ଦେଖିବାକୁ ମିଳିଲା ନିଆରା ରାକ୍ଷୀ ପୂର୍ଣ୍ଣିମା

ରାଉରକେଲା ୩୦-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତ ୨୬ ତାରିଖରେ ପାଳନ ହୋଇଥିଲା ଭାଇ- ଭଉଣୀର ପବିତ୍ର ସମ୍ପର୍କ ରାକ୍ଷୀ। ଏହି ଉତ୍ସବ ସାରା ରାଜ୍ୟରେ ପାଳିତ ହୋଇଥିବା ବେଳେ କେବଲାଙ୍ଗ ବ୍ଲକ ଅନ୍ତର୍ଗତ କମାରପୋଷ ଅଂଚଳର ପଂଚାୟତ କାର୍ଯ୍ୟାଳୟ ନିକଟ ନବ ଦିଗନ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଠାରେ ପାଳନ କରାଯାଇଥିଲା ଏକ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା। ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ମାନେ ସିଆଇଏସଏଫ ଯବାନ, ବିମଳାଗଡ଼ ରେଳ ଷ୍ଟେସନ ଷ୍ଟେସନ ମାଷ୍ଟର, ସିଆରପିଏଫ ଇନ୍ସପେକ୍ଟର ସୋହିଲ ଅଖତର, କେବଲାଙ୍ଗ ଥାନାଧିକାରୀଙ୍କୁ ରାକ୍ଷୀ ପିନ୍ଧାଇଥିଲେ। କୁନିକୁନି ପିଲା ମାନଙ୍କ ହାତରୁ ରାକ୍ଷୀ ବାନ୍ଧି ସମସ୍ତଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା। ପ୍ରାୟ ୭୦ ଜଣ ଯବାନ ରାକ୍ଷୀପୂର୍ଣ୍ଣିମାରେ ସାମିଲ ହୋଇଥିଲେ। ଏହାପୂର୍ବରୁ ନବଦିଗନ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଠାରେ ଏକ ନିରାଡମ୍ବର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସବିଆଇ ଶାଖା ପରିଚାଳକ ଏସ. ଏସ. ବନରାଜ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଠାରୁ ରାକ୍ଷୀ ପିନ୍ଧିଥିଲେ। ସ୍କୁଲର ଅଧ୍ୟକ୍ଷ ଦିନେଶ ସିଂ, ସିଆରପିଏଫ ଇନଚାର୍ଜ ସୋହିଲ ଅଖତର, ସ୍କୁଲର ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ସାମ୍ବାଦିକ ଗନ୍ଦୁର ଓରାମ, ସାମ୍ବାଦିକ ଅମିତ ବାରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *