ଦେବଗଡରେ କଂଗ୍ରେସର ଭାରତ ବନ୍ଦ

ଦେବଗଡ ୧୦-୯ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) :-ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର ଦେବଗଡ ଠାରେ ଦେବଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ୮ଘଣ୍ଟିଆ ବନ୍ଦ କରାଯିବ ଯାଇଥିଲା।ଦେବଗଡ ସହର ମଧ୍ଯ ଦେଇ ଯାଇଥିବା ଜାତୀୟ ରାଜପଥ ସହିତ ସମସ୍ତ ସରକାରୀ ଓ ବେସରକାରୀ ଏବଂ ଯାନବାହାନ ସବୁ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ରହିଥିଲା।ଏହି ଭାରତ ବନ୍ଦରେ ଦେବଗଡ ଜିଳ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ସାହୁ, ସଂପାଦକ ସେମ୍ ହେମ୍ବ୍ରମ, ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସିଦ୍ଧାର୍ଥ ଗୁରୁ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *