ଧରାପଡ଼ିଲେ ନକଲି ତହସିଲଦାର

ସମ୍ବଲପୁର, ୬/୯ (ଓଡ଼ିଆ ପୁଅ)- ସମ୍ବଲପୁର ଜିଲ୍ଲା ଧନୁପାଲି ପୋଲିସ ହାବୁଡ଼ରେ ପଡ଼ି ବୁଧବାର ଦିନ ଜଣେ ନକଲି ତହସିଲଦାର ବନ୍ଧା ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଗ୍ରାମର ସିକନ୍ଦର ମହନ୍ତ। ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡ଼ିସି) କାର୍ଯ୍ୟାଳୟକୁ ସେ ଆସିଥିଲେ। ଆରଡ଼ିସିଙ୍କ ବ୍ୟକ୍ତିଗତ ସଚିବ (ଘରୋଇ) ସନ୍ତୋଷ କନ୍ଧଙ୍କୁ ଭେଟିଥିଲେ। କାପ୍ତିପଦାର ପୂର୍ବତନ ତହସିଲଦାର ମାନସିଂ ମୁଣ୍ଡା ଭାବେ ପରିଚୟ ଦେଇଥିଲେ। ସୋନପୁର ଜିଲ୍ଲା ସଦର ତହସିଲଦାର ଭାବେ ବଦଳି ହୋଇ ଆସିଥିବା କହିଥିଲେ। ଏଥିପାଇଁ ଆରଡ଼ିସି ଅଫିସ ପକ୍ଷରୁ ୫ ହଜାର ଟଙ୍କା ସହ ରହିବା ପାଇଁ ଘର, ଗ୍ୟାସ ଆଦି ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏଥିରେ ସନ୍ତୋଷ ନୂତନ ଗ୍ୟାସ କନେକ୍ସନ ପାଇଁ ଆବେଦନ କରିଥିଲେ। ହେଲେ ସେ କାଗଜପତ୍ର ଦେଖାଇ ପାରିନଥିଲେ। ସନ୍ଦେହ ହେବାରୁ ସନ୍ତୋଷ ପୋଲିସକୁ ଖବର ଦେଇଥିଲେ। ପୋଲିସ ତାଙ୍କୁ ଥାନାକୁ ଧରି ଆଣିଥିଲେ। ପଚରାଉଚରା କରିବାରେ ତାଙ୍କର ଅସଲ ଚେହେରା ପଦାକୁ ଆସିଥିଲା। ଏ ନେଇ ଥାନାରେ କେସ ନମ୍ବର ୩୨୪ ଦଫା ୪୨୦ରେ ଏକ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *