ଦୋଛକିରେ କଳାହାଣ୍ଡିର ମାଧ୍ୟମିକ ଶିକ୍ଷାବ୍ୟବସ୍ଥା

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡିଛି। ସ୍କୁଲ ମାନଙ୍କରେ ୬୦ ପ୍ରତିଶତ ରୁ କମ ପାଶ ହାର ଥିବା ସ୍କୁଲ ମାନଙ୍କୁ ପଦକ୍ଷେପ ନେବାକୁ ବିଭାଗୀୟ ସ୍ତରରେ ନିଷ୍ପତି ନିଆଯାଇଥିବା ପ୍ରକାଶ। କଳାହାଣ୍ଡି ଜିଲ୍ଲାର ଅନେକ ଗୁଡାଏ ସ୍କୁଲରେ ଗତ ମାଟ୍ରିକ ପରୀକ୍ଷାରେ ଫଳାଫଳ ୬୦ ପ୍ରତିଶତରୁ କମ ପାଶ ହାର ରହିଥିବା ଜଣାପଡିଛି। ଜିଲ୍ଲାର ସଦର ମହକୁମା ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଶ୍ୱର୍ସ୍ଥ ବ୍ରଜମୋହନ ହାଇସ୍କୁଲରେ ପାଶ ହାର ମାତ୍ର ୪୨.୨୪ ପ୍ରତିଶତ ରହିଥିବା ବେଳେ ସମଗ୍ର ଜିଲ୍ଲାର ୫୪ ଗୋଟି ହାଇସ୍କୁଲରେ ପାଶ ହାର ୬୦ ପ୍ରତିଶତରୁ କମ ରହିଛି। ବ୍ରଜମୋହନ ହାଇସ୍କୁଲରେ ୯୬ ଜଣଙ୍କ ମଧ୍ୟରୁ ୪୪ ଜଣ ପାଶ କରିଥିବା ବେଳେ ଭବାନୀପାଟଣା ସରକାରୀ ବାଳିକା ହାଇସ୍କୁଲରେ ୨୨୯ ଜଣଙ୍କ ମଧ୍ୟରୁ ୯୩ ପାଶ ୪୦.୬୧ ପ୍ରତିଶତ, ଟାଉନ ହାଇସ୍କୁଲରେ ୧୪୭ ରୁ ୭୦ ପାଶ ୪୮.୭୧ ପ୍ରତିଶତ, ଟାଉନ ବାଳିକା ହାଇସ୍କୁଲରେ ୩୯ ରୁ ୧୯ ପାଶ ୪୮.୭୧ ପ୍ରତିଶତ, କେସିଙ୍ଗା ବାଳିକା ହାଇସ୍କୁଲରେ ୧୩୦ ରୁ ୬୭ ପାଶ ୫୧.୫୩ ପ୍ରତିଶତ, ମୋହନଗିରି ସରକାରୀ ହାଇସ୍କୁଲରେ ୧୫୪ ରୁ ୪୫ ପାଶ ୨୯.୨୨ ପ୍ରତିଶତ, ସନ୍ଧିକୁଢ଼ିହାରୀ ହାଇସ୍କୁଲରେ ୩୭ ରୁ ୧୭ ପାଶ ୪୫.୯୪ ପ୍ରତିଶତ, କୋକସରା କେୟୁଭିପି ହାଇସ୍କୁଲରେ ୧୧୭ ରୁ ୫୯ ପାଶ ୫୦.୪୨ ପ୍ରତିଶତ, ଡିଏଚଏସ ଉଦିତନାରାୟନପୁର ହାଇସ୍କୁଲରେ ୧୨୦ ରୁ ୪୪ ପାଶ ୩୬.୬୬ ପ୍ରତିଶତ, ଉକ୍ରେଲା ସିଏନବିଏମ ରେ ୬୬ ରୁ ୩୭ ପାଶ ୫୬.୦୬ ପ୍ରତିଶତ, ବିଶ୍ୱନାଥପୁର ଜିବିଏଚଏସ ରେ ୧୧୦ ରୁ ୬୩ ପାଶ ୫୭.୨୬ ପ୍ରତିଶତ, ଦାସିଗାଁ ପଂଚାୟତ ହାଇସ୍କୁଲରେ ୮୭ ରୁ ୪୦ ପାଶ ୪୮.୨୭ ପ୍ରତିଶତ, ବୋଡେନ ହାଇସ୍କୁଲରେ ୧୦୫ ରୁ ୩୯ ପାଶ ୩୭.୧୪ ପ୍ରତିଶତ, ତଳବେଲଗାଁ ହାଇସ୍କୁଲରେ ୨୫ ରୁ ୮ ପାଶ ୩୨ ପ୍ରତିଶତ, ଜୟପାଟଣା ୟୁଏସ ହାଇସ୍କୁଲରେ ୧୦ ରୁ ୨ ପାଶ ୨୦ ପ୍ରତିଶତ, ବ୍ରାହ୍ମଣୀଗୁଡା ୟୁଜି ହାଇସ୍କୁଲରେ ୪୫ ରୁ ୧୩ ପାଶ ୨୮.୮୮ ପ୍ରତିଶତ, ବାରବନ୍ଧା ୟୁଜି ହାଇସ୍କୁଲରେ ୩୬ ରୁ ୧୧ ପାଶ ୩୦.୫୫ ପ୍ରତିଶତ, ବାଙ୍କପଲାସ ୟୁଜି ହାଇସ୍କୁଲରେ ୩୦ ରୁ ୧୪ ପାଶ ୪୬.୬୬ ପ୍ରତିଶତ, ଅଁଳାଭଟା ୟୁଜି ହାଇସ୍କୁଲରେ ୧୬ ରୁ ୯ ପାଶ ୫୬.୨୫ ପ୍ରତିଶତ, ଚାଂଚେର ୟୁଜି ହାଇସ୍କୁଲରେ ୧୯ରୁ ୮ ପାଶ ୪୨.୧୦ ପ୍ରତିଶତ, ମାଣିକେରା ୟୁଜି ହାଇସ୍କୁଲରେ ୩୬ ରୁ ୪ ପାଶ ୧୧.୧୧ ପ୍ରତିଶତ କୁଲିଆମାଲ ୟୁଜି ହାଇସ୍କୁଲରେ ୩୨ ରୁ ୧୫ ପାଶ ୪୬.୮୭ ପ୍ରତିଶତ, ମହୁଲପାଟଣା ୟୁଜି ହାଇସ୍କୁଲରେ ୨୮ ରୁ ୧୪ ପାଶ ୫୦ ପ୍ରତିଶତ, ପାଢପଦର ୟୁଜି ହାଇସ୍କୁଲରେ ୧୩ ରୁ ୪ ପାଶ ୩୦.୭୬ ପ୍ରତିଶତ, ମାଲଗାଁ ୟୁଜି ହାଇସ୍କୁଲରେ ୧୦୫ ରୁ ୧୭ ପାଶ ୧୬.୧୯ ପ୍ରତିଶତ, ବମକ ୟୁଜି ହାଇସ୍କୁଲରେ ୩୦ ରୁ ୧୦ ପାଶ ୩୩.୩୩ ପ୍ରତିଶତ, ଡମକର୍ଲାକୁଂଟା ୟୁଜି ହାଇସ୍କୁଲରେ ୭୭ରୁ ୧୯ ପାଶ ୨୪.୬୭ ପ୍ରତିଶତ, ରିଷିଗାଁ ୟୁଜି ହାଇସ୍କୁଲରେ ୩୬ ରୁ ୬ ପାଶ ୧୬.୬୬ ପ୍ରତିଶତ, ସିରୋଲ ୟୁଜି ହାଇସ୍କୁଲରେ ୩୩ ରୁ ୨ ପାଶ ୬.୬ ପ୍ରତିଶତ, ଗଣନାଥପୁର ୟୁଜି ହାଇସ୍କୁଲରେ ୨୨ ରୁ ୧୨ ପାଶ ୫୪.୫୪ ପ୍ରତିଶତ, ଗୌଡସର୍ଗିଗୁଡା ୟୁଜି ହାଇସ୍କୁଲରେ ୪୪ ରୁ ୧୯ ପାଶ ୪୩.୧୮ ପ୍ରତିଶତ, ଭଟାଙ୍ଗପଦର ୟୁଜି ହାଇସ୍କୁଲରେ ୩୨ ରୁ ୧୬ ପାଶ ୫୦ ପ୍ରତିଶତ, ରାତୁଲା ୟୁଜି ହାଇସ୍କୁଲରେ ୨୦ ରୁ ୭ ପାଶ ୩୫ ପ୍ରତିଶତ, ଶଗଡା ୟୁଜି ହାଇସ୍କୁଲରେ ୪୦ ରୁ ୧୩ ପାଶ ୩୨.୫ ପ୍ରତିଶତ, ତିଲଝୁଡି ହାଇସ୍କୁଲରେ ୫୪ ରୁ ୨୬ ପାଶ ୪୮.୨୧ ପ୍ରତିଶତ, ତ୍ରିଲୋଚନପୁର ହାଇସ୍କୁଲରେ ୧୩ ରୁ ଜଣେ ପାଶ ୭.୬୯ ପ୍ରତିଶତ, ବାହାଦୁରପଦର ହାଇସ୍କୁଲରେ ୬୫ ରୁ ୧୮ ପାଶ ୨୭.୬୯ ପ୍ରତିଶତ, ପାଡେପଦର ହାଇସ୍କୁଲରେ ୧୩ ରୁ ୪ ପାଶ ୩୦.୭୬ ପ୍ରତିଶତ, ମାଲିଗାଁ ହାଇସ୍କୁଲରେ ୧୧ ରୁ ୩ ପାଶ ୨୭.୨୭ ପ୍ରତିଶତ, ଘଂଟମାଳ ହାଇସ୍କୁଲ ୪୯ ରୁ ୨୭ ପାଶ ୫୫.୧୦ ପ୍ରତିଶତ, ଗୋକୁଲେଶ୍ୱର ଜିଏସୟୁଭିରେ ୬୦ ରୁ ୨୧ ପାଶ ୩୫.୫୩ ପ୍ରତିଶତ, ବଡକୁଟ୍ରୁ କେୟୁଭିପିରେ ୪୧ ରୁ ୧୯ ପାଶ ୪୬.୩୪ ପ୍ରତିଶତ, କୋଲିଗାଁ ହାଇସ୍କୁଲରେ ୨୨ ରୁ ୧୯ ପାଶ ୪୦.୯ ପ୍ରତିଶତ, ଡେଙ୍ଗାଗୁଡା ଏଏସୟୁବିପି ରେ ୩୨ ରୁ ୬ ପାଶ ୧୮.୭୫ ପ୍ରତିଶତ, ଶେରଗଡ ଆଇଜିୟୁଭିରେ ୧୦୫ ରୁ ୫୧ ପାଶ ୪୮.୫୭ ପ୍ରତିଶତ, ନିଶାନପୁର ଜିପି ହାଇସ୍କୁଲରେ ୮୪ ରୁ ୪୦ ପାଶ ୪୭.୬୧ ପ୬ତିଶତ, ବାଲସି କେୟୁଭିପିରେ ୯୯ ରୁ ୪୨ ପାଶ ୪୨.୪୨ ପ୍ରତିଶତ, କରମେଲି ପିୟୁଭିପି ରେ ୬୩ ରୁ ୩୬ ପାଶ ୫୭.୧୪ ପ୍ରତିଶତ, ଧନପୁର ଜିବିୟୁବିପିରେ ୨୯ରୁ ୧୩ ପାଶ ୪୪.୮୨ ପ୍ରତିଶତ, ଭିମକେଲା ଜିବିୟୁବିପି ରେ ୫୧ ରୁ ୩୦ ପାଶ ୫୮.୮୨ ପ୍ରତିଶତ, କେନ୍ଦୁବନ୍ଧ ଜିବିୟୁବିପି ରେ ୯୬ ରୁ ୪୨ ପାଶ ୪୩.୭୫ ପ୍ରତିଶତ, ଦୁଆରଶୁନି ହାଇସ୍କୁଲରେ ୩୪ ରୁ ୧୦ ପାଶ ୨୯.୪୧ ପ୍ରତିଶତ, ହାତୀଖୋଜ ହାଇସ୍କୁଲରେ ୩୮ରୁ ୨୧ ପାଶ ୫୫.୨୬ ପ୍ରତିଶତ, ଅଟାଙ୍ଗଗୁଡା ୟୁଜିହାଇସ୍କୁଲରେ ୫.୮୮ ପ୍ରତିଶତ ଛାତ୍ରୀଛାତ୍ର ପାଶ କରିଛନ୍ତି। ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ଓ ବିଭିନ୍ନ ବିଭାଗ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ଆକାରରେ ଖର୍ଚ୍ଚ କରୁଥିବା ବେଳେ ୫୪ ଟି ହାଇସ୍କୁଲର ନୈରାଶ୍ୟ ଜନକ ପାଶ ହାର ନେଇ ଅଭିଭାବକ ମହଲରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି। ହାଇସ୍କୁଲ ଗୁଡିକରେ ଏଭଲି ଭାବେ ନିମ୍ନ ପାଶ ହାରକୁ ନେଇ ସମଗ୍ର ଜିଲ୍ଲାରେ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏସଂପର୍କରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମସ୍ତ ହାଇସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ବିଷୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *