ଜିଲ୍ଲା ପରିକ୍ରମା

ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ଗୀତ କୁଡିଆ ପ୍ରତିଯୋଗୀତା

ମାଲକାନଗିରି, ୧୧ା୭ (ଓଡିଆ ପୁଅ) ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କଳାସଂସ୍କୃତି, ଲୋକଗୀତ ଗୁଡିକୁ ଧିରେ ଧିରେ ଲୋପପାଇ ଯାଉଥିବା ବେଳେ ଏହାକୁ ଲୋକ ଲୋଚନାକୁ ଆଣି ଦେଶଦୁନିଆ ରେ ପ୍ରଚାର ପ୍ରସାର କରିବା ଉଦେଶ୍ୟରେ ଜିଲ୍ଲା ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ଚଇତପର୍ବ ସାଙ୍କୁଡି ଗୀତ ଓ ଗୀତକୁଡିଆ ପ୍ରତି ଯୋଗୀତା କରାଯାଇଛି।ମାଲକାନଗିରି ବ୍ଲକସ୍ଥ ବିରଲକ୍ଷ୍ମଣପୁର ଗ୍ରାମରେ ଜିଲ୍ଲାଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ସଭାପତି ନାଟଗୁରୁ ଅନାଦି କଡା ଙ୍କ ଅଧ୍ୟକ୍ଷତାରେ ଗୀତକୁଡିଆ ପ୍ରତି ଯୋଗୀତାର ଆୟୋଜନ କରା ଯାଇଥିଲା। ଏହି ପ୍ରତି ଯୋଗୀତାରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଚଇତିପର୍ବ ଓ ଗୀତକୁଡିଆ ଗାୟକମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ବିଜେତା ହୋଇଥିବା ମାଥିଲି ବ୍ଲକ ସିନ୍ଧାବେଡା ଗ୍ରାମର ବୃଦ୍ଧା ସନାଇ ବିଶୋଇ, ଆସମନଗଣ୍ଡା, ବିଏଲପୁର ଗ୍ରାମର ବୃଦ୍ଦ ଦେବଖରା ଙ୍କୁ ସଂଗଠନ ପକ୍ଷରୁ ସମ୍ମାନିତ କରା ଯାଇଥିଲା। ଏହି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ସଂଗଠନର ସଂପାଦକ ଧାନଫୁଲ ବାରିକ, ଉପଦେଷ୍ଠା ଦାମଦର କଡା, ଆଦୁହନ୍ତାଳ, ତ୍ରୀନାଥ କଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top