ad
ଜିଲ୍ଲା ପରିକ୍ରମା

ଧନାଟୋଲା ସ୍କୁଲ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୁରୁଣାବଜାରସ୍ଥିତ ଧନାଟୋଲା ଉର୍ଦ୍ଧ୍ୱ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ମହମ୍ମଦ ଆଜାଦ୍ ଅଲ୍ଲୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ୍ ସଇଫୁର ରହେମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏନ୍ସି ଫିଡରର ସିଆରସିସି ସେକ୍ ମୋଜିବୁର ରହେମାନ ଓ ବ୍ରହ୍ମପୁର ସିଆରସିସି ସେକ୍ ମୁସ୍ତାକ ଗହ୍ୱର ଅତିଥି ଭାବେ ଯୋଗଦାନ କରି ନିଜର ମତ ରଖିଥିଲେ। ଏହି ଅବସରରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ବିଦାୟୀ ଶିକ୍ଷକ ମହମ୍ମଦ ଆଜାଦ ଅଲ୍ଲୀ ୧୭ ବର୍ଷ ଧରି ନିଷ୍ଠାର ସହିତ କାର୍ଯ୍ୟ ତୁଲାଇଥିବାରୁ ସହକାରୀ ଶିକ୍ଷକ ସେକ୍ ଫସିଉଦ୍ଦିନ୍ କାଦ୍ରୀଙ୍କ ସହ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଅତିଥିମାନେ ତାଙ୍କୁ ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ମିର ଇର୍ଷାଦ ଅଲ୍ଲୀ, ସେକ୍ ଫରହାନ, ସେକ୍ ସୁଲତାନ, ସେକ୍ ତାଜ ମହମ୍ମଦ, ଲକ୍ଷ୍ମଣ ମାରାଣ୍ଡି, ମହମ୍ମଦ ଅଖତର ଅହେମ୍ମଦ, ନମିତା ଦାସ ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ଶିକ୍ଷକ ସବନମ ଖାତୁନ ଓ ରାଫିଆ ପରୱିନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top