ଦ୍ୱାରକାନାଥ ଦାସଙ୍କ ୯୭ତମ ଜୟନ୍ତୀ ଉତ୍ସବ

ପୁରୀ:୩/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):କାଳିକା ଦେବୀ ସାହିସ୍ଥିତ ଦ୍ୱାରକା ନିବାସ ପରିସରରେ ଦ୍ୱାରକାନାଥ ଦାସ ସ୍କୃତି ସଂସଦ ପକ୍ଷରୁ ବିଶିଷ୍ଟ ସମାଜ ସେବୀ ତଥା ଆଇନଂଚ ଦ୍ୱାରକାନାଥ ଦାସଙ୍କ ୯୭ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ରଘୁନାଥ ମହାପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଦ୍ୱାରକାନାଥ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅଧ୍ୟାପିକା ବାସନ୍ତି ମିଶ୍ର ଆଧ୍ୟାତ୍ମିକ ସଂଙ୍ଗୀତ ଗାନ କରିବା ବେଳେ କବି ଶିବ ସୁନ୍ଦର ମିଶ୍ର ସଂଯୋଜନା କରିଥିଲେ। ଅନୁଷ୍ଠାନର ସହ ସମ୍ପାଦକ ଅନାମ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ସଭାରେ ଡ଼ାକ୍ତର ଦେବପ୍ରସାଦ ଦାଶ, ପୁରୁଷେତମ ନନ୍ଦ, ପିତାମ୍ଭର ମହାପାତ୍ର, ରାଧେଶ୍ୟାମ ରଥ, ନାରାୟଣ ନନ୍ଦ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ତ୍ରିନାଥ ଦାଶ, ବାସନ୍ତୀ ଦେବୀ, ପୁଷ୍ପ ପାତ୍ର, ଶିବାନୀ ମିଶ୍ର, ରତ୍ନାକର ବେହେରା, ନାରାୟଣ ଚନ୍ଦ୍ର ସିହ୍ନା, ଉମେଶ ଚନ୍ଦ୍ର ଦାସ ପ୍ରମୁଖ ଶ୍ରଦ୍ଧାଞଳି ପ୍ରଦାନ କରିଥିଲେ। ଦିବମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *