ଦେଢ଼ ସହ ମିଟର ରାସ୍ତା ନିର୍ମାଣ ପାଇଁ ଚାରି ଲକ୍ଷ ଟଙ୍କା ବ୍ୟୟ, ତଦନ୍ତ ଦାବି

ଟିଟିଲାଗଡ ୨୭-୧୦ (ଓଡ଼ିଆ ପୁଅ) ଟିଟିଲାଗଡ଼ ମ୍ୟୁନିସିପାଲଟି ଅଧୀନରେ କରାଯାଇଥିବା ଏକ ଦେଢ଼ ସହ ମିଟର ରାସ୍ତା ନିର୍ମାଣ ପାଇଁ ଚାରି ଲକ୍ଷ ତାଙ୍କ ଖର୍ଚ୍ଚ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଯେ ଟିଟିଲାଗଡ ବଲାଙ୍ଗୀର ରାସ୍ତା ରେ ନିର୍ମାଣ ହେଉଥିବା ମା ଓ ଶିଶୁ ଡାକ୍ତରଖାନା ନିକଟରେ ଦେଢ଼ ସହ ମିଟର ଦୂରତ୍ୱ ରାସ୍ତା ନିର୍ମାଣ ଗତ ପନ୍ଦରଦିନ ତଳେ ହୋଇଥିଲା। ହେଲେ ମାତ୍ର ପନ୍ଦର ଦିନରେ ଉକ୍ତ ରାସ୍ତା ଭୁଶୁଡି ଯାଇଛି। ଅତ୍ୟନ୍ତ ନିମ୍ନ ମlନର କାମ ସହ ମାତ୍ର ଚାଳିଶ ପଚାଶ ହଜାର ଖର୍ଚ କରି ସମସ୍ତ ଅର୍ଥ ଆତ୍ମସାତ କରିଦିଆଯାଇଛି। ଏହି ପରି ମୁନିସିପାଲଟି ର ଅନେକ ରାସ୍ତା ସାମାନ୍ୟ ମରାମତି କରି ନୂତନ ବୋଲି ଦର୍ଶାଇ ମନଇଚ୍ଛା ବିଲ୍ ଭାଉଚର କରିବା ଅଭିଯୋଗ ହୋଇ ଆସୁଛି। ସ୍ଥାନୀୟ ଜନସେବା ନାମକ ସଂଗଠନ ତରଫରୁ ଏ ନେଇ ଉଚ୍ଚ ତଦନ୍ତ ପାଇଁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *