ad
କେନ୍ଦୁଝର

ଦ୍ୱିତୀୟ ଦିନରେ ୨୪କୁଣ୍ଡୀଅ ଶକ୍ତି ସମର୍ଦ୍ଧନ ଗାୟତ୍ରୀ ମହାଯଜ୍ଞ

ହରିଚନ୍ଦନପୁର,ତା ୨୭ ଡିସେମ୍ବର (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ନିକଟସ୍ଥ ଠାକୁରପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଦ୍ୱିତୀୟ ଦିନରେ ୨୪କୁଣ୍ଡୀୟ ଶକ୍ତି ସମର୍ଦ୍ଧନ ଗାୟତ୍ରୀ ମହାଯଜ୍ଞ । ସୂଚନା ଅନୁଯାୟୀ ବୁଧବାର ଦିନ ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜ ହରିଦ୍ୱାର ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ପ୍ରଥମ ଦିନରେ ଏଅଞ୍ଚଳର ହଜାର ହଜାର ମହିଳା ଯୋଗ ଦେଇ ମଙ୍ଗଳ କଳସ ଯାତ୍ରା ନିମନ୍ତେ କଲେଜ ଛକ ନିକଟସ୍ଥ ମୂଷଳ ନଦୀକୁ ଯାଇଥିଲେ, ସେଠାରୁ ଶାନ୍ତିଶୃଙ୍ଖଳାରେ କଳସ ଆଣି ପୂଜା ମଣ୍ଡପକୁ ଆସିଥିଲେ । ପରେ ପରେ ପୂଜା ଅର୍ଜନା କରିବା ସହ ଧର୍ମଦ୍ୱାଜା ଉତୋଳନ ,ପ୍ରବଚନ ,ଗୁରୁ ଗାୟତ୍ରୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ ଧ୍ୟାନ ଏବଂ ଜପ, ଯୋଗାସନ ଉ ପାଣାୟାମ, ଦେବ ପୂଜନ ଓ ଗାୟତ୍ରୀ ମହାଯଜ୍ଞ, ବିବିଧ ସଂସ୍କାର, ପ୍ରବଚନ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ସହ ଗାୟତ୍ରୀମାତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଶନିବାର ପର୍ଯ୍ୟନ୍ତ ଯାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ଏହି ମହାଯଜ୍ଞ ଦେଖିବା ପାଇଁ ଦୂରଦୁରାନ୍ତରୁ ହଜାର ହଜାର ପୁରୁଷ ଓ ମହିଳାଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଛି । ଦୂରଦୁରାନ୍ତରୁ ଆସିଥିବା ଭକ୍ତମାନଙ୍କ ପାଇଁ ଅନୁଷ୍ଠିନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top