ଧନୁ ପୂଜାରୀର ବେକରେ ଆବୁ ; ଗରୀବ ହୋଇଥିବାରୁ ଚିକିତ୍ସା ମାଗଣାରେ କରିବାକୁ ଦାବି

କୋରାପୁଟ ; ତା୧୪-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ଗ୍ରାମରେ ଧନୂ ପୂଜାରୀ ରୁହନ୍ତି।ଆସ୍ତେ ଆସ୍ତେ ବେକରେ ମାଂସପେଶୀ ବୃଦ୍ଧି ପାଇଥିଲା ଏପରି ୨ ବର୍ଷ ତଳେ ବେକରେ ଆବୁ ବାହିରିଥିଲା ବୋଲି ଧନୂ ପୂଜାରୀ ସୂଚନା ଦେଇଥିଲେ। ଏହାପୂର୍ବରୁ ସେ ଡାକ୍ତରଖାନା ଆସି ନ ଥିଲେ ବୋଲି ସେ ପ୍ରକାଶ କରିଥିଲେ।ଆଜି କୋରାପୁଟ ଡାକ୍ତରଖାନାର ସର୍ଜରୀ ଓାର୍ଡରେ ସେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି।ସେ ଜଣେ ଅତ୍ୟନ୍ତ ଗରୀବ ପରିବାରର ମୁଖ୍ୟ ବ୍ୟକ୍ତି ହୋଇଥିବାରୁ ତାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଦାବି କରିଛନ୍ତି।ଆଜି ଅପାରହ୍ନରେ ଶ୍ରୀ କାଡାମ କୋରାପୁଟ ଡାକ୍ତରଖାନା ଆସି ଧନୂ ପୂଜାରୀ ଓ ପରିବାର ସହ ଆଲୋଚନା କରିବା ସହ ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରାଙ୍କ ସହ ଫୋନ ରେ ଚିକିତ୍ସା ନିମନ୍ତେ କଥା ହୋଇଥିଲେ।

Leave a Reply

Your email address will not be published. Required fields are marked *