ଧନୁର୍ଜୟପୁର ପଞ୍ଚାୟତରେ ଜନସମୃଦ୍ଧ ପାଟି ପକ୍ଷରୁ ସଭ୍ୟସଂଗ୍ରହ ଅଭିଯାନ

ହାଟଡ଼ିହି, ୨୫/୮ : (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଦ୍ୱାରା ପରିଚାଳିତ ଜନସମୃଦ୍ଧ ପାର୍ଟି ପକ୍ଷରୁ ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତରେ ସଭ୍ୟସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ସଭାପତି ପଦ୍ମନାଭ ଜେନା, ଯୁବ ସମାଜସେବୀ ନନ୍ଦୁ ଚରଣ ଜେନା, ବରିଷ୍ଠ ସଦସ୍ୟ ବୈଲୋଚନ ନାୟକ, ଜିତେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ନୁତନ ସଭ୍ୟ ସଂଗ୍ରହ କରିଥିଲେ। ପଞ୍ଚାୟତର ଶତାଧିକ ଲୋକ ଏହି ଦଳରେ ସାମିଲ ହୋଇ ସଭ୍ୟତାଲିକା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *