ଜିଲ୍ଲା ପରିକ୍ରମା

ଦେବଗଡ କ୍ଷୁଦ୍ର ଜଳସେଚନ ବିଭାଜନ ସ୍ତରୀୟ ପାଣି ପଂଚାୟତ ସମାବେଶ

ଦେବଗଡ, ୨୦-୧ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)– କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ବିଭାଜନ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ମେହେତୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ବାବାଜୀ ଚରଣ ବେହେରା, ୱାଲମି କଟକର ସହକାରୀ ରିସର୍ଚ୍ଚ ଅଧିକାରୀ ଯୁଧୀଷ୍ଠିର ସାହୁ, ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡଃ. ରଣଜିତ୍ ସାମନ୍ତରାୟ, ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ଦ୍ୱିବେଦୀ ଏବଂ କେ.ବି.କେ.ର ବୈଜ୍ଞାନିକ ସୁକାନ୍ତ ସାହୁ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଏହି ପକ୍ଷ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପୂର୍ବରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦେବଗଡରେ ଆୟୋଜିତ ଉଚ୍ଚ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଅଲିଭା ଶତପଥୀ, କବିତା ପ୍ରଧାନ ଏବଂ ଆଲୋକ ପରିଡା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ସମାବେଶରେ ବିଭାଜନସ୍ତରରେ ଥିବା ସମସ୍ତ ପାଣି ପଂଚାୟତର ସଦସ୍ୟ/ସଦସ୍ୟାଗଣ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top