ଗଞ୍ଜାମ

ଧରାକୋଟରେ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧରାକୋଟ ୨୨-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଆଜି ଧରାକୋଟର କଲେଜ ପରିସର ମଧ୍ୟରେ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସାନଖେମୁଣ୍ଡି ବିଧାୟିକା ଶ୍ରୀମତି ନନ୍ଦିନୀ ଦେବୀ, ବ୍ଲକ୍ ଅଧକ୍ଷା ଶ୍ରୀମତି ରୀନା ଗୌଡ଼, ଉପଧକ୍ଷ ଭଗବାନ ସ୍ବାଇଁ, ବିଡିଓ, ଏବିଡିଓ, ଥାନା ଅଧିକାରୀ, ଅନନ୍ତ ନାରାୟଣ ମହାବିଦ୍ୟାଳୟ ଅଧକ୍ଷ, ଧରାକୋଟ ବ୍ଲକ ବିଜୁ ଯୁବ ବାହିନୀ କୋଡିନେଟର୍ ମନୋରଂଜନ ପାତ୍ର ଓ ସମସ୍ତ ପଞ୍ଚାୟତର ବିଜୁ ଯୁବ ବାହିନୀ ସଦଷ୍ୟ ଯୋଗ ଦେଇଥିଲେ|ଉକ୍ତ କାର୍ଯ୍ୟକ୍ରମରେ ବିଧାୟିକା ଶ୍ରୀମତି ନନ୍ଦିନୀ ଦେବୀ ବକ୍ତବ୍ୟରେ କହିଥିଲେ ମୁଁ ହିରୋ ମୁଁ ଓଡ଼ିଶା ଗଠନର ମୁଳ ଉଦେଶ୍ୟ ହେଲା ସମାଜକୁ ଅନୁପ୍ରେରିତ କରି ଆମ ରାଜ୍ୟ ଓଡ଼ିଶାକୁ ଗୌରବନିତ କରିଥିବା ପ୍ରତିଭା ସମ୍ପନ ବିଶେଷ ଯୁବକ ଓ ଯୁବତୀ ମାନଙ୍କୁ ଚିହ୍ନଟ କରିବା ନିମନ୍ତେ ମୁଁ ହିରୋ ଅଭିଯାନ
ଗଠନ କରାଯାଇଅଛି ।ଆମ ଭିତରେ ଏମିତି କିଛି ଯୁବ ପ୍ରତିଭା ଅଛନ୍ତି ଯେଉଁମାନେ ନିଜର ଅସାଧାରଣ କୃତିତ୍ୱ ମାଧ୍ୟମରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ସେହି ବିରଳ ପ୍ରତିଭା ମାନଙ୍କୁ ମୁଁ ହିରୋ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ଲୋଚନକୁ ଆଣିବା ଏହାର ମୁଖ୍ୟ ଉଦେଶ୍ୟ ରହିଛି।ଶେଷରେ ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ସମ୍ମାନିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top