ଦ୍ୱିତୀୟ ନାବାର୍ଡ଼ ଆମ୍ବ ମହୋତ୍ସବ ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଘାଟିତ

ଭୁବନେଶ୍ୱର, ୮/୬ (ଓଡ଼ିଆ ପୁଅ) ଜନଜାତିର ଲୋକମାନଙ୍କୁ ଯୁଗ ଯୁଗ ଧରି ଉପେକ୍ଷା କରାଯାଇଥିଲା। ସେମାନଙ୍କର ଶକ୍ତି ଓ ସାମର୍ଥ୍ୟର ଉପଯୋଗ ହୋଇନଥିଲା। ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା ଗ୍ରହଣ କରାଯାଇଛି। ଅନେକ ପ୍ରଗତି ବି ପରିଲକ୍ଷିତ ହୋଇଛି। ସେମାନଙ୍କର ଦକ୍ଷତା ବୃଦ୍ଧି ଓ ସମସ୍ତ ପ୍ରକାର ଉପଯୋଗୀ ସହାୟତା ପ୍ରଦାନ ଉପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁତ୍ୱ ଆରୋପ କରିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ଦ୍ୱିତୀୟ ନାବାର୍ଡ଼ ଆମ୍ବ ମହୋତ୍ସବକୁ ଉଦ୍ଘାଟନ କରି ରାଜ୍ୟପାଳ ନାବାର୍ଡ଼ର ଏଭଳି ଆୟୋଜନକୁ ଭୂୟସୀ ପ୍ରଶଂସା କରିଛନ୍ତି। କୃଷି ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ନାବାର୍ଡ଼ର ବିଶେଷ ଯୋଗଦାନ ଥିବା ପ୍ରକାଶ କରି ରାଜ୍ୟପାଳ ଜନଜାତିଙ୍କ ବିକାଶ ଓ ଅର୍ଥନୈତିକ ପ୍ରଗତିକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଛନ୍ତି।

ନାବାର୍ଡ଼ର ଚିଫ୍ ଜେନେରାଲ ମ୍ୟାନେଜର ଡ଼. ବି.କେ. ପାଣିଗ୍ରାହୀ ନାବାର୍ଡ଼ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଓ ସୂଚନା ଉପସ୍ଥାପନ କରିଥିଲେ। ରାଜ୍ୟପାଳ ଆମ୍ବ ମହୋତ୍ସବ ବୁଲି ଦେଖିବା ସହ ଆମ୍ବ ଚାଷୀମାନଙ୍କର ଉପଲବ୍ଧି ଓ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *