ଦେବାଳିଆ ଘୋଷିତ ହୋଇପାରେ PNB ବ୍ୟାଙ୍କ ? 31 ମାର୍ଚ୍ଚ ମଧ୍ୟରେ ହୋଇପାରେ ନିଷ୍ପତି, ପ୍ରଥମ ଥର ହେବ ଏପରି !

ମାମଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଜାରି ଲେଟର ଅଫ ଅଂଡରଟେକିଂଗ୍ସ (LoU) ଆଧାର ଉପରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରାୟତଃ 1000 କୋଟି ଟଙ୍କାର ଲୋନ ଦେଇଥିଲା, ଯାହାର ଆଦାୟ ଆସନ୍ତା କିଛି ଦିନମାନଙ୍କରେ କରିବାକୁ ଅଛି

ମୁଖ୍ୟ କଥା:
ପିଏନବିର LoU ଉପରେ ୟୁନିଅନ୍ ବ୍ୟାଙ୍କ ପ୍ରାୟତଃ 1000 କୋଟି ଟଙ୍କାର ଲୋନ ଦେଇଥିଲା
31 ମାର୍ଚ୍ଚ ପର୍ଯ୍ୟନ୍ତ ପଇସା ନ ଶୁଝିଲେ ପିଏନବିକୁ ଡିଫଲ୍ଟର ଲିଷ୍ଟରେ ରଖିବ
ପ୍ରଥମଥର କୌଣସି ବ୍ୟାଙ୍କକୁ ଟେକ୍ନିକାଲ ଭାବରେ ଡିଫଲ୍ଟର ଘୋଷିତ କରାଯିବ
ନୂଆଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) : ଭାରତୀୟ ବ୍ୟାଙ୍କିଙ୍ଗ ଇତିହାସରେ ଏମିତି କେବେ ହୋଇନଥିଲା, ଯେତେବେଳେ ଗୋଟିଏ ବ୍ୟାଙ୍କ ଦ୍ୱିତୀୟ ବ୍ୟାଙ୍କକୁ ଦେବାଳିଆ ଘୋଷିତ କରିବ। ଅବଶ୍ୟ ବର୍ତ୍ତମାନ କେବଳ ଆଶଙ୍କା ଅଛି, କିନ୍ତୁ ଯଦି ଏମିତି ହୁଏ ତେବେ ସରକାର ଏବଂ ଆରବିଆଇକୁ ଆଗକୁ ଆସିବାକୁ ପଡ଼ିବ। ସୂଚନାଯୋଗ୍ୟଯେ, ମାମଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଜାରି ଲେଟର ଅଫ ଅଂଡରଟେକିଂଗ୍ସ (LoU) ଆଧାର ଉପରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରାୟତଃ 1000 କୋଟି ଟଙ୍କାର ଲୋନ ଦେଇଥିଲା, ଯାହାର ଆଦାୟ ଆସନ୍ତା କିଛି ଦିନମାନଙ୍କରେ କରିବାର ଅଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ ଏବେ ଏହି ମାମଲାରେ ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ 31 ମାର୍ଚ୍ଚ ପର୍ଯ୍ୟନ୍ତ ଏକ ହଜାର କୋଟିଟଙ୍କାର ରାଶି ପଇଠ କରିବନାହିଁ ତେବେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ PNB କୁ ଡିଫଲ୍ଟର ଘୋଷିତ କରିପାରେ। ଏହା ସହିତ ହିଁ ପିଏନବିର ଲୋନକୁ ମଧ୍ୟ ଏନପିଏର କ୍ୟାଟେଗୋରୀରେ ପକାଯାଇପାରେ।

PNB ପାଇଁ ଅସୁବିଧା:

ରେଟିଙ୍ଗ ଏଜେଂସୀ ସହ ସଂପର୍କିତ ଜଣେ ଅଫିସର କହିଛନ୍ତି-ଯଦି କୌଣସି ବ୍ୟାଙ୍କର ନାମ ଡିଫଲ୍ଟର୍ସର ସୂଚୀରେ ଆସେ ତେବେ ଏହା ବହୁତ ବଡ଼ ଅସୁବିଧା ପରିସ୍ଥିତି। ଅବଶ୍ୟ ଏହା ଏପରି ପରିଶଅଥିତି ଯାହା ଅନ୍ୟ ଏନପିଏଠାରୁ ଅନେକ ବହୁତ ଅଲଗା ଅଟେ। ଯେଉଁଠାରେ କରପୋରେଟ ସେକ୍ଟର ଉଧାରକର୍ତ୍ତା ଅଟନ୍ତି। ଏଠାରେ ଉଧାରକର୍ତ୍ତାଙ୍କର କ୍ଷମତା କିମ୍ବା ମନବୃତ୍ତି ଉପରେ କୌଣସି ପ୍ରଶ୍ନ ଉଠୁନାହିଁ। ତଥାପି ମଧ୍ୟ, ଆମକୁ ଆରବିଆଇ କିମ୍ବା ସରକାରଙ୍କର LoU ର ସଂଦର୍ଭରେ କିଛି ସ୍ପଷ୍ଟର ପ୍ରତୀକ୍ଷା କରିବାକୁ ପଡ଼ିବ। ଏହା ମଧ୍ୟରେ ଅନେକ ବ୍ୟାଙ୍କ LoU ର ସ୍ଥାନରେ ବ୍ୟାଙ୍କ ଗାରେଣ୍ଟି ପ୍ରାରୂପରେ ପରିବର୍ତ୍ତନ କରୁଛନ୍ତି।

ପ୍ରଥମଥର ଡିଫଲ୍ଟର ଘୋଷିତ ହେବ ବ୍ୟାଙ୍କ
ଇକୋନୋମିକ ଟାଇମ୍ସର ଖବର ମୁତାବକ, ସିନିଅର ବ୍ୟାଙ୍କର କର୍ମଚାରୀ କହିଛନ୍ତିଯେ, ଏହା ଏକ ଅଦ୍ଭୁତ ସ୍ଥିତି। ପ୍ରଥମ ଥର କୌଣସି ବ୍ୟାଙ୍କକୁ ଟେକ୍ନିକାଲ ଭାବରେ ଡିଫଲ୍ଟର ଘୋଷିତ କରାଯିବ। ଫ୍ରଡକୁ ଦେଖାଗଲେ ବ୍ୟାଙ୍କଗୁଡ଼ିକର ବକାୟା ରାଶି ପାଇଁ ତୁରନ୍ତ ପୂରା ପ୍ରୋବିଜନିଙ୍ଗ କରିବାକୁ ପଡ଼ିବ ଏବଂ ଏପରି ଲୋନକୁ ଏନପିଏ ମଧ୍ୟ ଘୋଷିତ କରିବାକୁ ପଡ଼ିବ। ଏପରି କ୍ଷତିକୁ ସ୍ୱତନ୍ତ୍ର ଭାବରେ ଫସିଥିବା ଲୋନରୁ ଅଲଗା ଭାବରେ ଦେଖିବାକୁ ପଡ଼ିବ, ଯେଉଁଥିରେ ଡିଫଲ୍ଟର ୯୦ ଦିନ ପରେ ଏନପିଏ ଘୋଷିତ କରାଯାଇଥାଏ।

ୟୁନିଅନ୍ ବ୍ୟାଙ୍କର ମତ
ୟୁନିଅନ୍ ବ୍ୟାଙ୍କର ଏମଡି ରାଜକିରଣ ରାୟ ଜି ନ୍ୟୁଜ୍ କୁ କହିଛନ୍ତିଯେ, ‘ଆମ ପାଇଁ ପିଏନବିର ସପୋର୍ଟ ଡକ୍ୟୁମେଟ୍ସର ବୈଧତା ଅଛି। ଏହା ଆମ ବହି-ଖାତାରେ ଫ୍ରଡ ହୋଇନାହିଁ। ଆମେ ଅଡିଟର୍ସଙ୍କର ରାୟ ନେବୁ। କିନ୍ତୁ, ଆମେ ପିଏନବିକୁ ଡିଫଲ୍ଟର ଲିଷ୍ଟରେ ଆଣିବାକୁ ଆମେ ଚାହଁୁ ନାହଁୁ। ଆମେ ସରକାର କିମ୍ବା ଆରବିଆଇ ତରଫରୁ ଏହି ମାମଲାରେ ଦଖଲ ଦେବାପାଇଁ ଆଶା ରଖିଛୁ କାରଣ 31 ମାର୍ଚ୍ଚ ପର୍ଯ୍ୟନ୍ତ ରିଜୋଲ୍ୟୁସନ ପାଶ୍ ହେବ।

ଅନ୍ୟ ବ୍ୟାଙ୍କଗୁଡ଼ିକର ମଧ୍ୟରେ ମଧ୍ୟ ବିବାଦ
ପିଏନବି ଏବଂ LoU ର ଆଧାର ଉପରେ ଋଣ ଦେଇଥିବା କିଛି ବ୍ୟାଙ୍କଗୁଡ଼ିକର ମଧ୍ୟରେ ବିବାଦ ଚାଲିଛି। କିନ୍ତୁ ନୀରବ ମୋଦୀ ଏବଂ ମେହୁଲ ଚୌକସୀଙ୍କର ଡିଫଲ୍ଟ୍ସ କୁ ଫ୍ରଡ ମାନିନିଆ ଯାଇଛି। ମାମଲାର ଏଫଆଇଆର ରୁଜୁ କରାଯାଇଛି ଏବଂ ସରକାରୀ ଏଜେସିମାନେ ମାମଲାର ଜାଞ୍ଚ କରୁଛନ୍ତି। ଏକ ଅନ୍ୟ ବ୍ୟାଙ୍କ କହିବା ଅନୁଯାୟୀ, ‘ଏପରି ସମୟରେ ଅନେକ ବ୍ୟାଙ୍କ ଅଡିଟର୍ସ 31 ମାର୍ଚ୍ଚ ପୂର୍ବରୁ ମ୍ୟାଚ୍ୟୋର ହେବାକୁ ଥିବା LoUକୁ ବର୍ତ୍ତମାନର ଆର୍ଥିକ ବର୍ଷ ପାଇଁ ଏନପିଏ ଷୋଷିତ କରିବା ପାଇଁ ଜୋର ଦେଇପାରନ୍ତି।

LoUର ବ୍ୟବହାର ଉପରେ ରୋକ
LoU ସାଧାରଣତଃ ବ୍ୟାପାର ପାଇଁ ସହଜ ଏବଂ ଶସ୍ତା ସାଧନ ମାନା ଯାଇଥାଏ। କିଛି ବ୍ୟାଙ୍କ ଆରବିଆଇର ଅଧିକାରୀମାନଙ୍କ ସହିତ ଏହି ବିଷୟ ଉପରେ ଚର୍ଚ୍ଚା ମଧ୍ୟ କରିଛନ୍ତି। ନିକଟରେ LoU ରେ ଠକେଇ ମାମଲାର ଖୁଲାସା ହେବା ପରେ ରିଜର୍ଭ ବ୍ୟାଙ୍କ ଏହାର ବ୍ୟବହାର ଉପରେ ରୋକ ଲଗାଇଥିଲେ।

Leave a Reply

Your email address will not be published. Required fields are marked *