ଦେଶୀ ମଦ ଭାଟିରେ ଅବକାରୀ ଚଢାଉ, ୫ ହଜାର କେଜି ପୋଚ ଜବତ

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ବୀରମିତ୍ରପୁର ପୁଲିସ ଓ ରାଉରକେଲା ଅବକାରୀ ପୁଲିସ ଭିଳିତ ଭାବେ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କାରିଛାପଲ, ଅଙ୍କୁରପାଲୀ ଅଂଚଳର ବେଆଇନ ଦେଶୀ ମଦଭାଟିରେ ଚଢାଉ କରିଥିବା ଜଣାପଡ଼ିଛି। ଅବକାରୀ ଇନ୍ସପେକ୍ଟର ମିହିର କୁମାର ସେଠୀଙ୍କ ନେତୃତ୍ୱରେ ଦୁଇଟି ସ୍ଥାନରେ ଚଡାଉ କରାଯାଇଥିଲା। ଘଟଣାସ୍ଥଳରୁ ୫ ହଜାର କେଜି ମହୁଲ ପୋଚ, ୭୫୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହ ଦେଶୀମଦ ପ୍ରସ୍ତୁତିରେ ବ୍ୟବହୃତ ହାଣ୍ଡି, ପ୍ଲାଷ୍ଟିକ ଡ୍ରମ ସହ ଅନ୍ୟାନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଜବତ ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରି ଦିଆଯାଇଛି। ଅବକାରୀ ସବଇନ୍ସପେକ୍ଟର ନାରାୟଣ ଜେନା, ଅବନୀ ମହାପାତ୍ର, ସନ୍ତୋଷ କୁମାର ଧଳ ସାମନ୍ତ ପ୍ରମୁଖ ଚଢାଉରେ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *