ଓଡ଼ିଶା

ଦ୍ୱିତୀୟ ଦିନରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ମହାଅଧିବେଶନ: ଦୁର୍ନୀତିଗସ୍ତ ଓ ମହିଳା ବିରୋଧୀ ବିଜେଡି ସରକାରକୁ ବଦଳାଇବାର ସଂକଳ୍ପ ନେଲା ମହିଳା ମୋର୍ଚ୍ଚା

– ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଆତ୍ମନିର୍ଭରଶୀଳ କରିବା ମୋଦି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ : ବିଜୟା ରାହତକର
– ସେପ୍ଟେମ୍ବର ୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ‘ବୁଥ ଚାଲ ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ : ପ୍ରଭାତୀ ପରିଡା
– ସେପ୍ଟେମ୍ବର ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ପୁରୀଠାରେ ‘ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ’

ଭୁବନେଶ୍ୱର, ତା.୩୧/୦୮ (ଓଡ଼ିଆ ପୁଅ) : ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା କ୍ଷେତ୍ରରେ ମହିଳାମାନେ ଆଜି ଅବହେଳିତ। ଦୀର୍ଘ ୧୮ ବର୍ଷ ଶାସନ ପରେ ବି ବିଜେଡି ସରକାର ମହିଳମାନଙ୍କୁ ମାନ, ସମ୍ମାନ ଏବଂ ସୁରକ୍ଷା ଯୋଗାଇପାରିଲା ନାହିଁ। ନାବାଳିକାମାନେ ଦୁର୍ଷ୍କମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି। ଗାଁ ଗାଁରେ ମଦ ଦୋକାନ ଖୋଲି ଯୁବକମାନଙ୍କୁ ମଦୁଆ କରିଚାଲିଛି ବିଜେଡି ସରକାର। ଗ୍ରାମାଂଚଳର ମହିଳାମାନେ ସୁରକ୍ଷା ମାଗୁଥିବା ବେଳେ ନବୀନ ସରକାର ମଦର ବନ୍ୟା କରୁଛନ୍ତି। ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି। ଏହାକୁ ବିରୋଧ କରିବା ସହ ଆଜି ମହିଳା ମୋର୍ଚ୍ଚାର ଦ୍ୱିତୀୟ ଅଧିବେଶନରେ ଦୁର୍ନୀତିଗସ୍ତ ଓ ମହିଳା ବିରୋଧୀ ବିଜେଡି ସରକାରକୁ ବଦଳାଇବାର ସଂକଳ୍ପ ନେଇଛି ରାଜ୍ୟ ମହିଳା ମୋର୍ଚ୍ଚା। ଏହି ସଂକଳ୍ପ ଅଭିଯାନ ବିଜେପି ମହିଳା ମୋର୍ଚ୍ଚା ତୃଣମୂଳ ସ୍ତରକୁ ନେବା ସହ ଆସନ୍ତା ସେପ୍ଟେମ୍ବର ୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବୁଥ ଚାଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିବ। ଆସନ୍ତା ସେପ୍ଟେମ୍ବର ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ପୁରୀଠାରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ୪ ବର୍ଷରେ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଏଥି ସହ ସ୍ୱତନ୍ତ୍ରଭାବେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇ ଅନେକ ଯୋଜନା କରିଛନ୍ତି ଯଥା ସ୍ୱଚ୍ଛ ଭାରତ ମିଶନ ଅନୁଯାୟୀ ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ, ଉଜ୍ଜଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଦକ୍ଷତା ବିକାଶ, ମୁଦ୍ରା ଲୋନ। ମା’ ଓ ଭଉଣୀମାନେ ଏହି ଯୋଜନାଗୁଡିକର ଲାଭ ଉଠାଇ ସଶକ୍ତ ହୋଇପାରିଛନ୍ତି। ବିଶ୍ୱର ସବୁଠୁ ବଡ ଯୋଜନା ହେଉଛି ଉଜ୍ଜଳା ଯୋଜନା। ଏହି ଯୋଜନା ମାଧ୍ୟମରେ ଦେଶର ୫ କୋଟି ମହିଳା ଉପକୃତ ହୋଇଛନ୍ତି। ସମସ୍ତ ସ୍ଥାନରେ ଉଜ୍ଜଳା ଚା’ ଏବଂ ରୋଷେଇ ଆରମ୍ଭ ହୋଇଛି ବୋଲି ଏହି ମହାଅଧିବେସନରେ ଯୋଗ ଦେଇ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକର କହିଛନ୍ତି।

ମହିଳା ସକ୍ଷମ ହେଲେ ପରିବାର ସକ୍ଷମ ହେବ ଏବଂ ପରିବାର ସକ୍ଷମ ହେଲେ ସମାଜ ଶକ୍ତିଶାଳୀ ହେବ। କେନ୍ଦ୍ର ସରକାର ମହିଳାଙ୍କ ପାଇଁ ସବୁବେଳେ ଚିନ୍ତିତ। ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବା ସହ ଆତ୍ମନିର୍ଭରଶୀଳ କରିବା ମୋଦି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ମହିଳା ମାନଙ୍କର ବିକାଶ ହେଲେ ଦେଶର ବିକାଶ ହୋଇପାରିବ। ରାଜ୍ୟସ୍ତରରୁ ବୁଥ ସ୍ତର ପର୍ଯ୍ୟନ୍ତ ମହିଳା ମାନଙ୍କୁ ସକ୍ରିୟ କରାଯିବ। ଆଗାମୀ ଦିନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ବଢାଇବା ସହ କେନ୍ଦ୍ର ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ ପହଂଚାଇବା ଏବଂ ମହିଳାମାନଙ୍କୁ ସଶକ୍ତ କରାଇବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟ କରିବ ବୋଲି ଶ୍ରୀମତୀ ରାହତକର କହିଛନ୍ତି।

 

ଏହି ମହାଅଧିବେସନରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରିଥିଲେ। ଆଜି ମହିଳା ଅଧିବେଶନର ଦ୍ୱିତୀୟ ଦିନର ସାଙ୍ଗଠନିକ ବୈଠକ ଝାରପଡା ପଲ୍ଲବୀ ମଣ୍ଡପଠାରେ ଆୟୋଜିତ ହୋଇଥିବା ଅଧିବେଶନରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ସାଧାରଣ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି, ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିୟତିଗିରି, ସ୍ମୃତି ପଟ୍ଟନାୟକ, ସୁଷମା ବିଶ୍ୱାଳ, ପିଙ୍କି ପ୍ରଧାନ, ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ବବିତା ପାତ୍ର, ସଂପାଦିକା ଦିପ୍ତିରେଖା ନାୟକ, ରଶ୍ମିରେଖା ଦାସ, ମହିଳା ମୋର୍ଚ୍ଚା ସୋସିଆଲ ମିଡିଆ ରାଜ୍ୟ ସଂଯୋଜିକା କସ୍ତୁରି ମିଶ୍ର, ସହ ସଂଯୋଜିକା ସୁଜାତା ପାଢୀଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ଓ ମଣ୍ଡଳର ମହିଳା ସଭାନେତ୍ରୀଙ୍କ ସହ ଶତାଧିକ ମହିଳା କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top