ଧରମ ପୁଅର ଉନ୍ମୁକ୍ତ କାଣ୍ଡ, ମହିଳାଙ୍କୁ ହତ୍ୟା କରି କନ୍ୟା ପ୍ରତି ଦୁର୍ଷ୍କମ, ପୂବାଞ୍ଚଳ ଡିଆଇଜିଙ୍କ ଘଟଣାସ୍ଥଳ ପରିଦର୍ଶନ

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତକାଲି ରାତିରେ ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ଦଇପୁର ପଂଚାୟତର ତାଳସିଠା ଗ୍ରାମରେ ଜଣେ ଯୁବକ ସେହି ଗ୍ରାମର ଜଣେ କଲେଜ ଛାତ୍ରୀକୁ ଅସଦାଚାରଣ କରିବାକୁ ଯାଇ ବିରୋଧ କରିଥିବା ତାର ମା’ କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଛି । ଏହି ଘଟଣାରେ ମୃତା ମହିଳାଙ୍କ ସ୍ୱାମୀ ନିଖୋଜ ଥିବାବେଳେ ସଂପୃକ୍ତ ଯୁବକ ଦ୍ୱାରା ଏକ ଖୁଣ୍ଟରେ ବନ୍ଧା ଯାଇଥିବା ଛାତ୍ରୀଟିକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ଖବର ପାଇ ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର, ଏସ୍ଡିପିଓ ମନୋରଂଜନ ସାମନ୍ତ ପ୍ରମୁଖ ଧାମନଗରରେ ପହଞ୍ଚô ଘଟଣାର ବିଭିନ୍ନ ଦିଗ ସଂପର୍କରେ ଅନୁଧ୍ୟାନ କରିଛନ୍ତି । ତେବେ ପୀଡିତା ଛାତ୍ରୀଟିର ଅଭିଯୋଗ ମୂଳେ ଥାନାଧିକାରିଣୀ ବନ୍ଦନା ପାତ୍ର ଯୁବକ ଜଣକ ତା ପ୍ରତି ଦୁଷ୍କର୍ମ କରିଥିବାରୁ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି । ତେବେ ଏହି ଘଟଣା ସଂପର୍କରେ ଜିଲା ଆରକ୍ଷୀ ଅଧିକ୍ଷକ, ସ୍ଥାନୀୟ ଗ୍ରାମବାସୀ ଓ ଛାତ୍ରୀଟି ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ତାଳସିଠା ଗ୍ରାମର ରବିନ୍ଦ୍ର ବେହୁରିଆଙ୍କ ବଡପୁତ୍ର ସୁରଟରେ ରହି ଚାକିରୀ କରୁଥିବାବେଳେ ଏକମାତ୍ର କନ୍ୟା ରୂପାଲି (ଛଦ୍ମନାମ) ସ୍ଥାନୀୟ ବାରିକପୁର ନିକଟ ନୟନମଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରେ । ସେହି ଗ୍ରାମର ଗୋପୀନାଥ ମହାନ୍ତି (୩୨) ନାମକ ଜଣେ ଯୁବକ ପ୍ରାୟ ଦଶବର୍ଷ ଧରି ମୁମ୍ବାଇ ଓ ଭୁବନେଶ୍ୱରରେ ହୋଟେଲ ସେକ୍ଟରରେ କାମ କରିଆସୁଥିବାବେଳେ ଏବେ ଗ୍ରାମକୁ ଫେରି ପ୍ରାୟ ସମୟ ରବିନ୍ଦ୍ରଙ୍କ ଘରେ କଟାଉଥିଲା । ଏପରିକି ଗ୍ରାମବାସୀଙ୍କ ସୂଚନା ମୂଳେ ରବିନ୍ଦ୍ର ଓ ତାଙ୍କ ପତ୍ନୀ ଭକ୍ତିଲତାଙ୍କର ସେ ଧରମ ପୁଅ ଭାବେ ପରିଚିତ ଥିଲା । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଭକ୍ତିଲତା ଓ ତାଙ୍କ କନ୍ୟା ରୂପାଲି ଘରେ ରହିଥିବାବେଳେ ରବିନ୍ଦ୍ର ବାହାରେ ଥିଲେ । ଏହି ସମୟରେ ରବିନ୍ଦ୍ରଙ୍କ ମୋବାଇଲ୍ରୁ ଗୋପୀନାଥ ଫୋନ୍ କରି କବାଟ ଖୋଲିବାକୁ କହିବାରୁ ଭକ୍ତିଲତା ତାଙ୍କ ସ୍ୱାମୀଙ୍କ ସହ ଯୁବକ ଜଣକ ଆସିଥିବାର ଭାବି ରୂପାଲିକୁ କବାଟ ଖୋଲିବାକୁ କହିଥିଲେ । ରୂପାଲି କବାଟ ଖୋଲିବାରୁ ଗୋପୀନାଥ ଘର ଭିତରକୁ ଆସି ଭିତରପଟୁ କବାଟ ଦେଇଦେଇଥିଲା । ଏବଂ ରୂପାଲି ପ୍ରତି ବଳକôାର ଉଦ୍ୟମ କରିଥିଲା । ଏହି ଘଟଣା ଦେଖି ମା’ ଭକ୍ତିଲତା ତାକୁ ବିରୋଧ କରିବାରୁ ସେ ପାଖରେ ପଡିଥିବା ଏକ ଶିଳପୁଆରେ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା । ଏହା ଦେଖି ରୂପାଲି ତାହାକୁ ବିରୋଧ କରିବାକୁ ଯାଇ ମଧ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିଲା ବୋଲି ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛି । ଯୁବକଟିର ଉକ୍ତ ଆକ୍ରମଣରେ ଭକ୍ତିଲତା ଅଚେତ ହୋଇ ତଳେ ପଡିଯିବା ପରେ ଆକ୍ରମଣକାରୀ ରୂପାଲି ପ୍ରତି ଦୁଷ୍କର୍ମ କରିଥିଲା ବୋଲି ପୀଡିତା ଅଭିଯୋଗ କରିଛି । ପରେ ରୂପାଲିକୁ ଉଲଗ୍ନ ଅବସ୍ଥାରେ ଏକ ଖୁଣ୍ଟରେ ବାନ୍ଧି ଯୁବକ ଜଣକ ଫେରାର ହୋଇଯାଇଥିବାବେଳେ ଏଭଳି ଘଟଣା ସଂପର୍କରେ ପଡୋଶୀମାନେ ଆଭାସ ପାଇ  ତାକୁ ଉଦ୍ଧାର କରି ଭକ୍ତିଲତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ସେଠାରେ ସେ ଚିକିସôାଧୀନ ଅବସ୍ଥାରେ ମୃତୁ୍ୟବରଣ କରିଥିଲେ । ଏହି ଘଟଣାରେ ରବିନ୍ଦ୍ରଙ୍କ ଅନ୍ତର୍ଦ୍ଧାନ୍ ଓ ପାରିପାଶ୍ୱର୍ିକ ଅବସ୍ଥାକୁ ଅନୁଧ୍ୟାନ କରି ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ସମସ୍ତ ରହସ୍ୟର ଉନ୍ମୋଚନ କରିବାର ପ୍ରଚେଷ୍ଟା ଜାରି ରଖିଛି  ବୋଲି ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର ଗଣମାଧ୍ୟମକୁ କହିଥିଲେ । ତେବେ ଛାତ୍ରୀର ବୟାନ ମୂଳେ ତା ପ୍ରତି ଦୁଷ୍କର୍ମ ହୋଇଛି କି ନା ସେଥିନେଇ ସେ ପିନ୍ଧିଥିବା ବସ୍ତ୍ର ଓ ବ୍ୟବହୃତ ବେଡସିଟ୍ ପରୀକ୍ଷା ପାଇଁ ବିଜ୍ଞାନାଗାରକୁ ପଠାଯିବା ସହ ମୃତା ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଉନ୍ମୋଚନ ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *