ଜିଲ୍ଲା ପରିକ୍ରମା

ଦେଓଗାଁ ଧବଳେଶ୍ୱର ଶୈବ ପୀଠରେ ଭକ୍ତଙ୍କ ଗହଳି

ରାଉରକେଲା ୨-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଶ୍ରାବଣ ମାସର ପ୍ରଥମ ସୋମବାର। ଏହାକୁ ନେଇ ଚଳଚଂଳ ହୋଇ ଉଠିଛି ସମସ୍ତ ଶୈବ ପୀଠ। ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଦେଓଗାଁ ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ରାଉରକେଲା ସହର ସମେତ ସମ୍ବଲପୁର, ଝାରସୁଗୁଡ଼ା ଓ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଭକ୍ତମାନେ ଏହି ପୀଠକୁ ଆସି ଦେବ ଦେବ ମହାଦେବଙ୍କ ଲିଙ୍ଗରେ ଜଳାଭିଷେକ କରିଥିଲେ।ସଂନ୍ଧ୍ୟା ସମୟରେ ମନ୍ଦିରରେ ବଡସିଂହାର ବେଶ ହୋଇଥିଲ। ମନ୍ଦିର ପରିସରରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରଯାଇ ପୁଲିସ କର୍ମୀ ମୃତୟନ କରାଯାଇଥିଲା। କାଉଡିଆ ମାନଙ୍କ ସୁବିଧା ଲାଗି ମନ୍ଦିର କମିଟି ପକ୍ଷରୁ ସମସ୍ତ୍ ବ୍ୟବସ୍ଥା କରାଯାଇଥିଲା। ସେହିପରି ସାରନଗରୀର ଜଗନ୍ନାଥ ବେଢାରେ ଥିବା ଶିବ ମନ୍ଦିର, ବାଲିଯୋଡ଼ି ସ୍ୱପ୍ନେଶ୍ୱର ମନ୍ଦିର, ରଙ୍ଗୋଲି ଛକ ସ୍ଥିତ ଶିବ ମନ୍ଦିର, ଜଲଦା ସି ବ୍ଲକ ଠାରେ ଥିବା ଶିବାଳୟ, ଫେଟକଲ ନିକଟ ଶିବ ମନ୍ଦିର, ଆଇଡ଼ିଏଲ ଶିବ ମନ୍ଦିର, ନବକୃଷ୍ଣ ନଗର ଠାରେ ଥିବା ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ବହୁ ମାତ୍ରାରେ ପରିଲକ୍ଷିତ ହୋଇଥିଲା। ସାରନଗରୀରୁ ଗତକାଲି କାଉଡ଼ିଆ ମାନେ ଦଳ ଦଳ ହୋଇ ମହାଦେବସାଲ୍, ଘୋଘୋର, ବାବାଧାମ ଆଦି ଜଳାଭିଷେକ ପାଇଁ ଯିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଶୈବାଳୟକୁ ଉଜ୍ୱଳ ଆଲୋକରେ ସଜା ଯାଇଥିଲା। ମନ୍ଦିର ପରିସରରେ ଭଜନ କୀର୍ତନର ଆୟୋଜନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top