ଦ୍ରୁତ ବିକାଶ ପଥରେ କୌଶଳ ବିକାଶ

ସରିତା ବ୍ରାରା

ବର୍ତ୍ତମାନ ସମୟରେ କୌଣସି ଦେଶର ଆର୍ଥିକ ଅଭିବୃଦ୍ଧି ନିମନ୍ତେ, ‘କୌଶଳ ବିକାଶ’ ଏବଂ ‘ଜ୍ଞାନ’ ର ଯଥେଷ୍ଟ ଆବଶ୍ୟକତା ରହିଛି। ଭାରତ ପରି ଏକ ଦେଶରେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରତ୍ୟେକ ବର୍ଷ ଭାରତର ପ୍ରାୟ ୧୩ ମିଲିୟନ ଯୁବକ ରୋଜଗାର କ୍ଷେତ୍ରରେ ପ୍ରବେଶ କରିଥାନ୍ତି। ଏହା ଛଡା ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଅନ୍ୟ କାରଣ ଯୋଗୁଁ କୌଶଳ ବିକାଶର ଆବଶ୍ୟକତା ରହିଛି। ଆମ ଦେଶର ଶିଳ୍ପ କ୍ଷେତ୍ରରେ ପ୍ରାୟ ୪ ପ୍ରତିଶତ କୁଶଳୀ ଶ୍ରମିକଙ୍କ ଅଭାବ ପରିଲକ୍ଷିତ ହେଉଛି। ଯାହାକି ୨୦ ବର୍ଷ ମଧ୍ୟରେ ୩୨ ପ୍ରତିଶତରୁ ଅଧିକ ହୋଇଯିବ। ଏହି ପରିପ୍ରେକ୍ଷୀରେ କୁଶଳୀ ଶ୍ରମିକଙ୍କ କ୍ଷେତ୍ରରେ ଭାରତ ଏକ କେନ୍ଦ୍ରରେ ପରିଣତ ହେବ ବୋଲି ଏଥିରୁ ସଂକେତ ମିଳୁଛି। ଏହି କାରଣରୁ କୌଶଳ ବିକାଶକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି କୁଶଳୀ ଶ୍ରମବଳର ଆବଶ୍ୟକତା ପାଇଁ ୨୦୨୨ ସୁଦ୍ଧା ଦେଶରେ ୫୦୦ ମିଲିୟନ ଦୃଢ କୁଶଳୀ ଜନବଳ ପ୍ରସ୍ତୁତ କରିବା ଲକ୍ଷ୍ୟରେ ସରକାର ପ୍ରୟାସ କରୁଛନ୍ତି।

ବର୍ତ୍ତମାନ ପର୍ଯ୍ୟାପ୍ତ କୁଶଳୀ ଶ୍ରମିକ କ୍ଷେତ୍ରରେ ମାତ୍ର ୪.୬୯ ପ୍ରତିଶତ ଲୋକଙ୍କୁ ଔପଚାରିକ କୌଶଳ ପ୍ରଶିକ୍ଷଣ ଦିଆଯାଇପାରିଛି। ଏଥିରୁ ଜଣାପଡୁଛି ଯେ, ଲକ୍ଷ୍ୟ ବହୁତ ବଡ। ଏହା ବିକାଶଶୀଳ ଦେଶଠାରୁ କମ ଓ ବିକଶିତ ଦେଶଠାରୁ ବହୁତ କମ୍। ଆମେରିକାରେ କୁଶଳୀ ଶ୍ରମିକଙ୍କ ସଂଖ୍ୟା ୫୨ ପ୍ରତିଶତ ହୋଇଥିବା ବେଳେ, ଦକ୍ଷିଣ କୋରିଆରେ ଏହାର ସଂଖ୍ୟା ୯୬ ପ୍ରତିଶତ।

କୌଶଳ ବିକାଶ ପ୍ରୟାସକୁ ବ୍ୟାପକ କରିବା ସହ ତ୍ୱରିତ ନୀତିଗତ ଢାଂଚା ଓ କାର୍ଯ୍ୟକ୍ରମ ବିକଶତ କରିବା ପାଇଁ ଏନଡିଏ ସରକାର ୨୦୧୪ ଡିସେମ୍ବର ମାସରେ କୌଶଳ ବିକାଶ ଓ ଏନ୍ଟରପ୍ରେନିଓରସିପ୍ ନାମରେ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ବର୍ତ୍ତମାନର କୌଶଳ କାର୍ଯ୍ୟକ୍ରମରେ ସଂସ୍କାର ଆଣିବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଲକ୍ଷ୍ୟ ହାସଲ ପାଇଁ ଅନେକ ନୂଆ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ୨୦୧୫ ରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ( ପିଏମକେଭି ଦ୍ୱାରା ) ନାମରେ ଏକ ମହତ୍ୱାକାଂକ୍ଷୀ କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପରେ ଉତମ ଗୁଣବତାର ପ୍ରଶିକ୍ଷଣ ଜରିଆରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ୧୦ ମିଲିୟନ ଯୁବବର୍ଗଙ୍କୁ କୁଶଳୀ କରିବା ପାଇଁ ପ୍ରୟାସ କରାଯାଇଛି। ଗତବର୍ଷ ଅକ୍ଟୋବର ୨ ରେ ଏହି ଯୋଜନାକୁ ଚାରିବର୍ଷ ପାଇଁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ପ୍ରଶିକ୍ଷଣ ଓ ମୂଲ୍ୟାଙ୍କନ ଶୁଳ୍କକୁ ସରକାର ସଂପୂର୍ଣ୍ଣ ବହନ କରୁଛନ୍ତି। ବଜାର ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ କୁଶଳୀ ଶ୍ରମ ବଳ ସୃଷ୍ଟି ସହ ନିଯୁକ୍ତି ଅବସର ସୃଷ୍ଟି ନିମନ୍ତେ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ (ଏନଏସଡିସି)ରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ସେହିପରି ଗତବର୍ଷ ନଭେମ୍ବର ମାସରେ ‘ ପ୍ରଧାନମନ୍ତ୍ରୀ ଯୁବ ଯୋଜନା’ର ଶୁଭାରମ୍ଭ କରାଯାଇଥିଲା। ୱାଧ ଜ୍ଞାନୀ ଅପରେଟିଂ ଫାଉଣ୍ଡେସନକୁ ଏଥିରେ ଜ୍ଞାନ ଅଂଶୀଦାର ରୂପେ ଗ୍ରହଣ କରାଯାଇଛି। ସରକାରୀ ଓ ଘରୋଇ କ୍ଷେତ୍ରରେ ଉଚ୍ଚତର ଶିକ୍ଷା ସଂସ୍ଥା, ସ୍କୁଲ, ଆଇଟିଆଇ ଏବଂ ଏନ୍ଟରପ୍ରେଜୋରସିପ୍ ଡେଭଲପ୍ ମେଂଟ ସେଂଟରକୁ ନେଇ ଗଠିତ ୩୦୫୦ ପ୍ରକଳ୍ପ ପ୍ରତିଷ୍ଠାନ ଜରିଆରେ ୧୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଏନ୍ଟରପ୍ରେଜୋରସିପ୍ ଶିକ୍ଷା ଦିଆଯାଉଛି। ଏହି ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇ ରଖିବା ପାଇଁ ସରକାର ଏହି ସବୁ ସଂସ୍ଥା ଗୁଡିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି। ଏହି ପାଂଚ ବର୍ଷୀୟ ଯୋଜନାରେ ୨୩୦୦୦ରୁ ଅଧିକ ଉଦ୍ୟୋଗ ପ୍ରତିଷ୍ଠା ହେବାର ଆଶା ରଖାଯାଇଛି। ଯାହା ଦ୍ୱାରା ସାରା ଦେଶରେ ୨.୩୦ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୁବିଧା ସୃଷ୍ଟି ହୋଇପାରିବ। ଚଳିତ ଆର୍ଥିକ ବର୍ଷରେ ଉଭୟ ସରକାର ଓ ବେସରକାରୀ ସଂସ୍ଥାକୁ ଆର୍ଥିକ ସହାୟତା ଦିଆଯାଇ ୮୪ ହଜାର ଛାତ୍ରଛାତ୍ରୀଙ୍କୁ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି।

ଜାତୀୟ ଶିକ୍ଷାନବିସ ସହାୟତା ଯୋଜନା

କୁଶଳୀ ଶ୍ରମ ବା ପ୍ରସ୍ତୁତ ନିମନ୍ତେ ଶିକ୍ଷାନବିସ ପ୍ରଶିକ୍ଷଣକୁ ସବୁଠୁ ପ୍ରଭାବଶାଳୀ ଉପାୟ ବୋଲି ଗ୍ରହଣ କରାଯାଇଥାଏ। ଏହା ଜରିଆରେ ଉଦ୍ୟୋଗ, ଅଭ୍ୟାସ ପରିସ୍ଥିତି ସହ ଖାପ ଖୁଆଇବା ଏବଂ କୌଶଳୀ ଢଂଗରେ ଆନୁଷ୍ଠାନିକ ପ୍ରଶିକ୍ଷଣ ଦିଆଯାଇଥାଏ। ପ୍ରଥମ ଥର ପାଇଁ ଏହି ଯୋଜନାରେ ଯେଉଁଥିରେ ନିଯୁକ୍ତି ଓ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଏହି ଯୋଜନାରେ କେନ୍ଦ୍ର ଦ୍ୱାରା ଶିକ୍ଷାନବିସକୁ ଦିଆଯାଉଥିବା ଷ୍ଟାଇପେଣ୍ଡର ୨୫ ପ୍ରତିଶତ ଅର୍ଥ ନିଯୁକ୍ତିଦାତାଙ୍କୁ ସିଧା ସଳଖ ଦିଆଯାଉଛି। ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟର ଏହି ପ୍ରୋତ୍ସାହନ ଦ୍ୱାରା ୨୦୧୯-୨୦ ବର୍ଷରେ ୫୦ ଲକ୍ଷ ଶିକ୍ଷାନବିସକୁ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଦେଶର ବୈଷୟିକ ଓ ଶିଳ୍ପ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ଜରିଆରେ କୁଶଳୀ ଲୋକ ଶକ୍ତି ସୃଷ୍ଟି ନିମନ୍ତେ ୧୯୫୦ରେ କେନ୍ଦ୍ର ସରକାରଙ୍କ କ୍ରାଫ୍ ଟସ ମ୍ୟାନ ଟ୍ରେଂନି ସ୍କିମ ଜରିଆରେ ଶିଳ୍ପ ତାଲିମ ପ୍ରତିଷ୍ଠାନମାନ ଖୋଲା ଯାଇଥିଲା। ୨୦୧୪ ରୁ ୨୦୧୭ ମଧ୍ୟରେ ଦେଶରେ ୩୩୪୨ଟି ନୂଆ ଆଇଟିଆଇ ପ୍ରତିଷ୍ଠା କରାଯାଇଛି। ଏଥିରେ ଛାତ୍ରମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୫, ୮୫, ୨୮୪ରେ ପହଁଚିପାରିଛି। ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ଜରିଆରେ ଜୀବନ ଧାରଣ ପାଇଁ ଆଇଟିଆଇ ବେଶ ସହାୟକ ହୋଇପାରିଛି।

ଆଇଟିଆଇ ଗୁଡିକରେ ଉନ୍ନତି ଆଣି ଏହାକୁ ଆଦର୍ଶ ଆଇଟିଆଇରେ ପରିଣତ କରିବା ନିମନ୍ତେ ୨୦୧୪ ଡିସେମ୍ବରରେ ଏକ ଯୋଜନାର ଶୁଭାରମ୍ଭ କରାଯାଇଛିା ଶିଳ୍ପ ଭିତିକ ଆଇଟିଆଇ ପ୍ରତିଷ୍ଠା କରିବା ନିମନ୍ତେ ଏକ ମାନଦଣ୍ଡ ପ୍ରସ୍ତୃତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯାହାକି ଅନ୍ୟ ଆଇଟିଆଇମାନଙ୍କ ପାଇଁ ଏକ ଆଦର୍ଶ ହେବ ଏବଂ ଆଇଟିଆଇ ଶିକ୍ଷାର ମର୍ଯ୍ୟାଦା ବୃଦ୍ଧି କରିବ। ଏହି ଆଇଟିଆଇ ଗୁଡିକ ପ୍ରତିଷ୍ଠା କରି ଶିଳ୍ପ କେନ୍ଦ୍ର ସହ ସଂପର୍କ ସ୍ଥାପନ ସହ ସେଗୁଡିକୁ ସମାଧାନ ଉପଲବ୍ଧ କରାଇବା ହେଉଛି ଉଦ୍ଦେଶ୍ୟ।

୨୦୧୪ରେ ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲା ଅନ୍ତର୍ଗତ ନାଲାଗଡ ସରକାରୀ ଆଦର୍ଶ ଆଇଟିଆଇରୁ ମୋଟର ଭେଇକିଲ୍ ଉଠାଣ ପ୍ରଶିକ୍ଷଣ ନେଇଥିବା ଗୁଂଜନ ଗୌତମ ବର୍ତ୍ତମାନ ଡିଲରସିପ୍ ଭେଂଜରର ମାଲିକ ଏହାର ଶାଖା ବର୍ତ୍ତମାନ ହିମାଚଳ ପ୍ରଦେଶର ହମିରପୁ. ନାଦୌନ ଏବଂ ଜ୍ୱାଲାଦୀଠାରେ ରହିଛି। ତାଙ୍କର ଏହି ପ୍ରତିଷ୍ଠାନ ଗୁଡିକରେ ଏବେ ୬୦ ଜଣ ମେକାନିକ ଓ ଶ୍ରମିକ କାର୍ଯ୍ୟକରୁଛନ୍ତି। ମୋଟ ୨୫ ଟି ଆଇଟିଆଇକୁ ଚିହ୍ନଟ କରାଯାଇ ସେସବୁକୁ ଆଦର୍ଶ ଆଇଟିଆଇରେ ପରିଣତ କରାଯାଇଛି।

ସରକାରୀ ଘରୋଇ ଭାଗିଦାରୀତା ( ପିପିପି) ଜରିଆରେ ୧୩୯୬ ଟି ଆଇଟିଆଇର ବିକାଶ ପାଇଁ ଯୋଜନା କରାଯାଇ ବର୍ତ୍ତମାନ ସୁଦ୍ଧା ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୧୨୨୭ଟି ସରକାରୀ ଆଇଟିଆଇର ବିକାଶ କରାଯାଇପାରିଛି। ଦେଶରେ ଆନ୍ତର୍ଜାତିକ ମାନଦଣ୍ଡ ଅନୁରୂପ କୁଶଳୀ କାରିଗର ସୃଷ୍ଟି ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ପୁରସ୍କାର ଏବଂ ପ୍ରୋତ୍ସାହନ ଆଧାରିତ ଯୋଜନା ଆରମ୍ଭ କରାଯାଇଛି।

ବିଶ୍ୱ ତୁଳନାରେ ଭାରତରେ ଅଧିକ ସଂଖ୍ୟକ ଯୁବକ ଅଛନ୍ତି। ଦେଶର ମୋଟ ଜନସଂଖ୍ୟାର ୬୨ ପ୍ରତିଶତରୁ ଅଧିକ ଯାହାଙ୍କ ବୟ ଓ ୧୫ ରୁ ୫୯ ବର୍ଷ ମଧ୍ୟରେ ରୋଜଗାରକ୍ଷମ। ମୋଟ ଜନ ସଂଖ୍ୟାର ୫୪ ପ୍ରତିଶତ ରୁ ଅଧିକ ଲୋକଙ୍କ ବୟସ ୨୫ ବର୍ଷରୁ କମ। ଆଗାମୀ ଦଶକରେ ୧୫ ରୁ ୫୯ ବର୍ଷ ଆୟୁବର୍ଗର ଜନ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ଦେଉଛି ଆମେରିକା, ୟୁରୋପ ଓ ଜାପାନ ଭଳି ବିକଶିତ ଦେଶର ବିପରୀତ। ସେଠାରେ ସର୍ବାଧିକ ଲୋକଙ୍କ ବୟସ ସୀମା ୪୫ ରୁ ୪୯ ବର୍ଷ ମଧ୍ୟରେ ଭାରତ ନିଜର ଯୁବ ଜନସଖ୍ୟାରୁ ଅଧିକ ଲାଭ ଉଠାଇ ପାରିବ। କିନ୍ତୁ ଦେଶର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ରୋଜଗାରକ୍ଷମ କୌଶଳ ଓ ଜ୍ଞାନର ସହ ଶ୍ରମ ବଳ ସୃଷ୍ଟି କରିବାଏକ ଚ୍ୟାଲେଞ୍ଜ।

Leave a Reply

Your email address will not be published. Required fields are marked *