ଜିଲ୍ଲା ପରିକ୍ରମା

ଦୋଳସାହି ଶିଶୁ ଆଶ୍ରମରେ ଅଗ୍ନି ନିରାପତ୍ତା ଓ ବିଭିନ୍ନ ଜୀବନ କୌଶଳ କାର୍ଯ୍ୟକ୍ରମ

ଭଦ୍ରକ, ୨୧ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ତିହିଡ଼ି ଅଗ୍ନିଶମ ବିଭାଗ ତରଫରୁ ଦୋଳସାହି ସ୍ଥିତ ଯୋଗୀରୂଷୀ ଲଛମନ ଦାସ ଶିଶୁଆଶ୍ରମ ପରିସରରେ ଶିଶୁମାନଙ୍କୁ ଜୀବନ କୌଶଳ ତାଲିମ ପ୍ରଦାନ କରିବା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଚେତନ ହେବା ଓ ନିଜେ ସୁରକ୍ଷିତ ରହିବା ସହ ଅଗ୍ନି ନିରାପତ୍ତା ସମ୍ବନ୍ଧିୟ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତିହିଡ଼ି ଅଗ୍ନିଶମ ଅଧିକାରୀ ଆଲୋକ କୁମାର ଦେବ ଗୋସ୍ୱାମୀଙ୍କ ଦ୍ୱାରା ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହଯୋଗୀ କର୍ମକର୍ତ୍ତା ଅଶୋକ କୁମାର ଦାସ,  ଚନ୍ଦନ ମହାକୁଡ଼, ରାକେଶ ମଲ୍ଲିକ, ପ୍ରଶାନ୍ତ ମଲ୍ଳିକ, ବିକାଶ ସାହୁ, ସାଗର ଟୁଡ଼ୁ ସମେତ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ଜିଲ୍ଳା ଶିଶୁ ସୁରକ୍ଷା ବିଭାଗର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଶିଶୁ ଅନୁଷ୍ଠାନର ସଭାପତି ସୁରେଶ ଚନ୍ଦ୍ର ମହାନ୍ତି, ସମ୍ପାଦକ ଲୋକନାଥ ପତି,  ଅଧିକ୍ଷକ ଜ୍ୟୋତି ପ୍ରକାଶ ପତି ସମେତ ଚକ୍ରଧର ମହାରଣା, ରଶ୍ମିରଞ୍ଜନ ବେହେରା, ଭଗବାନ ବେହେରା, ଅଶୋକ ନାୟକ, ରଘୁନାଥ ନାୟକ,  ପ୍ରଧାନ ଶିକ୍ଷକ ବସନ୍ତ କୁମାର ଗିରି, ମନୋଜ ସାହୁ, ସମେତ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ ଓ ଦୋଳସାହି ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ସୁରକ୍ଷିତ ଜୀବନ କୌଶଳ,  ଅଗ୍ନି ନିରାପତ୍ତା,  ପ୍ରାଥମିକ ନିରାପଦ ଉପାୟମାନ ପ୍ରମୁଖ ସମ୍ବନ୍ଧରେ ଅବଗତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଶିକ୍ଷଣୀୟ ଓ ଶିଶୁମାନଙ୍କ ନିମନ୍ତେ ଆବଶ୍ୟକୀୟ ବୋଲି ସମ୍ପାଦକ ଲୋକନାଥ ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top