ଦେବଗଡ ଜିଲ୍ଲା ପରିଷଦର ଦ୍ୱିତୀୟ ବୈଠକ ଅନୁଷ୍ଠିତ

ଦେବଗଡ ୨୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ଜିଲ୍ଲା ପରିଷଦର ଦ୍ୱିତୀୟ ବୈଠକ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁଧାମୟୀ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନିତେଶ ଗଙ୍ଗଦେବ, ସାଂସଦ ପ୍ରତିନିଧି ସଂଜୀବ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜୟକୃଷ୍ଫ ପ୍ରଧାନଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା ଗୁରୁବାରୀ ପାତ୍ର, ଦାଶରଥୀ କିସାନ, କନକଲତା ପ୍ରଧାନ,ନିଶାନୀ ବେହେରା, ବୃନ୍ଦାବତୀ ଭୋଇ ଏବଂ ବାରକୋଟ ପଂଚାୟତ ସମିତିର ଅଧ୍ୟକ୍ଷା ସୁବାସିନୀ ସାହୁ, ରିଆମାଳ ପଂଚାୟତ ସମିତିର ଅଧ୍ୟକ୍ଷା ଗୀତାଞ୍ଜଳୀ ହାତୀ ଏବଂ ବାରକୋଟ ପଂଚାୟତ ସମିତିର ଅଧ୍ୟକ୍ଷା ସୁବାସିନୀ ସାହୁ ପ୍ରମୁଖ ଯୋଗଦେଇଥିଲେ।

ଅଧ୍ୟକ୍ଷା ଶ୍ରୀମତୀ ପଟେଲ ନିଜର ଅଭିଭାଷଣରେ ଜିଲ୍ଲାର ଧାନଚାଷରେ କାଣ୍ଡବିନ୍ଧା ପୋକ, ଗ୍ରାମାଂଚଳର ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକ ଅଭାବ ଏବଂ ଜାତୀୟ ରାଜପଥର ଦୂରାବସ୍ଥା ଉପରେ ଗୃହର ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଠୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ ଭୀନସେଣ୍ଟ ପୁନମ କାନ୍ତ ଏକ୍କା ବୈଠକରେ ବିଗତ ଜିଲ୍ଲା ପରିଷଦ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ।

ବୈଠକରେ ଗତ ମେ’ ମାସ ୧୨ ତାରିଖରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକର ପରିପାଳନ ବିବରଣୀ ଉପରେ ଆଲୋଚନା କରାଯାଇ ଏହାର ଦୃଢୀକରଣ କରାଯାଇଥିଲା। ଏହା ବ୍ୟତୀତ ଗ୍ରାମୀଣ ଆବାସ ଯୋଜନା, ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନା, ଜାତୀୟ/ଓଡିଶା ଜୀବିକା ମିଶନ, ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଡିଭଲୋସନ ପାଣ୍ଠି ଏବଂ ଚତୁଃର୍ଥ ରାଜ୍ୟ ଅର୍ଥକମିଶନ (ଯାନବାହନ ଟେକ୍ସ) ପାଣ୍ଠି ବିନିଯୋଗ ଉପରେ ଆଲୋଚନା କରାଯାଇଥିଲା। ଏଥି ସହିତ ବୈଠକରେ ଗ୍ରାମୀଣ ଜଳଯୋଗାଣ ଓ ପରିମଳ, କୃଷି, ମୃତିକା ସଂରକ୍ଷଣ ଓ ଜଳଛାୟା, ଜଳସେଚନ, ଶିକ୍ଷା, ଖାଦ୍ୟ ଓ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ପୂର୍ତ ଓ ଗୃହ ନିର୍ମାଣ, ଜାତୀୟ ରାଜପଥ, ମତ୍ସ୍ୟ, ପଶୁସମ୍ପଦ, ଶିଳ୍ପ, କ୍ରୀଡା, ରେଶମ ଶିଳ୍ପ, ପାଉଡିଭୂୟାଁ ଉନ୍ନୟନ ସଂସ୍ଥା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକ ଉପରେ ବିଭାଗୀୟ ଅଧିକାରୀମାନେ ଗୃହ ସଦସ୍ୟମାନଙ୍କୁ ଅବଗତ କରିଥିଲେ। ଜିଲ୍ଲା ପରିଷଦର ସଦସ୍ୟମାନେ ଓ ପଂଚାୟତ ସମିତିର ଅଧ୍ୟକ୍ଷାମାନେ ନିଜ ନିଜ ଅଂଚଳର କେତେକ ସମସ୍ୟା ଉପରେ ବିଭାଗୀୟ ଅଧିକାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ସମସ୍ୟାଗୁଡିକର ସମାଧାନ ନିମନ୍ତେ ଯନôବାବ ହେବାକୁ ଜିଲ୍ଲାପାଳ ଶ୍ରୀ ପାଠୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରିବାକୁ କହିଥିଲେ। ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ ଶ୍ରୀ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *