ଜିଲ୍ଲା ପରିକ୍ରମା

ଦ୍ୱିତୀୟ ପର୍ଯ୍ୟୟରେ ମାଲକାନଗିରି ଜିଲ୍ଲାରୁ ଶତାଧିକ ଆଦିବାସୀ ପାରମ୍ପାରିକ ପୋଷାକରେ ଅତିଥି ଭାବେ ଭୁବନେଶ୍ୱର ଗଲେ

ମାଲକାନଗିରି,୮ା୩  (ଓଡିଆ ପୁଅ ) ୯ତାରିଖ ରେ ଭୁବନେଶ୍ୱର ଠାରେ ହେଉଥିବା ରାଜ୍ୟସ୍ତର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉଦଘାଟନି ସଭାରେ   ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ସ୍ୱତନ୍ତ୍ର ଭାବେ ଗତ ୬ତାରିଖରେ ୧୦ଟି ଆଦିବାସୀ ଦମ୍ପତି ଓ ୬ଜଣ କୋୟା ସିଙ୍ଗନାଟ ମାଦଳ ବାଦ୍ୟଦଳ ଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଜିଲ୍ଲାଆଦିବାସୀ ବିକାଶପରିଷଦ ଅଧ୍ୟକ୍ଷ ଆଡମା ରାବା ଙ୍କ  ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷଙ୍କୁ ଭୁବନେଶ୍ୱର ପଠାଯାଇଛି । ଆଦିମ ବଣ୍ଡା,କୋୟା,ଡିଡାଇ,ଭୁମିୟା,ହଲବା, ଗାଦବା,କୋଟିଆ, କଣ୍ଡାଦୋରା,ବିଭିନ୍ନ ଆଦିବାସୀ ସଂପ୍ରଦାୟ ଦମ୍ପତିଙ୍କୁ ନିମନ୍ତ୍ରିତ ଅଥିଥିଭାବେ ରାଜ୍ୟସରକାର ଏହି ଉଦଘାଟନି ସଭାରେ ନିମନ୍ତ୍ରଣ କରିଛନ୍ତି ।  ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ  ନିର୍ଦ୍ଦେଶ କ୍ରମେ ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ ଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ଦ୍ୱତୀୟ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରୁ ବିଭିନ୍ନ ଆଦିବାସୀ ସଂପ୍ରଦାୟର ଆଦିବାସୀ ଦମ୍ପତି ଙ୍କ ସହିତ  ଜିଲ୍ଲାଆଦିବାସୀ ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ଓ ୨୨ଜଣ ସଭ୍ୟସଭ୍ୟା ,୮୬ଜଣ ଆଦିବାସୀ ଡେଲିଗେଟ ଙ୍କ ସହିତ ୬ଜଣ ଆଦିବାସୀ ଭାଷା ବିଶେଷଜ୍ଞ ଙ୍କୁ   ଆଜି  ଦୁଇଟି  ସ୍ୱତନ୍ତ୍ର ବସ ଯୋଗେ ଭୁବନେଶ୍ୱର ପଠାଯାଇଛି । ଆଜି ଅପରାହ୍ନରେ ସ୍ଥାନୀୟ ସିଲେରୁ ଓ ଗରୁପ୍ରୀୟା ଛାତ୍ରବାସ ରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥିଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି ,ସମ୍ମାନିତ ଅତିଥି ଭାବେ ପୌରପରୁଷଦ ଅଧ୍ୟକ୍ଷା ରାଜଓନ୍ତ କୌର,ୟୁନିସେଫ ଜିଲ୍ଲାସଂଯୋଜକ ପ୍ରକାଶଚନ୍ଦ୍ର୍ ବାରିକ ଓ ଅନ୍ୟା ଅଧିକାରୀ ମାନେ ଯୋଗଦେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରାକରୁଥିବା ବସ ଦୁଇଟିକୁ ସବୁଜ ପତକାଦେଖାଇ ନିମନ୍ତ୍ରୀତ ପ୍ରତି ନିଧିଙ୍କ ପରିଦର୍ଶନ ଯାତ୍ରାର ଶୁଭ ଉଦଘାଟନ କରିଥିଲେ । ଭୁବନେଶ୍ୱର ଯାତ୍ରାକରୁଥିବା ଅତିଥି ମାନଙ୍କ ଦାଇତ୍ୱ ବୁଝିବା ପାଇଁ ଡବ୍ଲୁଇଓ ଶଶିକାନ୍ତ ସାମନ୍ତରାୟ,ଚିତରଂନବେହେରା,ଭରତଗୁରୁ,ଗୁରଚରଣ ମଲିକ ସେମାନଙ୍କ ସହିତ ଭୁବନେଶ୍ୱରକୁ ଯାତ୍ରାକରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top