ଆମ ସଂସ୍କୃତି, କଳା ଓ ଐତିହ୍ୟ

ଦ୍ୱିତୀୟ ଶ୍ରୀ କ୍ଷେତ୍ର ବାରିପଦାରେ ଅନନ୍ୟ ପରମ୍ପରା : ରଥଯାତ୍ରା

ବାରିପଦା ୧୭-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ସ୍ଥିତ ବାରିପଦାର ପ୍ରସିଦ୍ଧ ଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ମନ୍ଦିର ସମଗ୍ର ବିଶ୍ୱରେ ନିଜର ନିଆରା ପ୍ରଥା ଓ ପରମ୍ପରା ଯୋଗୁଁ ଦ୍ୱିତୀୟ ଶ୍ରୀ କ୍ଷେତ୍ରର ମାନ୍ୟତା ଲାଭ କରିପାରିଛି। ଦୁଇ ଦିନ ଧରି ଏଠାରେ ରଥଟଣା ଅନୁଷ୍ଠିତ ହେଉଥିବାବେଳେ ମା’ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି ଯେଇଁ ପରମ୍ପରା ସମଗ୍ର ବିଶ୍ବରେ ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ।

1576 ମସିହାରେ ମୟୁରଭଞ୍ଜର ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କ ଦ୍ଵାରା ଏହି ମନ୍ଦିର ପ୍ରତିଷ୍ଠିତ ହୋଇଥିଲା ଓ ସେବେଠାରୁ ପୁରୀ ଶ୍ରୀମନ୍ଦିରେ ଅନୁଷ୍ଠିତ ହେଉଥିବା ସମସ୍ତ ରୀତିନୀତି ସହ ପୂଜା କରାଯିବା ସହ ରଥଯାତ୍ରା ମଧ୍ୟ ଅନୁଷ୍ଟିତ ହୋଇଥାଏ। ଏଠାରେ ତିନିଦାରୁ ବିଗ୍ରହଙ୍କ ପାଇଁ ତିନୋଟି ରଥ ନିର୍ମାଣ କରାଯାଇଥାଏ ଓ ପୁରୀ ରଥକୁ ସମ୍ମାନ ଦେବାପାଇଁ ରଥର ଉଚ୍ଚତାକୁ ସାମାନ୍ୟ କମ କରାଯାଇଥାଏ ଓ ପୁରୀ ରଥଯାତ୍ରାର ପରଦିନ ଏଠାରେ ରଥଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥାଏ।

ଚଳିତ ରଥଯାତ୍ରାରେ ପ୍ରବଳ ବର୍ଷା ସତ୍ତ୍ୱେ ରଥଟାଣିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରାଯିବାପରେ ଭଗବାନ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଟାଣି ମାଉସୀ ମା ମନ୍ଦିର ନିକଟକୁ ଆଣିବାପରେ ମାତା ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତ ମାନେ ଟାଣି ପରମ୍ପରା ଅନୁସାରେ ବଡଦାଣ୍ଡର ଅଧାବାଟରେ ରଖାଯାଇଥିଲା। ଆଜି ପୁନର୍ବାର ମହିଳା ଭକ୍ତ ମାନେ ରଥକୁ ଅଧା ରାସ୍ତାରୁ ଟାଣି ମାଉସୀ ମା ମନ୍ଦିର ନିକଟକୁ ପହଞ୍ଚାଇ ଥିଲେ। ତା’ପରେ ଜଗତରନାଥ ଜଗନ୍ନାଥଙ୍କ ନଡିଘୋଷ ରଥକୁ ଟାଣିବା ପାଇଁ ବାରିପଦା ବଡଦାଣ୍ଡ ସତେ ଯେମିତି ଜନ ସମୁଦ୍ରରେ ପରିଣତ ପାଲଟି ଯାଇଥିଲା। ପ୍ରବଳ ଉତ୍ସାହ ସହିତ ଭକ୍ତ ମାନେ ରଥକୁ ଟାଣିଟାଣି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇଥିଲେ।

ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଛିକି ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ପରମ୍ପରା 1971 ମସିହା ରେ ମୟୁରଭଞ୍ଜ ଜିଲ୍ଲାର ତତ୍କାଳୀନ ଜିଲ୍ଳାପାଳ ବିବେକାନନ୍ଦ ପଟନାୟକଙ୍କ ଚେଷ୍ଟା ଫଳରେ ଏହା ସମ୍ଭବ ହୋଇପାଏଇଥିଲା। ସେହିସମୟରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥି ଦୁଇ ଜଣ ମହିଳା ଗୁରୁତ୍ୱ ପୂର୍ଣ୍ଣ ପଦବିରେ ଥିଲେ। ତେଣୁ ମହିଳା ମାନଙ୍କୁ ସମଗ୍ର ବିଶ୍ବରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଏହି ପରମ୍ପରାର ପ୍ରାରମ୍ଭ ମୟୁରଭଞ୍ଜ ଜିଲ୍ଲାରୁ ଆରମ୍ଭ କରାଯାଇଥିଲା।

ସୁରକ୍ଷା ଦୃଷ୍ଟିକୋଣରୁ ପ୍ରବଳ ଜନଗହଳିକୁ ସୁରକ୍ଷା ଓ ପରିଚାଳନା କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଥିଲା। କୋଡିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବସହ ସହରର ବିଭିନ୍ନ ସ୍ଥାନରେ ସି ସି ଟିଭି ଲଗାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top