ଦେବଗଡ -୭୪୮୦୧ ଟଙ୍କାରେ ନିଲାମ ହେଲା ଗଣେଶ ଲଡୁ

ଦେବଗଡ ୩-୯ (ଓଡ଼ିଆ ପୁଅ)- ୬୯ତମ ସାର୍ବଜନୀନ ଗଣେଶ ପୂଜା ମହୋତ୍ସବ ଅଗଷ୍ଟମାସ ୨୫ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ୨୫ ତାରିଖ ରୁ ୧ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ଯେପରିକି ମେଲୋଡି, ଭଜନ ସମାରୋହ, ଫ୍ରି ସୋଅପେରା,ଟିକେଟ ସୋ ଅପେରା ଓ ସ୍ଥାନିୟ କଳାକାର ଙ୍କ ଦ୍ବାରା ନୃତ୍ୟଭିତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶିତ ହୋଇଥିଲା।ଏହି ଗଣେଶ ପୂଜାକୁ ବହୁ ଦୂରଦୂରାନ୍ତରୁ ଏଭଳିକି ରାଜ୍ୟ ବାହାରୁ (ଛତିଶଗଡ, ବିହାର, କୋଲକାତା )ରୁ ମଧ୍ୟ ଏହି ଯାତ୍ରାକୁ ଦେଖିବାକୁ ଭିଡ ଜମେଇ ଥିଲେ।ଏହି ଗଣେଶ ପୂଜାର ବିଶେଷତ୍ବ ହେଲା ଭଗବାନ ଶ୍ରୀଗଣେଶ ଙ୍କ ଲଡୁ ଏହା ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ଲଡୁ ନିଲାମ ଡକାଯାଇ ଥିଲା।ଏହି ଲଡୁ ର ଗଣେଶ ମେଲା ପକ୍ଷରୁ ୧୧୧୦୧ ଟଙ୍କା ବୋଲି ରଖାଯାଇଥିଲା।ଏହାର ପ୍ରଥମ ଡାକ ଶ୍ରୀକାନ୍ତ ସାହୁ ପ୍ରଥମ ବୋଲି ୧୫୧୦୧ ଟଙ୍କା ରୁ ଆରମ୍ଭ ହୋଇ ୭୪୮୦୧ ଟଙ୍କାରେ ଦେବଗଡ ଗଣେଶ ପୂଜା ଉପଲକ୍ଷେ ପଡିଥିବା କୋଲକତା ବିଗ ବଜାରର ମାଲିକ ତାରାକେଶ୍ବର ପ୍ରସାଦ ସିଂ ନେଇଥିଲେ।ପୂଜା ଆରମ୍ଭରୁ ଶେଷ ଦିନ ପର୍ୟ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇ ଥିଲା।ଏହି ପୂଜାରେ ଜିଲ୍ଲାପ୍ରଶାସନ, ପୌରପରିଷଦ ଓ ଦେବଗଡ ବାସୀଙ୍କ ପୂର୍ଣ୍ଣ ସହଯୋଗରେ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *