ad
ଓଡ଼ିଶା

ଧରାକୋଟ ବ୍ଲକ୍ ଗାଁ ସାଥୀ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ

ଧରାକୋଟ, ୦୮/୧୨ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ):ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଗାଁ ସାଥୀ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହନୁମାନଦ୍ୱାର ବାଲ୍ମୀକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଭାପତି ଲଡ଼ୁ କିଶୋର ଦାଶଙ୍କ ଅଧ୍ୟକ୍ଷତାରେ ବୈଠକରେ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଗାଁ ସାଥୀ ମାନଙ୍କ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିଲା ।ଆଗାମୀ ଦିନରେ ଭୁବନେଶ୍ୱରରେ ଠାରେ ହେବାକୁ ଥିବା ବିଶାଳ ରାଲି ଓ ସମାବେଶରେ ଧରାକୋଟ ବ୍ଲକର ସମସ୍ତ ଗାଁ ସାଥୀ ସମ୍ପୂର୍ଣ ସମର୍ଥନ କରିବା ସହ ଯୋଗ ଦେବା ପାଇଁ ନିଷ୍ପତି ହେଲା । ଜିଲ୍ଲା ପ୍ରଶାସନ ଧରାକୋଟ ବ୍ଲକକୁ ଗାଁ ସାଥୀଙ୍କ ଡ଼ାଟାବେଶ୍ ରିପୋର୍ଟ ମାଗିବା ସତ୍ୱେ ବ୍ଲକ ପ୍ରଶାସନ ରିପୋର୍ଟ ପ୍ରଦାନ ନକରିବା ଏବଂ ବ୍ଲକ ପ୍ରଶାସନ ଗାଁ ସାଥୀ ମାନଙ୍କୁ ସହଯୋଗ ନକରିବା ନେଇ ତୀବ୍ର ନିନ୍ଦା କରାଯାଇଥିଲା । ଏହି ବୈଠକରେ ପ୍ରମୋଦ ମହାରଣା,ରୀନା ପଣ୍ଡା, ପ୍ରଶାନ୍ତ ତ୍ରିପାଠୀ, ମନୋଜ ସାବତ,ଧୋବା ପ୍ରଧାନ, ଇନ୍ଦ୍ରଜିତ ରେଡି,ଲକ୍ଷ୍ମଣ ସ୍ୱାଇଁ, ବିନୋଦ ବିଷୋୟ ପ୍ରମୁଖ ଗାଁ ସାଥୀ ଉପସ୍ଥିତ ଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top