ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜ ଚାରବାହାଲ ବ୍ଲକ କମିଟୀ ବୈଠକ ଅନୁଷ୍ଠିତ

କଳାହାଣ୍ଡି – ୧୦/୦୫/୨୦୧୮ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜ ର ଚାରବାହାଲ ସାଙ୍ଗଠନିକ ବ୍ଲକ ଅନ୍ତର୍ଗତ ସମସ୍ତ ଆଂଚଳିକ କମିଟୀ ଓ ଗ୍ରାମ୍ୟ କମିଟୀ କାର୍ଯ୍ୟକର୍ତା ମାନଙ୍କ ଏକ ବୈଠକ ଚକୁଳି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୧୦.୦୫.୨୦୧୮ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଚାରବାହାଲ ବ୍ଲକ କମିଟୀ ସଭାପତି ଶ୍ରୀ ହରିହର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ କମିଟୀ ସଭାପତି ଶ୍ରୀ ଆଶୁତୋଷ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରିୟ ଆଡହକ କମିଟୀ ସମ୍ପାଦକ ଦୁଷ୍ମନ୍ତ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଚାରବାହାଲ ସାଙ୍ଗଠନିକ ବ୍ଲକ ସମ୍ପାଦକ ସୁଶାନ୍ତ କୁମାର ମୁଣ୍ଡ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସର୍ବପ୍ରଥମେ ଜଗତରନାଥ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ଐର୍ଘ୍ୟ ପୁଷ୍ପାଂଜଳି ଓ ଦୀପ ପ୍ରଜ୍ଜଳନ ପୂର୍ବକ ପ୍ରାର୍ଥନା କରାଯାଇଥିବା ବେଳେ ନିକଟ ଅତୀତରେ ଇହଧାମ ତ୍ୟାଗ କରିଥିବା ଦିବଂଗତ ଅତ୍ମା ମାନଙ୍କ ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ବ୍ଲକ ସଭାପତି ଶ୍ରୀ ପଣ୍ଡା ସମାଜର ସଂଗଠନ ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ସମସ୍ତ ଗ୍ରାମ ଓ ଅଂଚଳ କମିଟୀର କର୍ମକର୍ତାମାନେ ନିଜ ନିଜ ଅଂଚଳର ସାମାଜିକ କାର୍ଯ୍ୟଧାରା ସଂପର୍କରେ ଆଲୋଚନା କରିଥିଲେ। ସାଂପ୍ରତିକ ପରିସ୍ଥିତି ରେ ଶିକ୍ଷିତ ବ୍ରାହ୍ମଣ ଯୁବକମାନେ ନିଜ ଅଂଚଳରେ ନଗଣ୍ୟ ହୋଇଯାଉଥିବା ବେଳେ ଦେଶ ଓ ବିଦେଶରେ ଉଚ୍ଚ ସ୍ତରୀୟ କାର୍ଯ୍ୟ କରି ପ୍ରଶଂସା ଭାଜନ ହେଉଥିବା ବିଷୟ ଉଲ୍ଲେଖ କରି ବ୍ରାହ୍ମଣତ୍ୱ ବଜାୟ ରଖିପାରିଲେ ସବୁ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ରୀୟ ସଂପାଦକ ଶ୍ରୀ ଦୁଷ୍ମନ୍ତ କୁମାର ପଣ୍ଡା ଆହ୍ୱାନ ଜଣାଇଥିଲେ। ବ୍ରାହ୍ମଣ ଶୃଙ୍ଖଳା ଉପରେ ବିଶ୍ୱାସ କରେ ଏବଂ ଶୃଙ୍ଖଳାର ସହିତ ସାମାଜିକ କର୍ମକର୍ମାଣି ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ଅଂଚଳ ଓ ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟକର୍ତାମାନେ ନିୟମିତ ବ୍ୟବଧାନରେ ସାମାଜିକ ବୈଠକ କରି ସଙ୍ଗଠନକୁ ଆଗେଇନେବାକୁ କେନ୍ଦ୍ରୀୟ ସଭାପତି ଆହ୍ୱାନ ଜଣାଇଥିଲେ। ଏହି ବୈଠକରେ ଅନେକ ଆଗ୍ରହୀ ଯୁବ ସଂଗଠକ ଯୋଗ ଦେଇ ସମାଜ ସଂଗଠନକୁ କିପରି ଶୃଙ୍ଖଳିତ ଶୈଳିରେ ଆଗେଇ ନେଇ ହେବ ସେସଂପର୍କରେ ଆଲୋଚନା ହେବ। ଅନେକ କ୍ଷେତ୍ରରେ ଶୃଙ୍ଖଳିତ ଓ ଶାନ୍ତିପ୍ରୀୟ ବ୍ରାଜ୍ମଣ ମାନଙ୍କ ଉପରେ ଅନ୍ୟମାନେ ଉଦ୍ଦେଶ୍ୟ ମୂଲକ ଭାବେ ହଇରାଣ ହରକତ କରୁଥିବା ସଂପର୍କରେ ଆଲୋଚନା ହୋଇ ନିନ୍ଦା କରାଯାଇଥିଲା। ବ୍ରାହ୍ମଣ ସମାଜର ଉନ୍ନତି ନିମନ୍ତେ ବିଭିନ୍ନ ମତାମତ ସଂଗ୍ରହ କରାଯାଇ ଆଗାମୀ ଦିନରେ ସେସବୁର କାର୍ଯ୍ୟକାରୀ କରାଯିବା ପାଇଁ ସଂକଳ୍ପବଦ୍ଧ ଭାବେ ସମସ୍ତେ କାର୍ଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା। ସକ୍ରୀୟ ସଭ୍ୟ ନବକିଶୋର ବେହେରା, ମଧୂସୂଦନ ବେହେରା, ଭାରତ ମୁଣ୍ଡ, ଶିବପ୍ରସାଦ ପଟ୍ଟଯୋଷୀ, ଅରୁଣ କୁମାର ପଣ୍ଡା, ଡମ୍ବରୁଧର ପାଢୀ, ସୁରେଶ ଚନ୍ଦ୍ର ଠାକୁର, ଗୋଦାବରୀଶ ପଣ୍ଡା, ସପ୍ତେଶ୍ୱର ମୁଣ୍ଡ, ଅଭିମନ୍ୟୁ ଯୋଷୀ, ସୁରେନ୍ଦ୍ର ପଣ୍ଡା, ବିଷ୍ଣୁ ଚରଣ ବେହେରା ପ୍ରମୂଖ ଆଲୋଚନା କରିଥିଲେ। ଶେଷରେ ଚକୁଳି ଗ୍ରାମ୍ୟ କମିଟୀ ସଭାପତି ବିଶ୍ୱେଶ୍ୱର ଠାକୁର ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *