ଦେଶରେ ଶାନ୍ତି, ମାନବିକତା ଓ ଅହିଂସାର ବାର୍ତ୍ତା ନେଇ ଏହି ଯାତ୍ରା ରାଜ୍ୟର ସାମାଜିକ ଜୀବନକୁ ନୈତିକ ଶକ୍ତି ପ୍ରଦାନ କରିବ – ଧର୍ମେନ୍ଦ୍ର ପ୍ରଧାନ

– ପଦଯାତ୍ରାରେ ଆସି ଓଡ଼ିଶା ପହଂଚିଥିବା ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣଙ୍କୁ ସ୍ୱାଗତ

ଭୁବନେଶ୍ୱର, ୧୩/୦୧ (ଓଡ଼ିଆ ପୁଅ) : ଭାରତର ପ୍ରମୁଖ ସନ୍ଥ ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣ ଙ୍କ ୨୦୧୪ ରୁ ଦେଶର ରାଜ୍ୟଧାନୀ ଦିଲ୍ଲୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପହଂଚିବା ଅବସରରେ ତାଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟଧାନୀ ଉପକଣ୍ଠରେ ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣ ଙ୍କୁ ସ୍ୱାଗତ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ ଶାନ୍ତି, ମାନବିକତା ଓ ଅହିଂସାର ବାର୍ତ୍ତା ନେଇ ସାରା ଦେଶ ପାଦରେ ବୁଲୁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଆଚାର୍ଯ୍ୟଜୀଙ୍କ ର ଏହି ଓଡ଼ିଶା ଆଗମନ ନିଶ୍ଚିତ ଭାବେ ରାଜ୍ୟର ସାମାଜିକ ଜୀବନକୁ ନୈତିକ ଶକ୍ତି ପ୍ରଦାନ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଦୀର୍ଘ ବର୍ଷ ଧରି ପାଦ ରେ ଚାଲି ଚାଲି ଯେଉଁ ମହତ ଉଦ୍ଦେଶ୍ୟ ନେଇ ସେ ଦେଶ ଭ୍ରମଣ କରୁଛନ୍ତି ଏହା ଦେଶ ଓ ରାଜ୍ୟବାସୀଙ୍କୁ ପ୍ରଭାବିତ କରିବ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ଭୂମି ଓଡ଼ିଶାରେ ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣଙ୍କୁ ସମସ୍ତ ଓଡ଼ିଶାବାସୀ ସ୍ୱାଗତ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *