ଦୟନୀୟ ଅବସ୍ଥାରେ ଦିବ୍ୟାଙ୍ଗ ମହିଳା, ଖାଉଟି କାର୍ଡ ଖଣ୍ଡେ ମିଳୁନି

ଖଡିଆଳ/ନୂଆପଡା-୧୮.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ବୋଡେନ ବ୍ଲକ ବୋଇରଗାଁ ପଞ୍ଚାୟତ ଅନ୍ତର୍ଗତ ଖଡୁପାଣି ଗ୍ରାମର ଡାଲ ମାଝୀ(୪୦) ଅତି ଦୟନୀୟ ସ୍ଥିତିରେ କାଳ ଯାପନ କରୁଥିବା ବେଲେ ପ୍ରଶାସନର ଦୃଷ୍ଟି ପଡୁନଥିବା ଅଭିଯୋଗ ହେଉଛି। ୨ ବର୍ଷ ତଲେ ରୋଗରେ ପଡି ତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଲେ ଏବେ ୨ ନାବାଳକ ପୁଅ ଝିଅ ଲଇବାନ(୯) ଏବଂ ସୁଭଦ୍ରା(୫)ଙ୍କୁ ନେଇ ତାଙ୍କର ସଂସାର। ଡାଲ ମାଝୀ ଜଣେ ଦିବ୍ୟାଙ୍ଗ ମହିଲା ଓ ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କର କୌଣସି ଜମିବାଡି ନଥିବା ବେଲେ ଦିବ୍ୟାଙ୍ଗ ଅବସ୍ଥାରେ ପର ଘରେ ମୂଳ ଖଟି ପେଟ ପୋଷୁଛନ୍ତି। ତାଙ୍କୁ ମାସିକ ୩୦୦ ଟଙ୍କା ବିଧବା ଭତ୍ତା ମିଳୁଥିବା ବେଲେ ଅନେକ ଥର ଆବେଦନ କଲେ ସୁଦ୍ଧା ରାସନ କାର୍ଡ ଖଣ୍ଡେ ମିଳୁନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅନୁଯାୟୀ ଅନ୍ତୋର୍ଦୟ ଅନ୍ନ ଯୋଜନା କାର୍ଡ ମିଳିବା କଥା। କିନ୍ତୁ ଅନେକ ଥର ଆବେଦନ କଲେ ସୁଦ୍ଧା ତାଙ୍କୁ ଏହି କାର୍ଡ ମିଳି ପାରୁନାହିଁ। ଫଳରେ ସେମାନେ ଭୋକ ଉପାସରେ ଦିନ କାଟୁଥିବା ସେ ଅଭିଯୋଗ କରନ୍ତି। ଏନେଇ ବୋଏରଗାଁ ସରପଞ୍ଚ ବିନୋଦିନୀ ମାଝୀଙ୍କୁ ଯୋଗାଯୋଗ କରାଯିବାରୁ ଅତିଶିଘ୍ର ତାଙ୍କୁ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଡ ଖଣ୍ଡେ ଯୋଗାଇ ଦେବା ସହ ୨ ନାବାଳକଙ୍କୁ ବାଳାଶ୍ରମରେ ଭତ୍ତି କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *