ଓଡ଼ିଶା

ଦେବଦୂତ ସାଜିଲେ ଯବାନ, ଦୁର୍ଗମ ଅଞ୍ଚଳରୁ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ନେଲେ

ମାଲକାନଗିରି, ୧୧ା୮ (ଓଡିଆ ପୁଅ) ଚୋର, ଡକାଏତ, ଗୁଣ୍ଡା ବଦମାସ, ମାଓବାଦୀମାନଙ୍କୁ ଦମନ କରିବା ଓ ଶାନ୍ତିଶୃଙ୍ଖଳା ପ୍ରତିଷ୍ଠା ପାଇଁ ସେମାନେ ନିଷ୍ଟୁର ହୋଇପାରନ୍ତି ହେଲେ କୌଣସି ରୋଗଗସ୍ତ ପରିବାର କି ନୀରିହ ଜନସାଧାରଣଙ୍କ ପାଇଁ ଭଗବାନ ସଦୃଶ୍ୟ ସରଳ ପାଲଟି ସେମାନଙ୍କ ନିକଟରେ ହାଜର ହୋଇ ଯାଇଥାନ୍ତି ଏହି ଯବାନମାନେ। ଜଣେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ କାନ୍ଧରେ ବୋହି ମେଡିକାଲ ନେଇ ଚିକିତ୍ସା କରି ଦେବଦୂତ ସାଜି ମାନବିକାତା ପରାକାଷ୍ଟା ଦେଖାଇଛନ୍ତି ଜବାନମାନେ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଁ ଜିଲ୍ଲାସ୍ଥ ମାଓପ୍ରବଣ ହରିଜନପଡା ଗ୍ରାମରେ। ସେହି ଗ୍ରାମର ରୁକୁମଣୀ ବାଘେଲ ନାମକ ଆସନ୍ନ ପ୍ରସବା ମହିଳା ଗର୍ଭ ଯନ୍ତ୍ରଣାରେ ଚଟପଟ ହେଉଥିବାର ଦେଖି ଜବାନମାନେ ତାଙ୍କୁ ଦୁର୍ଗମ ପାହଡ ଇଲାରୁ ଉଦ୍ଧାର କରି ଡାକ୍ତର ଖାନାନେଇ ଚିକିତ୍ସା କରିବା ଘଟଣା ଯାହାକି ସମଗ୍ର ମାନବ ସମାଜ ପାଇଁ ଉଦାହରଣ ପାଲଟିଛି। ମାଓ ଦମନ ପାଇଁ କୋଣ୍ଡାଗାଁ ଜିଲ୍ଲା ହଡେଲ୍ଲି ଗ୍ରାମଠାରେ ଥିବା ୪୧ ବାଟାଲିୟନ ଆଇଟିବିପି ଜବାନ କ୍ୟାମ୍ପର ଜବାନମାନେ ମାଓ ପ୍ରଭାବିତ ହରିଜନପଡା ଗାଁକୁ ସର୍ଚ ଅସନରେ ଯାଇଥିଲେ।ମାଓ ସର୍ଚଅପରେସନ ବନ୍ଦକରି ସେମାନେ ସେଠାରେ ପହଁଚି ଦେଖିଲେ ଯେ ସେହି ଗ୍ରାମର ରୁକମଣି ବାଘେଲ ପେଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗ୍ରାମଟି ଅତ୍ୟନ୍ତ ଦୁର୍ଗମ ପାହାଡି ଇଲାକାରେ ରାସ୍ତା ଘାଟ ନଥିବାରୁ ତାଙ୍କ ପରିବାର କିପରି ଡାକ୍ତରଖାନା ନେବେ ସେହି କଥା ଚିନ୍ତାକରି ମନ ଦୁଃଖରେ ବସି କାନ୍ଦୁଥିଲେ। ଠିକ ସେହି ସମୟରେ ଦେବଦୂତ ପରି ସେହି ଗାଁରେ ପହଁଚିଗଲେ ଜବାନମାନେ। ସେହି ଗ୍ରାମକୁ କୌଣସି ରାସ୍ତା ନଥିବାରୁ ଗାଡି କି ଆମ୍ବୁଲାନ୍ସ ପହଁଚିବା ସମ୍ଭବପର ନହେବାରୁ ଜବାନମାନେ ନିଜର ମାନବିକତା ଦେଖାଇ ଉକ୍ତ ମହିଳାଙ୍କୁ ମେଡିକାଲ ନେବାପାଇଁ ସ୍ଥିରକଲେ, ପ୍ରବଳ ବର୍ଷାରେ ହେବା ସ୍ୱତ୍ୱେ ମହିଳାଙ୍କୁ ଷ୍ଟ୍ରେଚରରେ ରଖି କାନ୍ଧରେ ବୋହି ପାହଡ ନାଳ ଘାଟି କାଦୁଅ ରାସ୍ତା ଦୀର୍ଘ ୭ କିମି ଚାଲିଚାଲି ହଡେଲି ଠାରେ ଥିବା ଜବାନଙ୍କ କ୍ୟାମ୍ପ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ। ସେଠାରେ ଡାକ୍ତର ମାନେ ଉକ୍ତ ମହିଳାଙ୍କୁ ପରୀକ୍ଷାକରି ତାଙ୍କୁ ଚିକିତ୍ସା କରିଥିଲେ। ଡାକ୍ତର ଖାନା ଆଣିବା ବିଳମ୍ବ ହୋଇଥିଲେ ଉକ୍ତ ମହିଳାକୁ ବଚାଂଇବା କଷ୍ଟକର ହୋଇପଡିଥାନ୍ତା ବୋଲି ଡାକ୍ତର କହିଛନ୍ତି। ମାଓଦମନ ପାଇଁ ନିଯୁକ୍ତି ପାଇଥିବା ଏହି ଆଇଟିବିପି ଜବାନମାନେ ନିଜ ଜୀବନକୁ ପାଣି ଛଡାଇ ଦିନରାତି ସୁରକ୍ଷା ଯୋଗାଇ ଆସୁଥିବା ଜବାନମାନଙ୍କ ଏହି ସେବା କାର୍ଯ୍ୟକୁ ମାଓପ୍ରବଣ ହରିଜନପଡା ଗ୍ରାମବାସୀମାନେ ପ୍ରସଶାଂ କରିବା ସହ ସାଧୁବାଦ ଜଣାଇଛିନ୍ତି। ସନ୍ତ୍ରାସବାଦ, ମାଓବାଦୀଙ୍କ ପାଇଁ ଜବାନ ମାନେ ନିଷ୍ଟୁର ହୋଇଥାନ୍ତି ହେଲେ ସାଧରଣ ଲୋକଙ୍କ ନିକଟରେ ନିରିହ ମଣିଷ ସାଜି ମାନବିକାତାର ପରା କାଷ୍ଟ ଦେଖାଇଥିବାରୁ ଗର୍ଭବତୀ ମହିଳାଙ୍କ ଜୀବନ ବଚିଂଯାଇ ପାରିଛି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top