ତାଳଚେର, ୩୦/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଧରମପୁର ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସାମଲ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏହି ଅଭିଯାନ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ଧରମପୁର ଗ୍ରାମ ସଭାପତି ଶ୍ରୀପତି ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭ୍ୟ ଓ କାର୍ଯ୍ୟରତ ଶିକ୍ଷକ ସର୍ବଶ୍ରୀ ସର୍ବେଶ୍ୱର ସାହୁ, ନିର୍ଭୟ ମହାପାତ୍ର, ଗୋପିନାଥ ମହାପାତ୍ର, ଟିକନ ସାହୁ, ପ୍ରଦୀପ ପ୍ରଧାନ, ସନ୍ଧ୍ୟାରାଣୀ ରଥ, ଶକ୍ତି ମହାପାତ୍ର, ପ୍ରେମଲତା ସାହୁ, ବିଜୟ ମହାପାତ୍ର, ସତ୍ୟ ସାହୁ, ବାନାମ୍ବର ମହାପାତ୍ର, ପଦ୍ମ ଚରଣ ବେହେରା, ପୂର୍ବତନ ଛାତ୍ର ପ୍ରତାପ କୁମାର ସାହୁ, ସମରେନ୍ଦ୍ର ମହାପାତ୍ର, ଶୁଭକାନ୍ତ ମହାପାତ୍ର, ପ୍ରିୟବ୍ରତ ବେହେରା, ସୁନିଲ କୁମାର ନାୟକ, ସୀତାକାନ୍ତ ନାଏକ, ରୁନୁ ଗୋଛାୟତ, ଶଙ୍କର୍ଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାକ୍ତନ ଛାତ୍ର ସଂସଦର ଏକ କମିିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ପ୍ରତାପ କୁମାର ସାହୁ ଓ ସମ୍ପାଦକ ଭାବେ ସମରେନ୍ଦ୍ର ମହାପାତ୍ରଙ୍କୁ ମନୋନିତ କରାଯାଇଥିଲା।
