ଦେସ୍ମିତା ମୃତ୍ୟୁ ମାମଲା : ମାସେପରେ ବି ପୋଲିସ୍ ଚୁପ୍

ତିର୍ତ୍ତୋଲ୧୧/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅନ୍ତର୍ଗତ ଖଦାଳ ଗ୍ରାମର ବୈଦ୍ୟନାଥ ପରିଡ଼ାଙ୍କ ଝିଅ ଦେବସ୍ମିତା ୨୦୧୧ ମସିହା ଅପ୍ରିଲ ୨୩ ତାରିଖରେ ଏହି ଥାନା ଅନ୍ତର୍ଗତ କୁଟିଲ ଗ୍ରାମର ରତ୍ନାକର ସ୍ୱାଇଁଙ୍କ ପୁତ୍ର ତପନକୁ ବିବାହ କରିଥିଲେ। ବିବାହ ସମୟରେ ନଗଦ ୯୦ ହଜାର ଟଙ୍କା ସହିତ ସମସ୍ତ ଘରକରଣା ଆସବାସପତ୍ର ଦେବସ୍ମିତାଙ୍କ ପରିବାର ପକ୍ଷରୁ ତପନଙ୍କ ପରିବାରକୁ ଦିଆଯାଇଥିଲା। ମାତ୍ର ବିବାହର କିଛିଦିନ ପରେ ତପନ ପରିବାର ପକ୍ଷରୁ ଦେବସ୍ମିତାଙ୍କୁ ତାଙ୍କ ବାପ ଘରୁ ୧ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରାଯାଉଥିଲା। ମାନସିକ ଓ ଶରିରୀକ ଯନ୍ତ୍ରଣାରେ ଜର୍ଜରିତ ଦେବସ୍ମିତା ଟେଲିଫୋନଯୋଗେ ନିଜ ବାପାଙ୍କୁ ସବୁକଥା ଜଣାଇଥିଲେ। ଆର୍ଥିକ ଅନାଟନ ଯୋଗୁଁ ଦେବସ୍ମିତାଙ୍କ ବାପା ଝିଅ ଶାଶୁଘର ଦାବିକୁ ପୁରଣ କରିପାରିନଥିଲେ। ଚଳିତ ବର୍ଷ ଅପ୍ରିଲ ୧୪ତାରିଖରେ ବୈଦ୍ୟନାଥ ଝିଅର ଶାଶୁଘରେ ପହଞ୍ଚି ଦେବସ୍ମିତାଙ୍କର ଦେହରେ ନିଆଁଲାଗି ପୋଡ଼ିଯାଇଥିବା ଦେଖିବାକୁ ପାଇଥିଲେ। କଟକ ବଡ଼ ଡ଼ାକ୍ତର ଖାନାକୁ ଚିକିତ୍ସାପାଇଁ ନିଆଯାଇଥିଲାବେଳେ ସେଠାରେ ଦେବସ୍ମିତାର ମୃତ୍ୟୁ ହୋଇଥିଲା। ବୈଦ୍ୟନାଥ ଏନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ଥାନାରେ ମାମଲା ନଂ ୯୫/୧୮ ରୁଜୁ କରାଯାଇଥିବାବେଳେ ମାସାଧିକ କାଳ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ ଅଭିଯୁକ୍ତମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ନେଇ ଦେବସ୍ମିତାର ବାପା ବୈଦ୍ୟନାଥ ଅଭିଯୋଗ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *