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡ ପୁଅ ନିର୍ମଳ ମହାନ୍ତି, ଶରତଚନ୍ଦ୍ର ମହାନ୍ତି, ଗୋବିନ୍ଦ ମହାନ୍ତି, ଗୋପାଳ ମହାନ୍ତି, ଗିରିଶଚନ୍ଦ୍ର ମହାନ୍ତିଙ୍କ ସମେତ ବୋହୂ, ନାତି, ନାତୁଣି ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ମର ଶରୀରକୁ ପୁରି ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ଶବ ଶକ୍ରାର କରାଯାଇଛି। ଆଜି ଖବରପାଇ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିବିସିସି ସଭାପତି ରଘୁନାଥ ଲେଙ୍କା, ନାରାୟଣ ସାହୁ, ବିନୋଦ ନାୟକ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ହରେକୃଷ୍ଣ ପାଢୀ, ପ୍ରଦୀପ ମଲ୍ଲିକ, ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ ଧଳ, ସେକ ନିଜାମୁଦ୍ଦିନ, ସାମ୍ବାଦିକ ଅନିଲ ବାରିକ, ପ୍ରଦୀପ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ଜେନା ଓ ସରୋଜ କୁମାର ସେଠୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟାକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *