ad
ଗଞ୍ଜାମ

ଧରାକୋଟ ବ୍ଲକର ଜାହାଡା ପଞ୍ଚାୟତରେ ଅନ୍ତିମ ଦିନରେ ପିଠା ଯୋଜନା ଅନୁଷ୍ଠିତ

ଧରାକୋଟ :୨୦/୧୨/୧୮,(ଓଡ଼ିଆ ପୁଅ/ଲଡୁ କିଶୋର ଦାସ)ସରକାରଙ୍କ ପକ୍ଷରୁ ଚାଲିଥିବା ରାଜ୍ୟ ବ୍ୟାପି ପଞ୍ଚାୟତ ସ୍ତରୟ ପିଠା କାର୍ଯ୍ୟକ୍ରମ ଆଜି ଶେଷ ଦିନରେ ଧରାକୋଟ ବ୍ଲକ ଅନ୍ତର୍ଗତ ଜାହାଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଜାହାଡା ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ଜଳନ କରି ପିଠା କାର୍ଯ୍ୟକ୍ରମକୁ ଅନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଧରାକୋଟ ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ତ୍ରିପାଠି,ଏବିଡିଓ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ, ସିଡ଼ିପିଓ ସରୋଜ ବାଳା ଆଚାରି,ଜିଲ୍ଳା ପରିଷଦ ସଭ୍ୟ ଶ୍ରୀମତୀ ସଂଯୁକ୍ତା ବେବତ୍ତା,ଧରାକୋଟ ବ୍ଲକ୍ ଉପାଧିକ୍ଷ ଭଗବାନ ସ୍ବାଇଁ,ଜାହାଡା ସରପଞ୍ଚ ଶ୍ରୀମତୀ ସୁଲତା ବେହେରା,ପଞ୍ଝାୟତ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀଯୁକ୍ତ କାଳୁ ଚରଣ ସ୍ବାଇଁ, ବିଜୁ ଯୁବ ବାହିନୀ ସଭାପତି ଶିବରାମ ପ୍ରଧାନ,ବାଲିପଦର ସରକାରି ହାଇସ୍କୁଲର ଶିକ୍ଷକ ବିଭୂତି ଭୂଷଣ ବେବତ୍ତା, ଜାହାଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ପରିଡା,ଖେଳ ଶିକ୍ଷକ ପାଣ୍ଡବ ସ୍ବାଇଁ ଓ ଜାହାଡା ହାଇସ୍କୁଲର ଶିକ୍ଷକ ତଥା ସମାଜସେବି ଗଣେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଭୈାଗଳିକ ଅବସ୍ଥିତକୁ ନଜରରେ ରଖି ରାଜ୍ୟ ସରକାର ନିର୍ମାଣ କରିଥିବା ନୂତନ ଗୃହ ନିର୍ମାଣ ପଦ୍ଧତି ସମ୍ପର୍କରେ ଓ ରାଜ୍ୟ ସରକାରଙ୍କ ବିଭନ୍ନ ଯୋଜନା ବିଷୟରେ ଉପସ୍ଥିତ ଅତିଥି ମାନେ ହିତାଧିକାରୀଙ୍କୁ ସଚେତନ କରାଇଥିଲେ ।

ଏହି ଅବସରରେ ଜାହାଡା ହାଇସ୍କୁଲ ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୁଚନା ଯୋଗ୍ୟ କି ଏହି ପିଠା କାର୍ଯ୍ୟକ୍ରମ ରାଜ୍ୟର ପ୍ରତେକ ପଞ୍ଝାୟତରେ ଡିସେମ୍ବର ମାସର ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିନରେ ପହଞ୍ଚିବା ସହ ଜାହାଡା ପଞ୍ଝାୟତରେ ଅନୁଷ୍ଠିତ ହୋଇଛି ।ଏହି ପଞ୍ଝାୟତ ଅଧିନ ଏସହେଚଜି ଗ୍ରୁପ ମାନଙ୍କ ପକ୍ଷରୁ ଭିନ୍ନ ଭିନ୍ନ କିଷମର ସୁସ୍ୱାଦ ପିଠା ଷ୍ଟଲ ଗୁଡିକ ପ୍ରଦର୍ଶନ କରି ଶ୍ରେଷ୍ଠ ପିଠା ପ୍ରସ୍ତୁତିକାରି ଏସଏସଜି ଗ୍ରୁପକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପିଠା କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଅଙ୍ଗନାବାଡି କର୍ମୀ, ଆଶା, ପାଚିକା, ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top