ଧନିଛକ ନିକଟରେ ଯୁବକ ଓ ତାଙ୍କ ପନôୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଦେଢମାସ ପରେବି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ

କେନ୍ଦ୍ରାପଡା ୭/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ସହରର ଧନିଛକ ନିକଟ କେନ୍ଦ୍ରାପଡା କଲେଜ ଗେଟ ନିକଟରେ ଗତ ଜାନୁଆରୀମାସ ୨୭ତାରିଖ ରାତି ପ୍ରାୟ ସାଢେ ୮ଟା ସମୟରେ ଜନୈକ ଯୁବକ ନିଜ ପନôୀଙ୍କ ସହିତ ଏକ ବାଇକରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଜୋରକରି ସେଠାରେ ଅଟକାଇ ମରଣାନ୍ତକ ଆକ୍ରମଣ କରାଯିବା ସହିତ ତାଙ୍କ ପନôୀଙ୍କୁ ଟଣାଘୋଷରା କରାଯିବା ସମ୍ପର୍କରେ ସେହିଦିନ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଆଜିସୁଧା ପୋଲିସ କୈାଣସି ଅଭିଯୁକ୍ତଙ୍କୁ ଗିରଫ ନକରିବା ଘଟଣା ସାଧାରଣରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଗ୍ରାମର ଲିଙ୍ଗରାଜ ଜେନା ନାମକ ଯୁବକ ନିଜ ପନôୀଙ୍କ ସହିତ ସହରରୁ ଘରକୁ ଫେରୁଥିବା ବେଳେ ଧନିଛକ ନିକଟ କଲେଜ ଗେଟ ପାଖରେ ପ୍ରାୟ ୮/୧୦ଜଣ ଦୁର୍ବୁତ ତାଙ୍କ ବାଇକକୁ ଜୋର ଜବରଦସ୍ତ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ପନôୀଙ୍କୁ ଟଣାଭିଡା କରିଥିଲେ । ଲିଙ୍ଗରାଜ ଏହାର ପ୍ରତିବାଦ କରିବାରୁ ସେମାନେ ଏକ ବିଅର ବୋତଲରେ ଲିଙ୍ଗରାଜଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେବା ସହିତ ସେହି ବୋତଲକୁ ଭାଙ୍ଗି ଲିଙ୍ଗରାଜଙ୍କ ପେଟକୁ ଭୁଷିଦେବା ପାଇଁ ଉଦ୍ୟତ ହେବାରେ ଲିଙ୍ଗରାଜ ହାତ ଦେଖାଇ ଦେବାରୁ ରକ୍ଷାପାଇ ଯାଇଥିଲେ । ଏହି ସମୟରେ ଲିଙ୍ଗରାଜ ଓ ତାଙ୍କ ପନôୀଙ୍କ ପାଟି ଶୁଣି ପାଖରେ ଥିବା ଘରୁ ଲୋକମାନେ ଦୈାଡି ଆସିବାରୁ ଦୁର୍ବୁତମାନେ ପଳାଇ ଯାଇଥିଲେ । ଲିଙ୍ଗରାଜ ଏ ସମ୍ପର୍କରେ ଟାଉନ ଥାନାରେ ସଙ୍ଗେ ସଙ୍ଗେ ଲିଖିତ ଅଭିଯୋଗ କରିଥିଲେ । ଜଣେ ଅଭିଯୁକ୍ତଙ୍କ ନାମ ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଥିବା ସତ୍ୱେ ପୋଲିସର ଉଦାସିନତା ଯୋଗୁଁ ଦେଢମାସ ପରେ ମଧ୍ୟ ଅଭିଯୁକ୍ତମାନେ ଗିରଫ ହୋଇପାରିନାହାନ୍ତି । ଏହି ଘଟଣାକୁ ନେଇ ଭରତପୁର ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇବା ସହିତ ସାଧାରଣରେ ପୋଲିସର ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *